ଜମନକିରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଷୋଡ଼ଶତମ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

0 1

ଜମନକିରା୧୩/୧୨:(ଲିପନ ନାଏକ ) ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଆଜି ବୁଧବାର ଦିନ ଷୋଡ଼ଶତମ ବାର୍ଷିକ କ୍ରୀଡା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କ୍ରୀଡା ସମାରୋହରେ ବିଦ୍ୟାଳୟର ସଭାପତି ସାଲେକରାମ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ଉପ-ସଭାପତି ଦିଲୀପ ବହିଦାର ଉପସ୍ଥିତ ରହି ଦୀପ ଉଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ କ୍ରୀଡ଼ା ପ୍ରତିଯୋଗିତା କୁ ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁରଳୀ ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ଶାରୀରିକ ପ୍ରମୁଖ ପଦ୍ମନାଭ ମହାକୁଳ ସମସ୍ତ ‌ଖେଳ କୁ ପରିଚାଳନା କରିଥିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଖେଳରେ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୫୫ ଜଣ ଶିଶୁ ଭାଇଭଉଣୀ କ୍ରୀଡାରେ ଯୋଗଦାନ କରିଥିଲେ। ଏଥିରେ ଉଚ୍ଚ ଡିଆଁ, ଲମ୍ବଡିଆଁ, ଦୌଡ଼, ପୁଚି, ଫୁଟବଲ୍, କବାଡି, ଖୋଖୋ, ଡିଷକସ ଥ୍ରୋ, ଜାଭେଲିନ ଥ୍ରି ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଆଚାର୍ଯ୍ୟ ଉମାକାନ୍ତ ରଣା ଖେଳରେ ସହଯୋଗ କରିଥିବା ବେଳେ ଆଚାର୍ଯ୍ୟା ସସ୍ମିତା ବିଶ୍ଵାଳ, ଛବିରାଣୀ ଗଡ଼ନାୟକ, ରିନା ବେହେରା, ମନୀଷା ଦେହୁରୀ, ଅନିତା ଭୋଇ, ଲିଲି ଭୋଇ, ନିଲାବତି କିସାନ, ପ୍ରତିଭା ନାଏକ ଏବଂ ମିନତି ପାଣିଗ୍ରାହୀ ପ୍ରମୁଖ ଖେଳ ଖେଲେଇବା ସହ ପରିଚାଳନାରେ ସହଯୋଗ କରିଥିଲେ। ଏଥିସହ ସ୍କୁଲର ସମସ୍ତ ଗୁରୁଜୀ, ଗୁରୁମା, କର୍ମଚାରୀ ସହଯୋଗ କରିଥିଲେ।

Leave A Reply

Your email address will not be published.