ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସହାୟତାରେ ବରିଷ୍ଠ ନାଗରିକ ମାନଙ୍କୁ ଶ୍ରବଣ ଯନ୍ତ୍ର ବଣ୍ଟନ

0 2

ରାୟଗଡା: ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ସ୍ଥାନୀୟ ଶକ୍ତି ଅନୁଷ୍ଠାନ ଦ୍ବାରା ପରିଚାଳିତ ମାତୃଶକ୍ତି ବରିଷ୍ଠ ନାଗରିକ ଗୃହ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ କରିବା ସମୟରେ ଗୃହରେ ରହୁଥିବା ସମୁଦାୟ ୫୦ ଜଣ ବରିଷ୍ଠ ନାଗରିକ ଅନ୍ତେବାସୀ ମାନଙ୍କ ମଧ୍ୟରୁ ୧୧ ଜଣ ଶ୍ରବଣ ବାଧିତ ବରିଷ୍ଠ ନାଗରିକ ମାନଙ୍କୁ ଚିହ୍ନଟ କରାଯାଇଥିଲା । ତାପରେ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ସହାୟତାରେ ଏକ ସାସ୍ଥ୍ୟ ଶିବିର ଅନୁଷ୍ଟିତ କରାଯାଇ ସେହି ୧୧ ଜଣ ଶ୍ରବଣ ବରିଷ୍ଠ ନାଗରିକ ମାନଙ୍କ ର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଇଅଥିଲା ।

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ତା.୧୨.୧୨.୨୦୨୩ ରିଖ ମଙ୍ଗଳବାର ଦିନ ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତୀ ନିବେଦିତା ପଣ୍ଡାଙ୍କ ନେତୃତ୍ବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ସହାୟତାରେ ଜିଲ୍ଳା ଆଇନ ସେବା ପ୍ରାଧିକରଣ ଅଫିସ ରେ ସେହି ୧୧ ଜଣ ଶ୍ରବଣ ବାଧିତ ବରିଷ୍ଠ ନାଗରିକ ମାନଙ୍କୁ ଶ୍ରବଣ ଯନ୍ତ୍ର ବଣ୍ଟନ କରାଯାଇଥିଲା । ଏହି ଶ୍ରବଣ ଯନ୍ତ୍ର ବଣ୍ଟନ ସମୟରେ ଆଇନ ସେବା ପ୍ରାଧିକରଣ ଅଫିସ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.