ଅଞ୍ଚଳ ମହାବିଦ୍ୟାଳୟ ରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ l

0 3

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :-ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ଯୁକ୍ତ ତିନି ବିଭାଗର କ୍ରୀଡା ପ୍ରତିଯୋଗିତା ଅଧ୍ୟକ୍ଷ ଡଃ ବିରଞ୍ଚି ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଫୁଟବଲ ଖେଳାଳୀ ତଥା ପୂର୍ବତନ କ୍ରୀଡା ଶିକ୍ଷକ ସଚ୍ଚିଦାନନ୍ଦ ବହିଦାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ l ସ୍ଥାନୀୟ ହରିହର ମନ୍ଦିରରୁ ଜ୍ୟୋତି ଅଣା ଯିବା ପରେ ୨୦ ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ପ୍ରାଧ୍ୟାପକ ଖଗେଶ୍ବର ଦାସ, ତାରା ପ୍ରସାଦ ଶତପଥୀ, ନୋଡାଲ ଅଫିସର ନବକୃଷ୍ଣ ମିଶ୍ର, ଡଃ ସରୋଜ କୁମାର ନାଏକ, ପ୍ରମୋଦ କୁମାର ତ୍ରିପାଠୀ, ପ୍ରମୋଦ ପାଣିଗ୍ରାହୀ, ଡଃ ତୁଷାରକାନ୍ତ ସାହୁ, ଡଃ ସୁବୋଧ ତ୍ରିପାଠୀ, ପ୍ରଦୀପ ପଣ୍ଡା, ଓମ୍ ପ୍ରକାଶ ସତନାମୀ, ସଞ୍ଜୟ ଟିଗା, ପ୍ରଶାନ୍ତ ସିଦାର୍, ଜୟ କୁମାର ଭୁଏ, ପ୍ରାଧ୍ୟାପିକା ତାପିନୀ ପଣ୍ଡା, ବୁନି ସାହୁ, ଡଃ ମୋନାଲିସା ସ୍ଵାଇଁ, ଡଃ ସନ୍ଧ୍ୟାରାଣୀ କୁଆଁର, ଝୁନୁ ପରିଡା, ରୀନା ଧର୍ମବିନାୟକ, ସୁରେଶ୍ଵରୀ ପାଣ୍ଡେ,ଖେଳ ଶିକ୍ଷକ ଚନ୍ଦ୍ରମଣି ସାହୁ, ଜଗନ୍ନାଥ ସାହୁ, କ୍ଷୀରୋଦ ଦାସ , ଅଶୋକ ସାହୁ, ରାମ କୃଷ୍ଣ ବାରିକ ତଥା କ୍ରୀଡା ନୋଡାଲ ଅଫିସର ସଦାନନ୍ଦ ଭୋଇ ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଙ୍କ ସହାୟତାରେ ତଥା ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଙ୍କ ଯୋଗଦାନ ରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା l

Leave A Reply

Your email address will not be published.