ରାଜ ବୋଡ଼ାସମ୍ବର ବ୍ଳକ୍ ରେ ଅପୂର୍ବ ଆନନ୍ଦ ଉଲ୍ଲାସ ମଧ୍ୟରେ ଆରମ୍ଭ ହୋଇଛି ‘ନୂଆ ଓ’ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ l

0 1

ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ରାଜବୋଡାସମ୍ବର ବ୍ଲକ୍‌ରେ ଅପୂର୍ବ ଆନନ୍ଦ ଉଲ୍ଲାସ ମଧ୍ୟରେ ଆରମ୍ଭ ହୋଇଛି ‘ନୂଆ ଓ’ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ । ଋାଜବୋଡାସମ୍ବର ବ୍ଲକର ୧୫-୩୫ ବର୍ଷର ଯୁବ ପ୍ରତିଭା ମାନଙ୍କୁ ନିଜର ବିଭିନ୍ନ ପ୍ରକାରର ଯୋଗ୍ୟତା ପ୍ରଦର୍ଶନର ଏକ କାର୍ଯ୍ୟକ୍ରମ ରୂପେ ଏହା ଆଜିଠୁ ଆରମ୍ଭ ହୋଇ ଆସନ୍ତା ଡିସେମ୍ବର ୨୨ ଯାଏଁ ଚାଲିବ । ଆଜି ଋାଜବୋଡାସମ୍ବର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଚନ୍ଦ୍ରମଣି ନାଗଙ୍କ ଆବାହକତ୍ୱରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏନ୍‌ଏସି ଅଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ବାଗ, ଏନ୍‌ଏସି ଉପାଧ୍ୟକ୍ଷା ଶ୍ରୀମତୀ ଭାରତୀ ପଟ୍ଟନାୟକ, ଋାଜବୋଡାସମ୍ବର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ରଞ୍ଜିତସିଂ ବରିହା, ଉପାଧ୍ୟକ୍ଷା ସାବିତ୍ରୀ ଚାନ୍ଦ ଅତିଥି ଭାବରେ ଯୋଗଦେଇଥିଲେ । ଆଜି ପ୍ରାରମ୍ଭିକ ଦିବସରେ କ୍ରିକେଟ ଖେଳ ପ୍ରତିଯୋଗିତାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିରେ ୨୦ ଟି ଦଳ ଅଂଶଗ୍ରହଣ କରିଥିଲେ । ଦୁବୁଲାବାହାଲ, ବରିକେଲ, ସର୍ଗିବାହାଲଠାରେ ଥିବା ଖେଳପଡିଆରେ କ୍ରିକେଟ ମ୍ୟାଚ୍ ଗୁଡିକ ହୋଇଥିଲା । ଟାଉନ୍ ହାଇସ୍କୁଲର ଖେଳଶିକ୍ଷକ ଶ୍ରୀ ଚନ୍ଦ୍ରମଣି ସାହୁ କ୍ରୀଡା ପରିଚାଳକ ଭାବରେ ଯୋଗଦେଇଥିଲେ । ଆଗାମୀ ଦିନରେ ଖୋ ଖୋ, କବାଡି, ଭଲିବଲ୍‌, ଫୁଟବଲ୍ ଭଳି ବିଭିନ୍ନ ଖେଳ ପ୍ରତିଯୋଗିତା ହେବ । ଓଡିଶାର ଯୁବସମାଜ ନିଜର କ୍ରୀଡାନୈପୁନ୍ୟତା ପ୍ରଦର୍ଶନ କରିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ଅପୂର୍ବ ସୁଯୋଗ ଆଣିଛି ।

Leave A Reply

Your email address will not be published.