ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆନୁକୂଲ୍ୟରେ ବୁଧବାର ଜିଲ୍ଲା ପରିଷଦ ସମ୍ମିଳନୀ ସଭା ଗୃହରେ ଗ୍ରାମ୍ୟସ୍ତରୀୟ ବିର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ନେଇ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ , ଉପ ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ , ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଜ୍ଞାନ ରଞ୍ଜନ ମାଝୀ , ଡିଆଇବି ଶ୍ରୀ ଶ୍ରୀନିବାସ ଆଚାର୍ଯ୍ୟ ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲା ବିପର୍ଯ୍ୟୟ କାର୍ଯ୍ୟକ୍ରମ ଅଧିକାରୀ (ଓଏସଡିଏମଏ)ଶ୍ରୀ ପ୍ରଦୋଷ କୁମାର ଶତପଥୀ କର୍ମଶାଳା ପରିଚାଳନା କରିଥିଲେ।
ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ସମସ୍ତ ଗ୍ରାମକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି କର୍ମଶାଳାରେ ବିର୍ଯ୍ୟୟର ମୂଲ୍ୟାଙ୍କନ , ପରିସ୍ଥିତି ବିଶ୍ଲେଷଣ , ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ , ସ୍ଥାନାନ୍ତର ପ୍ରକ୍ରିୟା ଏବଂ ସମ୍ପ୍ରଦାୟର ଯୋଗଦାନ କୌଶଳ ଉପରେ ଆଲୋଚନା କରାଯାଇଥିଲା । ବିପର୍ଯ୍ୟୟ ପରିସ୍ଥିତିରେ ବିଭିନ୍ନ ବିପର୍ଯ୍ୟୟ ପରିଚାଳନା ଦଳ ଯଥା ପ୍ରାରମ୍ଭିକ ଚେତାବନୀ ଏବଂ ପ୍ରସାରଣ ଦଳ , ନିରାପତ୍ତା , ସନ୍ଧାନ ଏବଂ ଉଦ୍ଧାରକାରୀ ଦଳ , ଡାକ୍ତରୀ ଏବଂ ପ୍ରଥମ ସହାୟତା ଦଳ , ଆଶ୍ରୟସ୍ଥଳ ପରିଚାଳନା ଦଳ , ଜଳ ଏବଂ ପରିମଳ ଦଳ , ରିଲିଫ ଏବଂ ସମନ୍ବୟ ଦଳ , ଶବ ନିଷ୍କାସନ ଦଳ , ଟ୍ରମା କାଉନସେଲିଂ ଦଳ , କ୍ଷତି ଏବଂ କ୍ଷତି ଆକଳନ ଦଳର କାର୍ଯ୍ୟକାରିତା ଉପରେ ସୂଚନା ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଅଂଶଗ୍ରହଣକାରୀମାନଙ୍କୁ ନିଜ ନିଜ ଗ୍ରାମ ଅନୁଯାୟୀ ବ୍ୟାପକ ଯୋଜନା ପ୍ରସ୍ତୁତ କରିବା ପାଇଁ ଅନୁରୋଧ କରାଯାଇଥିଲା।
ଏହି ବୈଠକରେ ବିଭିନ୍ନ ବ୍ଲକର ଅଧ୍ୟକ୍ଷ , ଗୋଷ୍ଠୀ ଉନ୍ନୟନ ଅଧିକାରୀ , ସ୍ୱେଚ୍ଛାସେବା ସଙ୍ଗଠନର ପ୍ରତିନିଧି ଓ ବିଭାଗୀୟ ପଦାଧୀକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଜ୍ଞାନ ରଞ୍ଜନ ମାଝୀ ଧନ୍ୟବାଦ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.