ଜଗତସିଂହପୁର ତା-୧୬.୧୨.୨୦୨୩ ସୁମନ୍ତ କୁମାର ଦାସ: ଜଗତସିଂହପୁର ମାଟିରେ ସଂସ୍କୃତି ସୁରକ୍ଷା, ଧର୍ମ ର ରକ୍ଷା ନିମନ୍ତେ ଶ୍ରୀ ଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ପକ୍ଷରୁ ଜଗତସିଂହପୁର ସ୍ଥିତ ସିଦ୍ଧ ବାରଙ୍ଗ ଜଗନ୍ନାଥ ମନ୍ଦିର ପରିସରରେ ସଂସ୍କୃତି ସୁରକ୍ଷା ମେଳି ର ଆୟୋଜନ କରାଯାଇଥିଲା | ଏହି ମେଳିରେ ଓଡିଶା ଜଗନ୍ନାଥ ସେନା ର ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ | ପୁରୀ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମନୋଜ କୁମାର ମହାପାତ୍ର, ସନ୍ତୋଷ ରାଉତ ପ୍ରଫୁଲ ବେହେରା, ନୁସିଂହପଣ୍ଡା ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ତୁରନ୍ତ ଶ୍ରୀ ମନ୍ଦିର ଚାରିଦ୍ୱାର ଖୋଲିବା | ମହାପ୍ରଭୁ ଙ୍କ ଅଳଙ୍କାର କୁ ସୁରକ୍ଷିତ ଭାବେ ରଖିବା ସହିତ ରତ୍ନଭଣ୍ଡାର କୁ ତୁରନ୍ତ ମରାମତି କରିବା, ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସୁବନ୍ଦବସ୍ତ କରିବା କୁ ସଂସ୍କୃତି ସୁରକ୍ଷା ମେଳି ରେ ନିବେଦନ କରାଯାଇଥିଲା |
ଏହି କାର୍ଯ୍ୟକ୍ରମ ରେ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼ ଅରୁଣ କୁମାର ପାଣି, ଜଗନାଥ ସୁରକ୍ଷା ଅଭିଯାନ ଆବାହକ ସରୋଜ ନାୟକ,ପ୍ରଫେସର ହିମାଂଶୁ ଶେଖର ଆଚାର୍ଯ୍ୟ, ତିଲୋତ୍ତମା ଦାସ, ଯୋଗଦେଇଥିଲେ | ସାମ୍ବାଦିକ ପଚେତ ଚେତନ ମହାନ୍ତି ଜ୍ୟୋତି ରଞ୍ଜନ ପରିଡା, ବରିଷ୍ଟ ଆଇନୀଜୀବି ନୁସିଂହ ଚରଣ ବାରିକ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post