ବାଲ୍ ବୈଜ୍ଞାନିକଙ୍କ ଅପେକ୍ଷାରେ ଅନ୍ୱେଷା

0 2

ପଦ୍ମପୁର :- ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଆଦିବାସୀ କଲ୍ୟାଣ ବିଭାଗର ଖେଳ ପଡିଆ ଅନ୍ୱେଷା ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇ ଅପେକ୍ଷା କରିଛି ବାଲ୍ ବୈଜ୍ଞାନିକ ମାନଙ୍କୁ l ଆସନ୍ତା କାଲି ଠାରୁ ତିନି ଦିନ ଧରି ଏହି ପ୍ରଦର୍ଶନୀ ଚାଲିବ l ବରଗଡ଼ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ମିତ୍ର ଭାନୁ କଚ୍ଛପ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରୀ ଙ୍କ ଦିଗ୍ ଦର୍ଶନ ତଥା ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଧୀରଜ ପଟ୍ଟନାୟକ ଓ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ଭୋଇ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ଏବଂ
ଜିତେନ୍ଦ୍ର ପଣ୍ଡା, ରାଜେଶ ଖମାରୀ,ମାନସ ଶତପଥୀ ,ଗୋପାଳଜୀ ପାଣିଗ୍ରାହୀ, ଶିବ ପ୍ରସାଦ ଯୋଶୀ, ରାମସିଂ ଭୋଇ ,ରେଣୁଧର ସାହୁ, ସଦାନନ୍ଦ ପୁରୋହିତ ଅନୀଲ ଦୋରା, ପ୍ରମୋଦ ନାଥ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ପଡିଆ ଟି ସଂପୂର୍ଣ୍ଣ ପ୍ରସ୍ତୁତ l ମାନବ ସମାଜର କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ନିଜର ଉଦ୍ଭାବିତ ପ୍ରକଳ୍ପ ଗୁଡ଼ିକୁ ଏହି ବାଲ୍ ବୈଜ୍ଞାନିକମାନେ ତା 14 ରୁ 16 ଡିସେମ୍ବର ପର୍ଯ୍ୟନ୍ତ ପ୍ରଦର୍ଶନ କରିବେ l

Leave A Reply

Your email address will not be published.