ନୟାଗଡ଼,(ଲକ୍ଷ୍ମୀଧର ସାହୁ): ବିଶ୍ୱବିଶୃତ ନଭବିଜ୍ଞାନୀ ମହାମହପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ବା ପଠାଣି ସାମନ୍ତଙ୍କ ୧୮୯ତମ ଜନ୍ମସ୍ମାରକୀ ମହା ସମାରୋହରେ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ଯଦୁମଣି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ,ନୟାଗଡ଼ ପକ୍ଷରୁ ଆୟୋଜିତ ଏହି ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଏବଂ ଭାରତ ସରକାରଙ୍କ ପ୍ରାକ୍ତନ ଗଣମାଧ୍ୟମ ଉପଦେଷ୍ଟା ଡ ଉମାକାନ୍ତ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ଚଳିତ ବର୍ଷ ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ’ ସମ୍ମାନ ପଠାଣି ସାମନ୍ତଙ୍କ ଜନ୍ମମାଟି ଖଣ୍ଡପଡ଼ାର କୃତୀ ସନ୍ତାନ ଲବ୍ଧ ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ଦାଶ ବେନହୁରଙ୍କୁ ପ୍ରଦାନ କରାଯାଇଥିଲା ।
ସେହିପରି ନୟାଗଡ଼ ସ୍ୱୟଂ ଶାସିତ ମହା ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନଙ୍କୁ ‘ନୟାଗଡ଼ ବନ୍ଧୁ’,ବିଜ୍ଞାନ ସ୍ରଷ୍ଟା ପ୍ରଫେସର ହରପ୍ରସାଦ ମହାପାତ୍ରଙ୍କୁ ‘ପଠାଣି ସାମନ୍ତ ପ୍ରତିଭା’ ସମ୍ମାନ, ସୁନାମଧନ୍ୟ ଯଶସ୍ୱୀ ଆଇନଜୀବୀ ଲକ୍ଷ୍ମୀଧର ପଙ୍ଗାରୀଙ୍କୁ ‘ପଠାଣି ସାମନ୍ତ ଆଇନ ସେବା ରତ୍ନ’,ସ୍ତମ୍ଭକାର ଲଳିତ ମୋହନ ମିଶ୍ରଙ୍କୁ ଦାସରଥି ପଟ୍ଟନାୟକ ସାହିତ୍ୟ ସମ୍ମାନ’,ସମାଜସେବୀ ଅନାଦି ଚରଣ ମହାନ୍ତିଙ୍କୁ ‘ପଠାଣି ସାମନ୍ତ ସେବା ସମ୍ମାନ’,ଯୁବ ସମାଜ ସେବୀ ପ୍ରଭାତ କୁମାର ସାହୁଙ୍କୁ ‘ପଠାଣି ସାମନ୍ତ ଯୁବ ସେବା ସମ୍ମାନ’,ସର୍ବଭାରତୀୟ ପ୍ରତିଷ୍ଠିତ ଫୁଟବଲ ଖେଳାଳି ଏବଂ ରେଫ୍ରୀ ରାଜୁ ମହାନ୍ତିଙ୍କୁ ‘ପଠାଣି ସାମନ୍ତ କ୍ରୀଡ଼ା ସମ୍ମାନ’,ନାଟ୍ୟଗୁରୁ ପ୍ରଭାତ କୁମାର ଦାଶଙ୍କୁ ‘ପଠାଣି ସାମନ୍ତ ସଙ୍ଗୀତ ସମ୍ମାନ’ରେ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ଏବଂ ଜୟଶ୍ରୀ ଦେବୀଙ୍କ ସଂଯୋଜନାରେ ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ଭଜନ ଗାୟକ ଶ୍ରୀଚରଣ ମହାନ୍ତି ଏବଂ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.