ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବିଭିନ୍ନ ଦାବି ନେଇ ସର୍ବ ଭାରତୀୟ ଡିଲର୍ସ ଫେଡେରେସନ୍ ର ଆହ୍ୱାନ କ୍ରମେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ଡିଲର୍ସ ଫେଡେରେସନ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି I ଡିଲର୍ସ ଫେଡେରେସନ୍ ମୁଖ୍ୟ ଦାବି ଗୁଡ଼ିକ ମଧ୍ୟରେ ଖୁଚୁରା ବିକ୍ରେତାଙ୍କ ପାରିଶ୍ରମିକ ଅର୍ଥ ରାଶି ବୃଦ୍ଧି, ଏକକାଳୀନ ବକେୟା ପାରିଶ୍ରମିକ ଅର୍ଥ ପ୍ରଦାନ ଏବଂ ସ୍ୱାସ୍ଥ୍ୟ ବୀମା ପ୍ରଚଳନ ଆଦି ଉଲ୍ଲେଖ ରହିଛି I ଏନେଇ ଡିସେମ୍ବର ପହିଲାରୁ କଳା ବେଡଜ୍ ପିନ୍ଧି ଡିଲର୍ସ ମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି I ଯଦି ସରକାର ତୁରନ୍ତ ସେମାନଙ୍କ ଦାବି ପୂରଣ ସମ୍ପର୍କରେ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆସନ୍ତା ଜାନୁୟାରୀ ପହିଲାରୁ ରାସନ୍ ବଣ୍ଟନ ବନ୍ଦ କରାଯିବା ସହିତ ଜାନୁୟାରୀ 16 ତାରିଖରେ ନୂଆଁ ଦିଲ୍ଲୀ ସ୍ଥିତ ରାମଲୀଳା ମୈଦାନକୁ ବିଶାଳ ପଦଯାତ୍ରା କରି ସଂସଦ ଭବନ ସମ୍ମୁଖରେ ବିଶାଳ ଜନସମାବେଶ କରି ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସର୍ବ ଭାରତୀୟ ଡିଲର୍ସ ଫେଡେରେସନ୍ ସୂତ୍ରରୁ ପ୍ରକାଶ I ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ଖୁଚୁରା ବିକ୍ରେତା ଏ ମନୋଜ କୁମାର ପାତ୍ର ଏବଂ ଟି ବିଶ୍ଵନାଥ ପାତ୍ରଙ୍କ ନେତୃତ୍ୱରେ ଡିଲର୍ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି I
Sign in
Sign in
Recover your password.
A password will be e-mailed to you.
Next Post