” କା ” ରେ ଚାଲିଛି ମହମ୍ମଦପୁର ପ୍ରାଣୀଧନ ଚିକିତ୍ସାକେନ୍ଦ୍ର, ଅଧିକାଂଶ ଦିନ ତାଲା

0 3

ପ୍ରାଣୀ ସମ୍ପଦ ଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବା ପାଇଁ ପ୍ରାଣୀଧନ ନିରୀକ୍ଷକ ନିଯୁକ୍ତି ଦେବା ପାଇଁ ଦାବି l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ମଣ୍ଡଳ ପ୍ରାଣୀ ଚିକିତ୍ସାଳୟ ଅଧୀନରେ ଥିବା ମହମ୍ମଦପୁର ପ୍ରାଣୀଧନ ଚିକିତ୍ସାକେନ୍ଦ୍ର ରେ ବିଗତ ୬ମାସ ହେବ କେହି ସ୍ଥାୟୀ ନିରୀକ୍ଷକ (ଚିକିତ୍ସକ) ନଥିବା ଅଭିଯୋଗ ହୋଇଛି । ଖଣ୍ଡାୟତ ପଟ୍ଟକିରା ପ୍ରାଣୀଧନ ନିରୀକ୍ଷକ ମନୋଜ ପ୍ରଧାନ ଏହାର ଦାୟିତ୍ଵରେ ରହିଥିବା ବେଳେ ସପ୍ତାହରେ ଗୁରୁବାର ଓ ଶନିବାର ସେଠାକୁ ଯାଉଥିଲେ ମଧ୍ୟ ସଠିକ୍ ଭାବ ପ୍ରାଣୀ ମାନଙ୍କର ଚିକିତ୍ସା କରିପାରୁନଥିବା ଅଭିଯୋଗ ହୋଇଛି । ତୁରନ୍ତ ସେଠାରେ ଏକ ସ୍ଥାୟୀ ପ୍ରାଣୀଧନ ନିରୀକ୍ଷକ ନିଯୁକ୍ତି ଦେବା ପାଇଁ ସରପଞ୍ଚ ପ୍ରତିଭା ବେହେରାଙ୍କ ସମେତ ଗୋପାଳକ ମାନେ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି । ମହମ୍ମଦପୁର ପ୍ରାଣୀଧନ ଚିକିତ୍ସା କେନ୍ଦ୍ରଟି ମଣିଜଙ୍ଗ ଓ ମହମ୍ମଦପୁର ଦୁଇଗୋଟି ପଂଚାୟତ ନେଇ ନିର୍ମାଣ କରାଯାଇଥିଲା । ଏହା ପୂର୍ବରୁ ରଘୁନାଥପୁର ବ୍ଲକ ପ୍ରାଣୀ ଚିକିତ୍ସାଳୟ ଅଧୀନରେ ଏହା ରହିଥିଲା । ସେତେବେଳେ ମଧ୍ୟ ଏହି ପ୍ରାଣୀ ଚିକିତ୍ସାଳୟ ଉପରେ ଗୁରୁତ୍ବ ଦିଆଯାଉନଥିବାରୁ ଏହି ଦୁଇ ପଂଚାୟତ ର ଚାଷୀ ମାନେ ସେମାନଙ୍କର ଗାଈ, ଗୋରୁ, ଛେଳି,ମେଣ୍ଢା, କୁକୁଡ଼ା,ମଇଁଷି ଆଦି ପ୍ରାଣୀମାନଙ୍କୁ ଚିକିତ୍ସା କରାଇବା ପାଇଁ ବିଭିନ୍ନ ସମସ୍ୟାରେ ପଡ଼ୁଥିବାବେଳେ ବହୁ ଖର୍ଚ୍ଚାନ୍ତ ମଧ୍ୟ ହେଉଥିଲେ । କାଳକ୍ରମେ ବହୁ ଅଭିଯୋଗ ପରେ ଉକ୍ତ ପ୍ରାଣୀ ଚିକିତ୍ସା କେନ୍ଦ୍ରଟି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ଅଧୀନକୁ ଗତ ଏପ୍ରିଲ ମାସ ଠାରୁ ଆସିଛି। ହେଲେ ଏଠାରେ ସ୍ଥାୟୀ ପ୍ରାଣୀଧନ ନିରୀକ୍ଷକ ନଥିବାରୁ ଗୋପାଳକ ମାନେ ଭଲ ସେବା ପାଇଁ ଯେଉଁ ଆଶା ବାନ୍ଧିଥିଲେ ତାହା ଫସର ଫାଟିଯାଇଛି । ଅନେକ ସମୟରେ ପ୍ରାଣୀ ଚିକିତ୍ସା କେନ୍ଦ୍ରଟି ତାଲା ପଡ଼ି ରହୁଥିବାରୁ ବହୁ ଗାଈଗୋରୁ ମାନେ ଚିକିତ୍ସାସେବା ପାଇଁ ଆସି ଫେରିଯାଉଥୁବା ଅଭିଯୋଗ ହେଉଛି । ତୁରନ୍ତ ଏହି କେନ୍ଦ୍ରର ସମସ୍ୟା ପ୍ରତି ଦୃଷ୍ଟି ଦେବା ପାଇଁ ଦୁଇ ପଂଚାୟତବାସୀ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି । ଉକ୍ତ ଘଟଣା ସମ୍ପର୍କରେ ମଣ୍ଡଳ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରକାଶ ବେଉରାଙ୍କୁ ପଚାରିବାରୁ ୮ଟି ପ୍ରାଣୀଧନ ନିରୀକ୍ଷକଙ୍କ ପଦବୀ ଖାଲି ରହିଥ‌ିବାରୁ ଗୋସେବାରେ ସମସ୍ୟା ଉପୁଜୁଥିବା ପ୍ରକାଶ କରିଥିଲେ ।

Leave A Reply

Your email address will not be published.