ସାମ୍ବାଦିକ ମାନଙ୍କ ଗୃହ ନିର୍ମାଣ ପାଇଁ ଅର୍ଥ ରାଶି ମଞ୍ଜୁର କଲେ ମୂଖ୍ୟମନ୍ତ୍ରୀ ।

0

କୃତଜ୍ଞତା ଜଣାଇଲେ ସାରସକଣା ସାମ୍ବାଦିକ ସଙ୍ଘ ।

ମୟୂରଭଞ୍ଜ ଜିଲ୍ଲା ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ, ଶାସକ ପ୍ରଶାସକ :: ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ ସାମ୍ବାଦିକଙ୍କ ନିମନ୍ତେ ସାମ୍ବାଦିକ ଗୃହ ଝାରପୋଖରିଆ ( ବମ୍ବେ ଛକ) ଠାରେ ନିର୍ମାଣ ହେବ । ଏ ନେଇ ରାଜ୍ୟ ସରକାର ଙ୍କ ତରଫରୁ ଅର୍ଥ ରାଶି ମଞ୍ଜୁର କରାଯାଇଛି । ତେବେ ଏଥିପାଇଁ ସାରସକଣା ବ୍ଳକ୍ ସାମ୍ବାଦିକ ମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ସୂଚନା ଅନୁସାରେ ମୂଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିୟାନ ଗତ ମାର୍ଚ୍ଚ ୩ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଥିଲେ । ଉକ୍ତ ସମୟରେ ବିଶୋଇ ଠାରେ ସାରସକଣା ବ୍ଲକ ସାମ୍ବାଦିକ ମାନେ ଉପସ୍ଥିତ ରହି ବିଭିନ୍ନ ଦାବି ସମ୍ବଳିତ ସ୍ମାରକପତ୍ର ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତତ୍କାଳୀନ ୫-ଟି ସଚିବ ଭି. କେ. ପାଣ୍ଡିୟାନଙ୍କୁ ପ୍ରଦାନ କରିଥିଲେ ।ଉକ୍ତ ଦାବି ପତ୍ରକୁ ବିଚାର କରି ସମସ୍ୟାର ସମାଧାନ କରିବା ନିମନ୍ତେ ସାମ୍ବାଦିକ ଗୃହ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି । ସାରସକଣା ବ୍ଲକ ସାମ୍ବାଦିକ ଗୃହ ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ଅନୁଦାନ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ଏଥିପାଇଁ ସାମ୍ବାଦିକ ମାନଙ୍କ ପକ୍ଷରୁ ନବୀନ ପଟ୍ଟନାୟକ, ତତ୍କାଳୀନ ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିୟାନ, ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟ ରେ ସ୍ଥାନୀୟ ସାରସକଣା ନିର୍ବାଚନ ମଣ୍ଡଳୀ ର ବି. ଜେ. ଡି. ଲୋକପ୍ରିୟ କୋଡ଼ିନେଟର ( ଆମ ଓଡ଼ିଶା ନବୀନ ଓଡିଶା) ଅମରେନ୍ଦ୍ର କର ଙ୍କୁ ସାମ୍ବାଦିକ କ୍ରୀଷ୍ଣା କେଶବ ଦାସ,ଚିନ୍ମୟ ସାହୁ , ଦିପୁ ମହାପାତ୍ର ମୋହିତ କୁମାର ମଣ୍ଡଳ, ମଳୟ ନାୟକ, କ୍ଷୀରୋଦ ଦାସ, ,ବନ୍ଧନ ସିଂ, ଏବଂ ତପନ ଦଣ୍ଡପାର୍ଟ ଇତ୍ୟାଦି ପ୍ରମୁଖ ମାନଙ୍କ ଦ୍ଵାରା ପୁଷ୍ପ ଗୁଚ୍ଛ ଦେଇ କୃତଜ୍ଞତା ଜ୍ଞାପନ କରାଯାଇଛି। 

Leave A Reply

Your email address will not be published.