ବିଜେଡ଼ି ପ୍ରଶିକ୍ଷଣ ଶିବିର ଆରମ୍ଭ ଯୋଗଦେଲେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ

0

ଜଗତିଂହପୁର ତା-୧୬.୧୨.୨୦୨୩ ସୁମନ୍ତ କୁମାର ଦାସ: ଜଗତସିଂହପୁର ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳର ତିନିଦିନିଆ ପ୍ରଶିକ୍ଷଣ ଶିବିର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲିଙ୍କ ନେତୃତ୍ୱରେ ଆଦିକବି ସାରଳା ଦାସ ସଂସ୍କୃତି ଭବନରେ ଆୟୋଜିତ ହୋଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ଡ଼. ଅରୁଣ କୁମାର ସାହୁ ଯୋଗ ଦେଇ କର୍ମୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ ।ଆଜି ପ୍ରଥମ ଦିନରେ ଜଗତସିଂହପୁର ବ୍ଲକ ଜୋନ ୧ ଓ ଯୋନ ୨ ର ବିଜେଡି କର୍ମୀମାନଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି ବିଜେଡି ରାଜ୍ୟ ମୁଖପାତ୍ର ମିହିର ରାୟ ଓ ପ୍ରଶିକ୍ଷକ ସୌମ୍ୟ ରଞ୍ଜନ ମହାପାତ୍ର।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଜ୍ୟୋତିଷ ଚନ୍ଦ୍ର ଦାସ,ଜିଲ୍ଲାପରିଷଦ ସଭାପତି ମନୋଜ କୁମାର ଭୋଇ, ବ୍ଲକ ଅଧକ୍ଷା କନକପ୍ରଭା ଲେଙ୍କା ଓ ସମସ୍ତ ନେତୃମଣ୍ଡଳୀ ସାମିଲ ହୋଇଥିଲେ।

Leave A Reply

Your email address will not be published.