ରାୟଗଡା ସହରରେ ଯୁବକଙ୍କୁ ଛୁରାମାଡ, ଘଟଣା ସ୍ଥଳରେ ମୃତ୍ୟୁ

0

ରାୟଗଡା: ରାୟଗଡା ଗୌତମ ନଗର ହାଥୀପଥର ରୋଡ଼ ଅଟୋ ଷ୍ଟାଣ୍ଡ ନିକଟ ରେ ଥିବା ମାଝୀଘରିଆଣି ମଣ୍ଡପ ଠାରେ ଯୁବକଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା କରାଯାଇଛି। ରାୟଗଡ଼ା ସହରରେ ରହୁଥିବା ଖିଲିମିଶିଗୁଡା ଗାଁ ର ପ୍ରମୋଦ କୋଲାକା ତାଙ୍କ ମାମୁ ଝିଅ ଭଉଣୀକୁ ସ୍କୁଲକୁ ଛାଡି ଯିବା ସମୟରେ ତିନି ଜଣ ଦୁର୍ବୃତ୍ତ ବାଇକ୍ ଯୋଗେ ଆସି ତାଙ୍କୁ ହଠାତ ଆକ୍ରମଣ କରି ଛାତିରେ ଛୁରୀ ମାରି ହତ୍ୟା କରିଛନ୍ତି। ହତ୍ୟା ପରେ ଦୃବୁର୍ତ୍ତ ମାନେ ଫେରାର ହୋଇଯାଇଥିଲେ। ଏହି ଘଟଣାଟି ଆଜି ଦିନ ୧୦ଟା ସମୟ ପାଖାପାଖି ଦିବାଲୋକରେ ଘଟିଥିବା ଜଣାପଡିଛି।
ଘଟଣାଟି ରାଜନୈତିକ ଶତ୍ରୁତା କିମ୍ବା କୌଣସି ପୂର୍ବ ଶତ୍ରୁତାରେ ଘଟାଇଥିବା ସଂନ୍ଦେହେ ହେଉଛି ବୋଲି ମୃତକଙ୍କ ମାମୁ ପୂର୍ବତନ ରାୟଗଡା ଜିଲ୍ଲାପରିଷଦ ଅଧକ୍ଷ ଶ୍ରୀ ଗଙ୍ଗାଧର ପୁଆଲା ଗଣମାଧ୍ୟମରେ ପ୍ରକଶ କରିଛନ୍ତି। ନିଜ ଭଣଜାକୁ କିଛି ଦୃବୁର୍ତ୍ତ ମାନେ କିଛି ଦିନ ପୂର୍ବେ ମୃତ୍ୟୁ ଧମକ ଦେଇଥିବା ସେ ପ୍ରକଶ କରିଛନ୍ତି।
ଏହିଭଳି ନୃଶଂସ ହତ୍ୟା ଘଟଣାକୁ ନେଇ ରାୟଗଡ଼ା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣା ସ୍ଥଳରେ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ପହଞ୍ଚିଛନ୍ତି । ଏବଂ ଏହି ଘଟଣା ର ତନାଘନା ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.