ମୁଖ୍ୟ ଡାକ ଅଫିସ୍ ସମ୍ମୁଖରେ ଗ୍ରାମୀଣ ଡାକ ସେବକଙ୍କ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ଆନ୍ଦୋଳନ

0 2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘର ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଏହିକ୍ରମରେ ରାୟଗଡା ଜିଲ୍ଲା ଗୁଣପୁର ଗ୍ରାମୀଣ ଡାକ ସେବକ ସଂଘ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛି। ଗ୍ରାମୀଣ ଡାକ ସେବକଙ୍କ କାର୍ଯ୍ୟ ନିର୍ଘଣ୍ଟ ଦୈନିକ ୮ ଘଣ୍ଟା ସ୍ଥିର କରାଯିବା, ପ୍ରତି ୧୨ ବର୍ଷରେ ଆର୍ଥିକ ପଦୋନ୍ନତି ଦେବା, କମିଶନ ସୁପାରିଶକୁ ଲାଗୁ କରିବା, ସମସ୍ତ ଗ୍ରାମୀଣ ଡାକ ସେବକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା ପ୍ରଦାନ, ପେନସନ ପ୍ରଦାନ ଏବଂ ଗ୍ରାଚ୍ୟୁଇଟି ପ୍ରଦାନ, ଅଧିକାରୀଙ୍କ ଜୁଲମ୍ ବନ୍ଦ କରିବା ଆଦି ଦାବିରେ ଏହି ଆନ୍ଦୋଳନ ଚାଲିଥିବା ଗୁଣପୁର ଶାଖାର ରାକେଶ ସାହୁ କହିଛନ୍ତି। ଅକୂଳ ଦାସ, ଉପେନ୍ଦ୍ର କାତ୍ରିକା, ତାରା ଶତପଥୀ, ଏହାର ନେତୃତ୍ୱ ନେଇଛନ୍ତି।

 

Leave A Reply

Your email address will not be published.