https://youtu.be/HhMn2zhfvGc
ମନ ମୋହିଲା ଶିଶୁ କଳାକାର ମାନଙ୍କ ନୃତ୍ଯ ପରିବେଷଣ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଆଦିବାସୀ କଲ୍ୟାଣ ବିଭାଗର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ର ଅନ୍ୱେଷା ଖେଳ ପଡିଆରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ,ବିଜ୍ଞାନମେଳା ଓ ପ୍ରକଳ୍ପ ପ୍ରତିଯୋଗୀତା ଉଦଘାଟିତ ହୋଇଯାଇଛି l ଏହି ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମିତ୍ରଭାନୁ କଚ୍ଛପ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ଯୋଗଦେଇଥିଲେ l ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ଛତ୍ରୀ, ଶ୍ରୀଯୁକ୍ତ ଛତ୍ରପତି ସାହୁ,ଶ୍ରୀଯୁକ୍ତ ଜ୍ୟୋତିକାନ୍ତ ସାହୁ,ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ଭୋଇ, ଶ୍ରୀଚୁଡ଼ାମଣି ବାରିକ, ଶ୍ରୀ ମଛିନ୍ଦ୍ର ମଲ୍ଲିକ, ଶ୍ରୀ ଶୁଭମ୍ ପତି, ଶ୍ରୀମତୀ ସେବାଶ୍ରୀ ଭୋଇ, ଶ୍ରୀମତୀ ଅମୃତା ସାହୁ, ସୁଶ୍ରୀ ଭାବନା ସାହୁ, ସୁଶ୍ରୀ ମିଶ୍ରାନୀ କୁମ୍ଭାର , ଶ୍ରୀ ରାମଲାଲ ବରିହା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଧୀରୋଜ ପଟ୍ଟନାୟକ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପର୍ଶୁରାମ ଧରୁଆ ପ୍ରମୁଖ ମଞ୍ଚାସିନ ଥିଲେ l ସର୍ଵ ପ୍ରଥମେ ମୁଖ୍ୟଅତିଥିଙ୍କ କରକମଳ ରେ ଶ୍ରୀଗଣେଶ ଓ ସିଦ୍ଧିଦାତ୍ରି ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ବଳନ କରି ଏହି ମହୋତ୍ସବ ର ଶୁଭାରମ୍ଭ କରିଥିଲେ l ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ର ଛାତ୍ରୀମାନେ ଶ୍ରୀ ଅନ୍ତର୍ଯ୍ୟାମୀ ମେହେର ଙ୍କ ସଂଗୀତ ନିର୍ଦ୍ଦେଶନାରେ ସ୍ଵାଗତ ସଙ୍ଗୀତ ଗାନକରିଥିଲେ l ସମସ୍ତ ଅତିଥି ବିଜ୍ଞାନ ର ଜୟଗାନ ସହ ଛାତ୍ରଛାତ୍ରୀ ଙ୍କୁ ପ୍ରୋତ୍ସାହିତ କରିଥିଲେ l ଏହି ପ୍ରଦର୍ଶନୀ ରେ ମୋଟ ୨୨୫ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଛି l ଏହି ପ୍ରଦର୍ଶନୀ ୧୬ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ l ଆଜି ପ୍ରଥମ ପର୍ଯ୍ୟାୟ ରେ ଅଭିଜ୍ଞ ବିଜ୍ଞାନଶିକ୍ଷକ ମାନଙ୍କ ଦ୍ଵାରା ପର୍ଯ୍ୟବେକ୍ଷଣ କରାଯିବl ସମସ୍ତ ଛାତ୍ର ଛାତ୍ରୀ ଓ ଗାଇଡ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ସୁବିଧାରେ ରହିବା ଓ ସ୍ଵାଦିଷ୍ଟ ଭୋଜନ ର ବ୍ୟବସ୍ଥା କରାଯାଇଛି lଉଦଘାଟନୀ ଉତ୍ସବରେ ମଞ୍ଚପରିଚାଳନା କରିଥିଲେ ଶ୍ରୀ ରାଜେଶ ଖମାରୀ ଓ ଶ୍ରୀ ଦ୍ୱାଦଶ ପ୍ରଧାନ l ଆଜିର ସବୁଠାରୁ ଆକର୍ଷଣୀୟ ଥିଲା ବରିକେଲ ଉଚ୍ଚ ବିଦ୍ୟାଳୟ ଓ ଦେଉଲୀ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପାରମ୍ପରିକ ଲୋକବାଦ୍ୟ ଓ ନୃତ୍ୟ ସହ ଅତିଥି ମାନଙ୍କୁ ସ୍ଵାଗତ କରୁଥିଲେ l
ଏହି ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ପଟ୍ଟନାୟକ ଓ ଛତ୍ରୀ ସାର୍ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ହୋଇ ଥିଲା lଶେଷରେ ଶ୍ରୀଯୁକ୍ତ ଚୂଡ଼ାମଣି ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ। ପରେ ସଂଧ୍ୟା ୬ଟା ରୁ ଶ୍ରୀ ଗୋବିନ୍ଦ ସେଠ୍ ଓ ସୁଶ୍ରୀ ସୋନାଲିକା ଶବରଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କଲ୍ୟାଣ ବିଭାଗର ର ଛାତ୍ର ଛାତ୍ରୀ ମାନେ ଚମତ୍କାର ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନ ମୋହି ନେଇଥିଲେ l କୁଇଜ୍ କାର୍ଯ୍ୟକ୍ରମ କୁ ମାନସ ଶତପଥୀ ପରିଚାଳନା କରିଥିଲେ l