ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଲେଖନପୁରସ୍ଥ ସାଇ ମନ୍ଦିର ପରିସରରେ ଏକ ସାଇ ଭଜନ ଲୋକାର୍ପିତ ହୋଇଯାଇଛି। ଭଜନଟିକୁ ଗୀତିକାର ଡ. ରାଜେନ୍ଦ୍ର ପ୍ରସାଦ ପାଢ଼ୀ ରଚନା କରିଥିବା ବେଳେ ଗୀତର ସ୍ବର ସଂଯୋଜନା ଓ କଣ୍ଠ ଦାନ କରିଛନ୍ତି କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ । ଶ୍ରୀ ସୃଜନ ଦ୍ୱାରା ପ୍ରସ୍ତୁତ ଏହି ଭଜନ ଲୋକାର୍ପଣ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ ଏବଂ କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀଙ୍କ ସମେତ ଅତିଥି ଭାବେ ସମାଜସେବୀ ପ୍ରମୋଦ ପଟ୍ଟନାୟକ,ଲକ୍ଷ୍ମୀଧର ସାହୁ, ଲକ୍ଷ୍ମୀଧର ମହାପାତ୍ର, କାଦମ୍ବିନୀ ମହାପାତ୍ର, ଦିଲ୍ଲୀପ ସାହୁ, ପ୍ରଦୀପ କୁମାର ସାହୁ, ଅମିୟ କରଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ରହି ଶ୍ରଦ୍ଧା ପ୍ରକଟ କରିଥିଲେ। ଗୀତଟି ଶ୍ରୀ ସୃଜନ ନୟାଗଡ଼ ୟୁଟ୍ୟୁବରେ ଉପଲବ୍ଧ ହୋଇଥିବା ବେଳେ ଏହା ବେଶ ଲୋକପ୍ରିୟ ହେବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post