ଜିଲ୍ଲାସ୍ତରୀୟ ବିଜ୍ଞାନମେଳା ଉଦଘାଟିତ, ୮୮ ପ୍ରକଳ୍ପ ପ୍ରଦର୍ଶିତ

0

ଜଗତସିଂହପୁର,ତା-୧୫.୧୨.୨୦୨୩/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ବିଜ୍ଞାନ ବ୍ଲକ ସଂଯୋଜନା ମଣ୍ଡଳୀ ତରଫରୁ ଜିଲ୍ଲାସ୍ତରୀୟ ଵାଲ୍ ବୈଜ୍ଞାନିକ ପ୍ରଦର୍ଶନୀ, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ଜିଲ୍ଲାସ୍ତରୀୟ ବୈଜ୍ଞାନିକ ମେଳା ଓ କୁଇଜ ପ୍ରତିଯୋଗିତା ଏବଂ ଯୁବ ପାଲ୍ୟାମେଣ୍ଟ ପ୍ରତିଯୋଗିତା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜଗତସିଂହପୁର ପରିସରରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କ ମାର୍ଗ ଦର୍ଶନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷଣ କରିଥିଲେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର l ଏଥିରେ ଜଗତସିଂହପୁର ଜିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ସାହୁ ମୁଖ୍ୟବକ୍ତା ଏବଂ ସରକାରୀ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରତୀଚୀ ତନୟା ମହାନ୍ତି ସମ୍ମାନୀୟ ଅତିଥିଭାବେ ଯୋଗଦେଇ ପ୍ରକଳ୍ପ ମାଧ୍ୟମରେ କୁନି ବୈଜ୍ଞାନିକମାନଙ୍କର ଜ୍ଞାନର ଉନ୍ନତି ଘଟିବ ବୋଲି ମତବ୍ୟକ୍ତ କରିଥିଲେ l ଫୁଣି କହିଥିଲେ ମେଳାଦ୍ୱାରା ପିଲାଙ୍କ ମତ ମନରେ ଜ୍ଞାନର ଉତ୍ତରଣ ଘଟି ସେମାନଙ୍କୁ ବୈଜ୍ଞାନିକ ଅବଦୁଲ କଲାମ, ଡାକ୍ତର ପ୍ରାଣକୃଷ୍ଣ ପରିଜାଙ୍କ ଭଳି ବିଶିଷ୍ଠ ବୈଜ୍ଞାନିକ ହେବାରେ ସାହାର୍ଯ୍ୟ କରିବା ସହିତ ଦେଶ ଜାତିର ଉନ୍ନତିରେ ସହାୟକ ହୁଏ l ଜିଲ୍ଲା ବିଜ୍ଞାନ ବ୍ଲକ ସଂଯୋଜନା ମଣ୍ଡଳୀର ସମ୍ପାଦକ ତଥା ବିଜ୍ଞାନ ପରିଦର୍ଶକ ଜୀବନ କୁମାର ସାହୁ ଅତିଥି ମାନଙ୍କୁ ସ୍ୱାଗତ କରିଥିଲାବେଳେ ସଭ୍ୟ ଅମୁଲ୍ୟ କୁମାର ମିଶ୍ର ଏବଂ ମନୀଷା ମିଶ୍ର ଅତିଥିପରିଚୟ ପ୍ରଦାନ କରିଥିଲେ l ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ମିହିର କୁମାର ପାଲ ଧନ୍ୟବାଦ ଦେଇଥିଲେ l ଏହି ମେଳାରେ ଜିଲ୍ଲାର ଆଠଟି ବ୍ଲକରୁ ୮୮ଟି ପ୍ରକଳ୍ପ ଏବଂ ୧୭୬ ଜଣ କୁନି ବୈଜ୍ଞାନିକ ଏବଂ ମାର୍ଗଦର୍ଶକ ଶିକ୍ଷକ/ଶିକ୍ଷୟତ୍ରୀ ଯୋଗ ଦେଇଥିଲେ l

Leave A Reply

Your email address will not be published.