“ସମସ୍ତେ କହୁଛନ୍ତି ବିଜେଡି ସବୁଠୁ ଅଧିକ ସଫଳ ଆଂଚଳିକ ଦଳ | କିନ୍ତୁ ମୁଁ ସବୁବେଳେ କହିଆସିଛି ଯେ ବିଜେଡି ହେଉଛି ଦେଶର ସବୁଠୁ ଅଧିକ ସଫଳ ସାମାଜିକ-ଅର୍ଥନୈତିକ ଆନ୍ଦୋଳନ “
“ଅପପ୍ରଚାରର ମୁକାବିଲା କର, ସୋସିଆଲ ମେଡିଆରେ ବିରୋଧୀଙ୍କ ମିଛ ପ୍ରଚାରକୁ କର ବିରୋଧ”
-
ସାଂଗଠନିକ ନିର୍ବାଚନକୁ ଗୋଟିଏ ବର୍ଷ ଘୁଂଚାଇବା ପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ
-
ଜାନୁଆରୀ ୨୩ରୁ ମାର୍ଚ୍ଚ ୫ ଯାଏଁ ନବୀନ ସରକାରର ସଫଳତା ତଥା ବିକାଶର ଆଭିମୁଖ୍ୟ ଲୋକଙ୍କ ପାଖରେ ପହଁଚାଇବା ପାଇଁ ଆରମ୍ଭ ହେବ ଅଭିଯାନ
-
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ତଥା ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ଦାବୀ ବଳବତ୍ତର
-
ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ରର ନୀରବତା ନେଇ ଦୁଃଖ ପ୍ରକାଶ ସହ ଦାବି ପୂରଣ ପାଇଁ ଉଦ୍ୟମ ଅବ୍ୟାହତ ରଖିବାକୁ ନିଷ୍ପତ୍ତି
-
କେନ୍ଦୁପତ୍ର ତୋଳାଳିଙ୍କ ଉପରୁ ଜିଏସଟି ବୋଝ ଦୂର କରିବା ସହ ଖାଉଟି ସାମଗ୍ରୀ ଦର ବୃଦ୍ଧି ନିୟନ୍ତ୍ରଣ ପାଇଁ କେନ୍ଦ୍ରକୁ କରାଯିବ ଅନୁରୋଧ
ଭୁବନେଶ୍ୱର : ” ବିରୋଧୀଙ୍କ ପାଖାରେ କିଛି ପ୍ରସଙ୍ଗ ନାହିଁ | ଓଡ଼ିଶାର ରୂପାନ୍ତରଣ ସେମାନଙ୍କ ପାଇଁ ବଡ଼ ଛନକା ହୋଇଛି | ତେଣୁ ସେମାନେ ମିଛ କହିବେ, ଅପପ୍ରଚାର କରିବେ।.ତୃଣମୂଳ ସ୍ତରରୁ ଆମକୁ ଏହାର ଦୃଢ଼ ମୁକାବିଲା କରିବାକୁ ହେବ. ସୋସିଆଲ ମେଡିଆରେ ଏହାକୁ ବିରୋଧ କରିବାକୁ ହେବ” ବୋଲି ଆଜି ଶଙ୍ଖ ଭାବନା ଠାରେ ଅନୁଷ୍ଠିତ ରାଜ୍ୟ ବିଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆହ୍ୱାନ ଦେଇଛନ୍ତି |
ରାଜ୍ୟ ବିଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।ସ୍ବର୍ଗତ ବିଜୁ ବାବୁଙ୍କର ଫଟୋଚିତ୍ରରେ ପ୍ରଥମରେ ଶ୍ରଦ୍ଧା ସୁମନ ଅର୍ପଣ ଓ ବନ୍ଦେ ଉତ୍କଳ ଜନନୀ ଗାନ ପରେ ବୈଠକ ଆରମ୍ଭ ହୋଇଥିଲା। ଏହାପରେ କାର୍ଯ୍ୟକାରିଣୀରେ ବିଭିନ୍ନ ଏଜେଣ୍ଡା ଉପରେ ଦଳର ବରିଷ୍ଠ ଉପ-ସଭାପତି ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଭିଭାଷଣ ରଖିଥିଲେ । ଦଳର ସାଂଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ ସଂଚାଳନାରେ ପ୍ରଥମେ ସାଂଗଠନିକ ପ୍ରସ୍ତାବ ଦଳର ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଆଗତ କରିଥିଲେ । ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କର ସମର୍ଥନ ପରେ ଏହା ସର୍ବସମ୍ମତ କ୍ରମେ ପାରିତ ହୋଇଥିଲା । ଏହାପରେ ୧୧ଟି ରାଜନୈତିକ ପ୍ରସ୍ତାବ ଓ ୧୬ଟି ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇ ପାରିତ ହୋଇଥିଲା ।
2000 ମସିହାରୁ ବିଭିନ୍ନ ବିଧାନସଭା, ଲୋକସଭା, ନିର୍ବାଚନ, ଉପ ନିର୍ବାଚନ, ସମବାୟ ନିର୍ବାଚନ ବିଶେଷ କରି ପଂଚାୟତ ଓ ପୈାର ନିର୍ବାଚନରେ ବିଜୁ ଜନତା ଦଳର ଲଗାତାର ବିଜୟ ପାଇଁ ଓଡିଶାର ଜନ ସାଧାରଣଙ୍କୁ ଦଳ ପକ୍ଷରୁ କୃତଜ୍ଞତା ଅର୍ପଣ କରା ଯାଇଥିଲା । କୋଟି ଓଡିଆଙ୍କର ହୃଦୟର ନେତା ବିଜେଡିର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ନେତୃତ୍ୱ ଲଗାତର ଭାବେ ଆମର ଆଂଚଳିକ ଦଳକୁ ବିପୁଳ ସଫଳତା ଆଣି ଦେଇଥିବାରୁ କାର୍ଯ୍ୟକାରିଣୀ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଥିଲା ।
ଜଗନ୍ନାଥ ସଂସ୍କୃତି ଓ ଚେତନାର ପ୍ରଚାର ପ୍ରସାର ତଥା ଅଭିନବ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ରୂପାୟନ ପାଇଁ ତଥା ଓଡିଶାର ବିଭିନ୍ନ ପ୍ରାନ୍ତରେ ଯଥା ଶ୍ରୀ ଲିଙ୍ଗରାଜ, ମା ସମଲେଇ, ତାରାତାରିଣୀ ସହିତ ବିଭିନ୍ନ ଉପାସନା ପୀଠ ଓ ଐତିହ୍ୟର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ନେଇଥିବା ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ପାଇଁ ଆଜି ସଂଜୀବନୀ ହୋଇଛି । ଯାହାକି ଭାରତବର୍ଷରେ ଅଭିନବ ଓ ଅନନ୍ୟ । ଓଡିଶାରେ ସାମାଜିକ ସୁରକ୍ଷା ଓ ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମ ତଥା ସ୍ୱାସ୍ଥ୍ୟ ଭିତିଭୂମିର ଦ୍ରୁତ ରୂପାନ୍ତରୀକରଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଥିଲା ।
ମହିଳା ଓ ଯୁବ ବର୍ଗଙ୍କୁ ସଶକ୍ତ କରିବା ପାଇଁ ତଥା ରାଜ୍ୟର ଦ୍ରୁତ ଶିଳ୍ପାୟନ ସହିତ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗର ର ସଂପ୍ରସାରଣ କରାଯାଇଥିବାରୁ, ଏବଂ ପୁଂଜିନିବେଶରେ ଓଡିଶା ଲଗାତର ଭାବେ ଭାରତର ଶୀର୍ଷ ୩ଟି ରାଜ୍ୟ ଭିତରେ ରହିଥିବାରୁ ନବୀନ ସରକାରଙ୍କୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଥିଲା ।
କ୍ରୀଡା ଭିତିଭୂମିର ବିକାଶ ଏବଂ ଆଇଟି କ୍ଷେତ୍ରରେ ଦୃତ ବିକାଶ କରି ଯୁବଶକ୍ତିର ଆକଂକ୍ଷାକୁ ପୂରଣ କରିବା ପାଇଁ ନବୀନ ସରକାର ନେଇଥିବା ବଳିଷ୍ଠ ପଦକ୍ଷେପକୁ କାର୍ଯ୍ୟକାରିଣୀରେ ପ୍ରଶଂସା କରାଯାଇଥିଲା । ଚାଷୀ ଓ ଚାଷର ଉନ୍ନତି ତଥା ଜଳସେଚନର ଅଭିବୃଦ୍ଧି ନବୀନ ସରକାରଙ୍କ ପ୍ରାଥମିକତା ଥିବାରୁ ନବୀନ ସରକାରଙ୍କୁ ଧନ୍ୟବାଦ ଦିଆଯାଇଥିଲା । ଅନୁସୁଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗ, ସଂଖ୍ୟାଲଘୁଙ୍କ ପାଇଁ ନବୀନ ସରକାର ନେଇଥିବା ପଦକ୍ଷେପ ଓ କାର୍ଯ୍ୟକ୍ରମକୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଥିଲା । ଟେକ୍ନୋଲୋଜୀକୁ ଉପଯୋଗ କରି ୫-ଟି ରୂପାନ୍ତରଣରେ ଲୋକାଭିମୁଖୀ ପ୍ରଶାସନ ସହିତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ରୂପାନ୍ତରୀକରଣ ପାଇଁ ପର୍ଯ୍ୟାପ୍ତ ଅର୍ଥ ମଂଜୁରୀ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା ।
ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ନେତୃତ୍ୱରେ ରାଜ୍ୟର ଅଭିବୃଦ୍ଧିର ହାର ବଢିବା, ମୁଣ୍ଡପିଛା ଆୟରେ ବୃଦ୍ଧି ତଥା ଋଣ ଭାର କମିବା ସହିତ ଆର୍ଥିକ ପରିଚାଳନାରେ ସଫଳତା ପାଇଥିବାରୁ ଧନ୍ୟବାଦ ଦିଆଯାଇଥିଲା । ୫-ଟି ଉପକ୍ରମରେ ଭିତିଭୂମି ବିିକାଶ ଠାରୁ ଆରମ୍ଭ କରି ଆମ ସମ୍ବଳକୁ ମୁଲ୍ୟଯୁକ୍ତ କରିବା ପାଇଁ ବିକାଶର ଧାରାରେ ଆଗରେ ଥିବା ଓଡିଶାକୁ ପୂର୍ଣ୍ଣ ବିକଶିତ ରାଜ୍ୟରେ ରେ ପରିଣତ କରିବା ପାଇଁ ହେଉଥିବା ପ୍ରୟାସକୁ ରାଜ୍ୟ କାର୍ଯ୍ୟକାରିଣୀ ସ୍ୱାଗତ କରିଥିଲା ।
ସାଂଗଠନିକ ପ୍ରସ୍ତାବରେ ଶଙ୍ଖ ଭବନରେ ପ୍ରତି ନିର୍ବାଚନ ମଣ୍ଡଳୀ ୱାରୀ ପ୍ରଶିକ୍ଷଣ ଓ ତାପରେ ଜୋନାଲ ପ୍ରଶିକ୍ଷଣ ପରବର୍ତୀ ପର୍ଯ୍ୟାୟରେ ଅନ୍ୟ କାର୍ଯ୍ୟକ୍ରମ କରାଯିବାକୁ ପ୍ରସ୍ତାବ ପାରିତ ହୋଇଥିଲା ।
ପ୍ରତିଷ୍ଠା ଦିବସ ପରେ ଗୋଟିଏ ପକ୍ଷରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଏବଂ ଜାନୁଆରୀ ୨୩ ନେତାଜୀ ଜୟନ୍ତୀ ଠାରୁ ବିଜୁ ଜୟନ୍ତୀ ମାର୍ଚ୍ଚ ୫ ଯାଏଁ ନବୀନ ସରକାରର ସଫଳତା ତଥା ବିକାଶର ଆଭିମୁଖ୍ୟ ତୃଣମୁଳ ସ୍ତରରେ ଲୋକଙ୍କ ପାଖରେ ପହଁଚାଇବା ପାଇଁ ଅଭିଯାନ ଆରମ୍ଭ କରାଯିବ ବୋଲି କାର୍ଯ୍ୟକାରିଣୀ ପ୍ରସ୍ତାବରେ କୁହାଯାଇଛି ।
ବୈଠକରେ ସଂଘୀୟ ବ୍ୟବସ୍ଥାରେ ଓଡିଶା ଯେପରି ତାର ନାଯ୍ୟ ଦାବୀ ଯଥା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଏପରିକି ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ଦାବୀ ହାସଲ କରିବ ସେଥିପାଇଁ ଉଦ୍ୟମ ଜାରି ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା | .ଏହା ସହିତ ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ରର ନୀରବତା ନେଇ ବୈଠକରେ ଦୁଃଖ ପ୍ରକାଶ କରାଯାଇଥିଲା ଓ ଦାବି ପୂରଣ ପାଇଁ ଉଦ୍ୟମ ଅବ୍ୟାହତ ରହିବ ବୋଲି ଘୋଷଣା କରାଯାଇଥିଲା । କୋଇଲା ରୟାଲଟି, ସେସ୍, ପ୍ରଦାନ କ୍ଷେତ୍ରରେ ଓଡିଶା ର ଦାବୀ ପୂରଣ ସହିତ ଜାତୀୟ ରାଜପଥ ଓ ରେଳବାଇ କ୍ଷେତ୍ରରେ ବିକାଶ କାର୍ଯ୍ୟ ତ୍ୱରାନିତ କରିବା ଏବଂ ଗରିବ କେନ୍ଦୁପତ୍ର ତୋଳାଳିଙ୍କ ଉପରୁ ଜିଏସଟି ବୋଝ ଦୂର କରିବା , ଖାଉଟି ଦର ବୃଦ୍ଧି ଓ ଏହା ଯୋଗୁଁ ଘର ଚଳାଇବା ରେ ମହିଳା ମାନେ ସମ୍ମୁଖିନ ହେଉଥିବା କଷ୍ଟକର ପରିସ୍ଥିତି ବିଷୟରେ ଆଲୋଚନା କରାଯାଇ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ | ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକମ ର ସଫଳ କାର୍ଯ୍ୟକାରିତା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବାକୁ ନିଷ୍ପତ୍ତି ପାରିତ ହୋଇଥିଲା |
ଦଳର ସାଂଗଠନିକ ପ୍ରସ୍ତାବରେ ଦଳର କେନ୍ଦ୍ରୀୟ ନିଜସ୍ୱ କାର୍ଯ୍ୟାଳୟ ଶଙ୍ଖ ଭବନର ଠିକଣା ପରିବର୍ତନ ସଂପର୍କରେ ଏବଂ ସାଂଗଠନିକ ନିର୍ବାଚନକୁ ଗୋଟିଏ ବର୍ଷ ଘୁଂଚାଇବା ପାଇଁ ତଥା ଆଗାମୀ ଦିନର ସାଂଗଠନିକ କାର୍ଯ୍ୟକ୍ରମ ପାଇଁ ସର୍ବସମ୍ମତ କ୍ରମେ ଆଗତ ପ୍ରସ୍ତାବ ଆଲୋଚନା କରାଯାଇ ଗୃହୀତ ହୋଇଥିଲା ।
କାର୍ଯ୍ୟକାରିଣୀକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରି କହିଥିଲେ ଯେ ବିରୋଧୀଙ୍କ ପାଖାରେ କିଛି issue ନାହିଁ | ଓଡ଼ିଶାର transformation ସେମାନଙ୍କ ପାଇଁ ବଡ଼ shock ହୋଇଛି. ତେଣୁ ସେମାନେ ମିଛ କହିବେ ,ଅପପ୍ରଚାର କରିବେ।.Grassroot level ରୁ ଆମକୁ ଏହାର ଦୃଢ଼ ମୁକାବିଲା କରିବାକୁ ହେବ. Social media ରେ ଏହାକୁ ବିରୋଧ କରିବାକୁ ହେବ ତା ସହିତ ବିକାଶ ର ବାର୍ତ୍ତାକୁ ଓଡ଼ିଶାର ଘରେ ଘରେ ପହଞ୍ଚିବାକୁ ହେବ |
ଓଡିଶା ବାସୀ ଜାଣନ୍ତି ହଜାରେ ମିଛ କେବେ ସତ ହେବନାହିଁ | ସତ୍ୟର ଜୟ ହେବ, ବିକାଶ ର ଜୟ ହେବ ..ନୂଆ ଓଡିଶା ଓ ସଶକ୍ତ ଓଡିଶା ଗଠନ ହେବ” |
କାର୍ଯ୍ୟକାରିଣୀରେ ମୋଟ୍ 32ଟି ପ୍ରସ୍ତାବ ଦଳର ବରିଷ୍ଠ ନେତା ଆଗତ କରିଥିଲେ ଏବଂ ଅନ୍ୟ ବରିଷ୍ଠ ନେତା ଏହାକୁ ସମର୍ଥନ କରିଥିଲେ । ଆମେ ଗଢ଼ିବା ନୂଆ ଓଡିଶା ଓ ସଶକ୍ତ ଓଡିଶା ଶପଥ ସହ ବୈଠକ ଶେଷ ହୋଇଥିଲା | ଶେଷରେ ଦଳର ବରିଷ୍ଠ ଉପ ସଭାପତି ଶ୍ରୀଯୁକ୍ତ ଏ. ୟୁ. ସିଂଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ଭାଷଣ ଥିଲା ଏହିପରି
“ଜୟ ଜଗନ୍ନାଥ
ଆଜି ବିଜୁ ଜନତା ଦଳର Extended State Executive Committee Meetingକୁ ମୁଁ ସମସ୍ତଙ୍କୁ ସ୍ବାଗତ କରୁଛି । ଓଡିଶାବାସୀ ଏତେ ବର୍ଷ ଧରି ଆମକୁ ସେବାର ସୁଯୋଗ ଦେଇଛନ୍ତି। ସେଥିପାଇଁ ପ୍ରିୟ ଓଡିଶାବାସୀଙ୍କ ନିକଟରେ ମୁଁ ସବୁବେଳେ ଋଣୀ । ଓଡିଶାବାସୀଙ୍କ ନିକଟରେ ଆମ ଦଳର ବାର୍ତ୍ତା ପହଞ୍ଚାଇବା ପାଇଁ ବିଜେଡିର ଲକ୍ଷ ଲକ୍ଷ କର୍ମୀ ନିଷ୍ଠାର ସହ କାମ କରିଆସୁଛନ୍ତି। ସେମାନଙ୍କୁ ମୋର ପ୍ରଣାମ ।
ସମସ୍ତଙ୍କୁ ଏକାଠି କରି ଦଳକୁ ଆଗେଇ ନେବା ପାଇଁ ଦିନରାତି କାମ କରୁଥିବା ନେତୃମଣ୍ଡଳୀଙ୍କୁ ମୋର ପ୍ରଣାମ।
ଆମ ଦଳ Women Empowermentରେ ବିଶ୍ବାସ କରେ । ସବୁବେଳେ ଆମେ ମା ମାନଙ୍କ କଲ୍ୟାଣକୁ priority ଦେଇ ଆସିଛୁ । ତେଣୁ ବହୁ ସଂଖ୍ୟାରେ ମା ମାନେ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ମା ମାନଙ୍କ ନେତୃତ୍ବ ନେଉଥିବା ଆମର women leadershipକୁ ମୋର ପ୍ରଣାମ । ମା ମାନଙ୍କ ପସନ୍ଦ ବିଜୁ ଜନତା ଦଳ । ଛାତ୍ର ଓ ଯୁବଶକ୍ତିର ପସନ୍ଦ ବିଜୁ ଜନତା ଦଳ। ଓଡିଶାବାସୀଙ୍କ ପସନ୍ଦ ବିଜୁ ଜନତା ଦଳ ।
ସମସ୍ତେ କହୁଛନ୍ତି BJD is the most successful Regional Party. କିନ୍ତୁ ମୁଁ ସବୁବେଳେ କହିଆସିଛି ଯେ BJD is the most successful socio-economic movement in the country.
ଆମ ଦଳର ମୂଳ ମନ୍ତ୍ର ସେବା । ବିଜୁ ବାବୁଙ୍କ ଆଦର୍ଶରେ ଆମେ ସବୁବେଳେ ସେବା ମନୋଭାବ ନେଇ କାମ କରିଚାଲିଛୁ । ଏଥିପାଇଁ ଓଡିଶାବାସୀ ଆମକୁ ଆଶୀର୍ବାଦ ଦେଇ ଆସିଛନ୍ତି । ଏହି ଆଶୀର୍ବାଦ ସହ ରହିଛି ବହୁତ ବଡ ଦାୟିତ୍ବ । ଏହି ଦାୟିତ୍ବକୁ ଠିକ୍ ଭାବେ ପାଳନ କରିବା ପାଇଁ grassroot levelରୁ ଆମର କର୍ମୀ ଓ ଆମର ବିଭିନ୍ନ levelର ନେତାମାନେ ନିଷ୍ଠାର ସହ କାମ କରୁଛନ୍ତି ।
କିଛି ଲୋକ ପଚାରୁଛନ୍ତି, ଆପଣଙ୍କ ଦଳରେ election preparation କେମିତି ଚାଲିଛି । ମୁଁ କହିବାକୁ ଚାହେଁ ଯେ election preparation ନୁହେଁ। ଆମେ ଲେକଙ୍କ କାମରେ ବିଶ୍ବାସ କରୁ । ସେବାରେ ବିଶ୍ବାସ କରୁ ।
ଇତିହାସ କେବେ ଏତେ ବଡ transformation ଦେଖି ନ ଥିଲା। You are part of the transformation and you are also witnessing it. ମଠ ମନ୍ଦିର ହେଉ, ବା school, college, hospital, ଜଳସେଚନ ସୁବିଧା ହେଉ ବା ଗାଁ ଗାଁରେ Bank ସୁବିଧା, ଲକ୍ଷ୍ମୀ ଯୋଜନା ହେଉ, ବା ଜନଜାତି ଭାଇଭଉଣୀଙ୍କ କଲ୍ୟାଣ ସବୁ କ୍ଷେତ୍ରରେ ଦେଶ ଦେଖୁଛି ଓଡିଶାର ରୂପାନ୍ତର । ଓଡିଶା ଆଜି ଦେଶର Sports Capital ହୋଇ ପାରିଛି। Investment କ୍ଷେତ୍ରରେ ବିପୁଳ ସୁଯୋଗ, ନୂଆ ନୂଆ IT Company ଖୋଲିବାରେ ହେଉ ବା, Skill development ବା ମା ମାନଙ୍କ empowerment, ଚାଷୀ ମାନଙ୍କ empowerment ସବୁ କ୍ଷେତ୍ରରେ, ଓଡିଶା ସାରା ଭାରତରେ ଆଜି example ହୋଇଛି । ବିରୋଧୀ ମାନେ ସବୁବେଳେ ମିଛ ପ୍ରଚାର କରିବେ । ବିରୋଧୀଙ୍କ ପାଖରେ କିଛି issue ନାହିଁ। ଓଡ଼ିଶାର transformation ସେମାନଙ୍କ ପାଇଁ ବଡ଼ shock ହୋଇଛି
ସେମାନେ ଅପପ୍ରଚାର କରିବା ପାଇଁ ଚେଷ୍ଟା କରିବେ । ମିଛ କହିବେ। Grassroot levelରୁ ଆମକୁ ଏହାର ଦୃଢ ମୁକାବିଲା କରିବାକୁ ହେବ । Social mediaରେ ଏହାକୁ ବିରୋଧ କରିବାକୁ ହେବ । ତା ସହିତ ଆମର ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ହେବ। ଓଡିଶାବାସୀ ଜାଣିଛନ୍ତି, ହଜାରେ ମିଛ କେବେ ସତ ହେବ ନାହିଁ ।
ଘରେ ଘରେ ଶଙ୍ଖ ବାଜିବ। ସତ୍ୟର ବିଜୟ ହେବ। ବିକାଶର ବିଜୟ ହେବ ଏବଂ ଆମେ ଗଢିବା ନୂଆ ଓଡିଶା। ସଶକ୍ତ ଓଡିଶା।
ବନ୍ଦେ ଉତ୍କଳ ଜନନୀ”