ଭଞ୍ଜନଗର/ଉଦୟନାଥ ପଣ୍ଡା: ଗଞ୍ଜାମଜିଲ୍ଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ନବନିର୍ମିତ ଶୈକ୍ଷକ ଭବନ ର ଶୁଭ ଉଦ୍ଘାଟନ ଉତ୍ସବ ସହିତ ନୂତନ ଚକରା ବିଷୋୟୀ ଶୈକ୍ଷିକ ଭବନର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥି ସହିତ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଜଗନ୍ନାଥ ପ୍ରସାଦ ବ୍ଲକ ର ଆଞ୍ଚଳିକ ଡିଗ୍ରୀ ଜୁନିଅର ମହାବିଦ୍ୟାଳୟ ପରିସରରେ ବିଜୁ ପଟ୍ଟନାୟକ ଏକାଡେମୀକ୍ ବ୍ଳକ୍ ର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |।
୧୩ ଡିସେମ୍ବର ୨୦୨୩ ବୁଧବାର ଦିନ ମଧ୍ୟାହ୍ନ ୩ ଘଣ୍ଟା ସମୟରେ ସ୍ଥାନୀୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ ଅନୁଷ୍ଠିତ ଭବ୍ୟ କାର୍ଯ୍ୟକ୍ରମରେ ନୂତନ ଭାବେ ନିର୍ମାଣ ହୋଇଥିବା ଶୈକ୍ଷିକ ଭବନ ର ଶୁଭ ଉଦ୍ଘାଟନ ସହ ସହିତ ଚକରା ବିଷୋୟୀ ଶୈକ୍ଷିକ ଭବନ ର ଶିଳାନ୍ୟାସ କାର୍ଯ୍ୟକ୍ରମ ସମ୍ପନ୍ନ କରିଛନ୍ତି ଓଡ଼ିଶା ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଓ ସମବାୟ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ । ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ଦାସ ଓ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଶ୍ରୀ ଗୋପବନ୍ଧୁ ମହାପାତ୍ର ଦୁଇ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ଵାଗତ କରିଥିଲେ। ଏଥିରେ ସ୍ଥାନୀୟ ମହାବିଦ୍ୟାଳୟ ର ଅନେକ ଅଧ୍ୟାପକ, ଅଧ୍ୟାପିକା, କାର୍ଯ୍ୟକାରୀ ସଦସ୍ୟ ଙ୍କ ସହିତ ଜାତୀୟ ସମର ଶିକ୍ଷାର୍ଥୀବାହିନୀ ର ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ରହି ଅତିଥି ମାନଙ୍କୁ ସ୍ଵାଗତ ଜଣାଇଥିଲେ। ଏହି ଉତ୍ସବରେ ବିଭିନ୍ନ ଗ୍ରାମର ସରପଞ୍ଚ, ଦଳୀୟ କର୍ମକର୍ତ୍ତା ଙ୍କ ସହିତ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନିଲ୍ କୁମାର ସେଠୀ ଏବଂ ସୁଚନା ଲୋକସମ୍ପର୍କ ଅଧିକାର ଶ୍ରୀ ଗୌରୀଶଙ୍କର ଶତପଥୀ ଉପସ୍ଥିତ ଥିଲେ। ମହାବିଦ୍ୟାଳୟ ଶୁଭ ଉଦ୍ଘାଟନ ଉତ୍ସବ କୁ ଆମନ୍ତ୍ରିତ ଅତିଥିମାନେ ପ୍ରଥମେ ମହାବିଦ୍ୟାଳୟ ପରିସରରେ ଥିବା କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଅନେକ ମାନ୍ୟଗଣ୍ୟ ସମ୍ନାନନୀୟ ବ୍ୟକ୍ତି ବିଶେଷ, ମହାବିଦ୍ୟାଳୟ ର ଶହ ଶହ ଛାତ୍ରଛାତ୍ରୀ ଓ ଅନେକ ଦଳୀୟ କର୍ମକର୍ତ୍ତା ମାନଙ୍କୁ ଉପସ୍ଥିତିରେ ନବନିର୍ମିତ ଶୈକ୍ଷିକ ଭବନ ର ଶୁଭ ଉଦ୍ଘାଟନ ଓ ଚକରା ବିଷୋୟୀ ଶୈକ୍ଷିକ ଭବନ ର ଶିଳାନ୍ୟାସ କାର୍ଯ୍ୟକ୍ରମ ସମାପନ କରିଥିଲେ ମନ୍ତ୍ରୀ ଶ୍ରୀ ଆରୁଖ ଓ ଶ୍ରୀ ନାୟକ |
ଏଥି ସହିତ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଜଗନ୍ନାଥ ପ୍ରସାଦ ବ୍ଲକ ର ଆଞ୍ଚଳିକ ଡିଗ୍ରୀ ଜୁନିଅର ମହାବିଦ୍ୟାଳୟ ପରିସରରେ ଦୁଇ ମନ୍ତ୍ରୀ ଙ୍କ ଦ୍ଵାରା ବିଜୁ ପଟ୍ଟନାୟକ ଏକାଡେମୀକ୍ ବ୍ଳକ୍ ର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.