ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମ ଅଧୀନରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି I ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବଡ଼ବୋର୍ସିଂ ସରପଞ୍ଚ ରାମେଶ୍ଵର ପାତ୍ର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ସନ୍ତୋଷ କୁମାର ସ୍ୱାଇଁ,ଗୋବରା ସମିତିସଭ୍ୟ ବିଭୂପାଦ ଜେନା,ପୂର୍ବତନ ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼,ତିନି ନୋଡାଲ୍ ଅଧିକାରୀ ରାମଚନ୍ଦ୍ର ମହାନ୍ତି, ସୀମାଞ୍ଚଳ ମହାନ୍ତି, ବିଦ୍ୟାଧର ସ୍ଵାଇଁ,ରଞ୍ଜତ୍ କୁମାର ଦାସ୍ ପ୍ରମୁଖ ଉପସ୍ଥିତ କାର୍ଯ୍ୟକ୍ରମର ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ଯୁବ ଶକ୍ତିର ବିକାଶ ହିଁ ଦେଶର ପ୍ରକୃତ ବିକାଶ ବୋଲି ପ୍ରକାଶ କରିଥିଲେ I ଇଁରାଜୀ ବିଭାଗୀୟ ଅଧ୍ୟାପକ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଇତିହାସ ବିଭାଗୀୟ ଅଧ୍ୟାପକ ସୀମାଞ୍ଚଳ ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ I ସେହିପରି କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଅଧ୍ୟାପକ ଅମୂଲ୍ୟ କୁମାର ପଣ୍ଡାଙ୍କ ସଂଯୋଜନାରେ ସଫେଇ ସହିତ ଫ୍ୟାସନ୍ ସୋ ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଅଧ୍ୟାପକ ଡ ଗିରିଧର ନାୟକ ଏବଂ ବିଦ୍ୟାଧର ସ୍ୱାଇଁ ଏଥିରେ ବିଚାରକ ରୂପେ ଯୋଗଦେଇଥିବା ବେଳେ ଅଧ୍ୟାପକ ସଂଜୀବ କୁମାର ଦାସ, ରାମଚନ୍ଦ୍ର ମହାନ୍ତି, ସୀମାଞ୍ଚଳ ମହାନ୍ତି ଏବଂ ରଞ୍ଜତ୍ କୁମାର ଦାସ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ I
Sign in
Sign in
Recover your password.
A password will be e-mailed to you.