ଭୁବନେଶ୍ୱର / ୧୩. ୧୨ .୨୦୨୩ : କଳିଙ୍ଗ ଷ୍ଟାଡିୟମ , ଭୁବନେଶ୍ୱର ଠାରେ ମାଧ୍ୟମିକ ବିଦ୍ୟାଳୟ ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ କାର୍ଯ୍ୟରତ ଶାରୀରିକ ଶିକ୍ଷକ ମାନଙ୍କର ଦୁଇ ଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଓସେପା ଦ୍ୱାରା ଆୟୋଜିତ ଏହି ଷଷ୍ଠ ବ୍ୟାଚ ତାଲିମ କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ଅଧୀନସ୍ଥ ଦଶଗୋଟି ଜିଲ୍ଲାରୁ ମୋଟ 96 ଜଣ ପ୍ରଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ । ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ଛାତ୍ରଛାତ୍ରୀମାନଙ୍କର ତଥା ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶରେ ଶାରୀରିକ ଶିକ୍ଷକ ମାନଙ୍କର ଗୁରୁତ୍ୱ ପୂର୍ଣ ଭୂମିକା ଉପରେ ଆଲୋକ ପାତ କରିଥିଲେ। ଏ ଦିଗରେ ରାଜ୍ୟ ସରକାରଙ୍କ ଦ୍ବାରା ନିଆଯାଉଥିବା ବହୁବିଧ ପଦକ୍ଷେପ ଗୁଡିକର ସଫଳ ରୂପାୟନ ପାଇଁ ଶାରୀରିକ ଶିକ୍ଷକ ମାନେ ଯତ୍ନବାନ ହେବା ପାଇଁ ସେ ଆହ୍ୱାନ ଦେଇଥିଲେ।
ଅଂଶ ଗ୍ରହଣକାରୀ ଶାରୀରିକ ଶିକ୍ଷକମାନେ ଦୁଇଦିନ ତାଲିମର ଉପାଦେୟ ଶିକ୍ଷଣ ଅନୁଭୂତି ବର୍ଣ୍ଣନା କରିବା ସହ ଏହି ତାଲିମର ଅବଧିକୁ ବଢାଇବା ପାଇଁ ଅନୁରୋଧ କରିଥିଲେ। ଅନ୍ୟତମ ଅତିଥିଭାବେ ଯୋଗଦେଇ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ଭଗବାନ ବେହେରା ଶାରୀରିକ ଶିକ୍ଷକମାନେ ଯେଉଁ ଶିକ୍ଷଣ ଅନୁଭୂତି ନେଲେ ତାହା ନିଜନିଜର କର୍ମ କ୍ଷେତ୍ରରେ ପ୍ରୟୋଗ କରି ଛାତ୍ରଛାତ୍ରୀ ମାନଙ୍କୁ ତା’ର ସୁଫଳ ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ। ନିଜେ ସୁସ୍ଥ ରହିବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀମାନଙ୍କୁ ସୁସ୍ଥ ଜୀବନ ଶୈଳୀ, ମାନବୀୟ ମୂଲ୍ୟବୋଧ ଆଦି ଶିକ୍ଷାଦାନ ପାଇଁ ଏହି ତାଲିମ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଥିଲେ। ଏହି ଦୁଇଦିନିଆ ପ୍ରଶିକ୍ଷଣ ସମୟରେ କ୍ରୀଡ଼ା ତଥା ଯୁବସେବା ବିଭାଗର ବରିଷ୍ଠ , ଅଭିଜ୍ଞ ତଥା ଆନ୍ତର୍ଜାତୀୟ କ୍ଷାତି ସମ୍ପର୍ଣ୍ଣ ସାଧନ କର୍ମୀ ଯଥା ଗୃପ କ୍ୟାପଟେନ ଦିନେଶ ସୁରି, ଲେଫ୍ଟନାଣ୍ଟ କର୍ଣ୍ଣେଲ ଏ. ରାଜେଶ, କ୍ରୀଡ଼ା ଯୁବସେବା ବିଭାଗର ବରିଷ୍ଠ ଖେଳ ବିଜ୍ଞାନ ନିର୍ଦ୍ଦେଶକ ଡ. ସୌମିତ୍ର ମଣ୍ଡଳ , ପି. ଧର୍ମାରାଓ , ଡ. ଦିନେଶ ଆଦି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏଥିସହ ଓସେପାର ଉପନିର୍ଦ୍ଦେଶକ ମହେଶ୍ଵର ସାହୁ ଓ ନିରୁପା ବେହେରା , ‘ମୋ ସ୍କୁଲ’ର ଓ.ଏସ.ଡି. କାବେରୀ ପାଢୀ, ସାଧନକର୍ମୀ ଯୁଧିଷ୍ଠିର ପାଣିଗ୍ରାହୀ ଓ ଯୋଗ ପ୍ରଶିକ୍ଷକ ଦୀପକ ଗିରି ଓ ଜ୍ୟୋତିରଞ୍ଜନ ମହାପାତ୍ର ପ୍ରମୁଖ ତାଲିମ ଦେଇଥିଲେ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଓସେପାର ଯୁଗ୍ମ ନିର୍ଦ୍ଦେଶକ , ଶିକ୍ଷକ-ଶିକ୍ଷା ଡ. ସନାତନ ପଣ୍ଡା ପରଚାଳନା କରିଥିବା ବେଳେ ପ୍ରଶିକ୍ଷଣ ସହାୟିକା ମିତାଲି ପାତ୍ର ଓ ଅନ୍ୟ ସହଯୋଗୀ ମାନେ ସହୟତା ପ୍ରଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post