ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହେନ୍ଦ୍ରଗିରି ଶିଖର ମାତା କୁନ୍ତୀ ମନ୍ଦିରରୁ ଜିଲ୍ଲାସ୍ତରୀୟ ”ଗଜପତି ଉତ୍ସବ”-୨୦୨୩ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଗଜପତି ମହୋତ୍ସବ ମଶାଲ ଶୋଭାଯାତ୍ରା ମହେନ୍ଦ୍ରଗିରି ଶିଖରରୁ ବାହାରିବା ପରେ କଇଁପୁର , ଜିରାଙ୍ଗ , ମଣ୍ଡଳ ସାହି , ରାମଗିରି , ଛେଲିଗଡ, ଆର୍.ଉଦୟଗିରି , ଖଜୁରୀପଦା , ରାୟଗଡ଼ ଏବଂ ମାଛମରା ଦେଇ ପାରଳାଖେମୁଣ୍ଡି ବିଜୁ କଲ୍ୟାଣ ମଣ୍ଡପ ନିକଟରେ ଅପରାହ୍ନ ୩.୩୦ ମି.ସମୟରେ ଗଜପତି ଉତ୍ସବ ମଶାଲ ପହଞ୍ଚିଥିଲା। ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାଶ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ ଓ ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମହୋତ୍ସବର ମଶାଲକୁ ସ୍ୱାଗତ କରିଥିଲେ। ଜିଲ୍ଲାସ୍ତରୀୟ ଅଧିବାସୀ ଓ ସାଂସ୍କୃତିକ ଗଜପତି ଉତ୍ସବକୁ ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରଚାର ଓ ପ୍ରସାର କରାଯିବା ସହିତ ଗଜପତି ଉତ୍ସବ ଓ ପଲ୍ଲୀଶ୍ରୀ ମେଳା ପାଳନ କରାଯିବ ତା ୧୯.୧୨.୨୦୨୩ ରିଖ ଠାରୁ ତା ୨୩.୧୨.୨୦୨୩ ପର୍ଯ୍ୟନ୍ତ । ଜିଲ୍ଲାର ଅଧିବାସୀଙ୍କ ପାରମ୍ପରିକ ଓ ସାଂସ୍କୃତିକକୁ ଚଳିତ ଗଜପତି ଉତ୍ସବରେ ପ୍ରାଧାନ୍ୟ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଗଜପତି ଉତ୍ସବ ମଶାଲକୁ ବିଜୁ କଲ୍ୟାଣ ମଣ୍ଡପ ପହଞ୍ଚିବା ପରେ ଜିଲ୍ଲାସ୍ତରୀୟ ଉତ୍ସବ କମିଟି ପକ୍ଷରୁ ସ୍ୱାଗତ କରାଯାଇ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଜଗନ୍ନାଥ ମନ୍ଦିରର ନିକଟକୁ ଅଣାଯାଇଥିଲା ଓ ମଶାଲଟିକୁ ଜିଲ୍ଲାସ୍ତରୀୟ ଉତ୍ସବ ପର୍ଯ୍ୟନ୍ତ ମନ୍ଦିରରେ ରଖାଯିବ ଏବଂ ପ୍ରଥମ ଦିନ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାସ୍ତରୀୟ ଉତ୍ସବ ପଡ଼ିଆକୁ ନେବାର ସ୍ଥିର କରାଯାଇଛି।
ଜଗନ୍ନାଥ ମନ୍ଦିରରେ ମଶଲ୍ ପହଞ୍ଚିବା ପରେ ସେଠାରୁ ଗୁମ୍ମା ଓ କାଶୀନଗର ବ୍ଲକ ଭବ୍ୟ ସ୍ବାଗତ କରି ମଶାଲଟିକୁ ଗ୍ରହଣ କରି ନେଇଥିଲେ। ଏହି ମଶାଲ ଶୋଭାଯାତ୍ରାରେ ମଶାଲ କମିଟିର ବାସୁଦେବ ଦାସ , ଗଣେଶ କୁମାର ରାଜୁ , ବସନ୍ତ ପଣ୍ଡା ଗଜପତି ଉତ୍ସବ ମଶାଲ ମହେନ୍ଦ୍ରଗିରି ଶିଖରର ମାତା କୁନ୍ତୀ ମନ୍ଦିରରୁ ମଶାଲଟିକୁ ଆଣିଥିଲେ।
ଜିଲ୍ଲାର ସମସ୍ତ ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କ ଉପସ୍ଥିତିରେ ଗଜପତି ଉତ୍ସବ ମଶାଲକୁ ଭବ୍ୟ ସ୍ବାଗତ କରି ନିଜ ନିଜ ବ୍ଲକ ସ୍ତରୀୟରେ ଗ୍ରହଣ କରି ନେଇଥିଲେ।
ଏହି ଅବସରରେ ଗଜପତି ଉତ୍ସବ-୨୦୨୩ ପୋଷ୍ଟର ଓ ଗଜପତି ଉତ୍ସବ ଭିଡ଼ିଓ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଧାନ , ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ୍. କୁମାର ସମେତ ଉତ୍ସବ ପାଳନ କମିଟିର ସମସ୍ତ ସଦସ୍ୟ ଉନ୍ମୋଚନରେ ଉପସ୍ଥିତ ଥିଲେ।
ଆଜିର ଏହି ମଶାଲ ଶୋଭାଯାତ୍ରାରେ ଉପ ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ , ଡିଏସପି ଶ୍ରୀ କୈଳାଶ ଚନ୍ଦ୍ର ବୁରୁଡ଼ାବ , ପାରଳାଖେମୁଣ୍ଡି ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ବନମାଳୀ ଶତପଥୀ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ବରିଷ୍ଠ ନାଗରିକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଗୁରୁ ରଘୁନାଥ ପାତ୍ର , ନୃସିଂହ ଚରଣ ପଟ୍ଟନାୟକଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଗଣ ମଶାଲ ଶୋଭାଯାତ୍ରା ଯୋଗଦେଇଥିଲ।
Sign in
Sign in
Recover your password.
A password will be e-mailed to you.