ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି ଆଞ୍ଚଳିକ ସାଧନ କେନ୍ଦ୍ରରେ ସିଆରସିସି ମାନଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଷଷ୍ଠ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗାଙ୍ଗପୁର ସିଆରସିସି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ ଅନୁଷ୍ଠିତ ଷଷ୍ଠ ମାସିକ ବୈଠକରେ ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାଶ,ସସ୍ମିତା ରାଣୀ ଦାଶ,ସୁଚରିତା ଗୌଡ଼, ପ୍ରଧାନ ଶିକ୍ଷକ ଶିବରାମ ବେହେରା,ଲିଙ୍ଗରାଜ ସେଠୀ, ଶିଶିର କୁମାର ସ୍ୱାଇଁ ଏବଂ ଶୀତଳ ପ୍ରସାଦ ଜେନା,ସହକାରୀ ଶିକ୍ଷକ ସନିତ୍ କୁମାର ଜେନା, ଅଶୋକ ବେହେରା,ସୁକାନ୍ତ ବେହେରା, ଶରତଚନ୍ଦ୍ର ସାହୁ,ଝାପଲ ମାରାଣ୍ଡି, ରାମଚନ୍ଦ୍ର ବେହେରା,ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ପାଢୀ, ସୁନିତା ଦାଶ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ବୈଠକରେ ବିଦ୍ୟାଳୟ ମନିଟରିଂ,ମୌଳିକ ସାକ୍ଷରତା ଜ୍ଞାନର ପଠନ ସୋପାନ ଏବଂ ମୌଳିକ ସଂଖ୍ୟାଜ୍ଞାନର ମାନକ ମାପ ସମ୍ପର୍କରେ ଆଲୋଚନା କରାଯାଇଥିଲା I ସେହିପରି ବ୍ଳକ୍ ର କ୍ଷତ୍ରିୟବରପୁର,ଏନ୍.ପି.ଶାସନ, ଗୋବରା,ନେଟଙ୍ଗା,ବଡ଼ପଡ଼ା,ପାଟୁଳିସାହି,ତନରଡା,ମଙ୍ଗଳପୁର,ଆମ୍ବପୁଆ,ଉଢୁରା କ୍ଲଷ୍ଟର୍ ରେ ସିଆରସିସି ଛାୟାକାନ୍ତ ମହାପାତ୍ର,ବିଦେଶୀ ବାଡତ୍ଯା,ହରେକୃଷ୍ଣ ଶତପଥି, ସୁଧୀର କୁମାର ଦାସ,ନୀଳକଣ୍ଠ ନନ୍ଦ, କାଳୁ ଚରଣ ଗୌଡ଼,ମନୋଜ ପଟ୍ଟନାୟକ,ଶଙ୍କର ନାରାୟଣ ସେଠୀ,ପ୍ରଶାନ୍ତ ପଟ୍ଟନାୟକ, ରମେଶ୍ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଏହି ଷଷ୍ଠ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ନେଟଙ୍ଗା ଏବଂ କ୍ଷତ୍ରିୟବରପୁର କ୍ଲଷ୍ଟର୍ ସ୍ତରୀୟ ବୈଠକକୁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ପରିଦର୍ଶନ କରିଥିଲେ I
Sign in
Sign in
Recover your password.
A password will be e-mailed to you.