– ମେଡିକାଲ୍ କଲେଜ୍ ଦାବି, ଜାଗ୍ରତ ନାଗରିକ ମଞ୍ଚର ଧାରଣା

3

 ଜଗତସିଂହପୁର,ତା-୦୮.୧୨.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ଦାବିରେ ଜାଗ୍ରତ ନାଗରିକ ମଞ୍ଚ ପକ୍ଷରୁ ଧାରଣା ଦିଆଯାଇଛି। ମଞ୍ଚର ଦାବି ମୁତାବକ ମୁଖ୍ୟ ଚିକିତ୍ସାଳୟ ସଂଲଗ୍ନ ୧୬ ଏକ ଜମିରେ ଥାନା, ପୌରପରିଷଦ କାର୍ଯ୍ୟାଳୟ, ଷ୍ଟେଟ୍ ବ୍ୟାଙ୍କ୍, ପୂର୍ବ ଓ ଗୃହ ନିର୍ମାଣ ବିଭାଗ ରହିଛି। ଏଠାରେ ମେଡିକାଲ୍ କଲେଜ୍‌ ପ୍ରତିଷ୍ଠା ହେବାରେ କୌଣସି ସମସ୍ୟା ନାହିଁ। ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜ୍‌ରେ ରୂପାନ୍ତରିତ କରାଗଲେ ଡାକ୍ତରୀ ଛାତ୍ର ଛାତ୍ରୀ ପାଠ ପଢ଼ିବା ସହ ଏଠାରେ ରୋଗୀ ସେବା କରିପାରିବେ ଅନ୍ୟ ସ୍ଥାନରେ ମେଡିକାଲ କଲେଜ୍ ପ୍ରତିଷ୍ଠା ହେଲେ- ବ୍ୟବସାୟୀ ଓ ଔଷଧ ଦୋକାନୀ ପ୍ରଭାବିତ ହେବେ ବୋଲି ସେମାନେ ଅଭିଯୋଗ କରିଥିଲେ ଧାରଣାରେ ଜିଲ୍ଲା ଦଳିତ ବିକାଶ ପରିଷଦଟ ସଭାପତି ତଥା ଜାଗ୍ରତ ନାଗରିକ ମଞ୍ଚର ସଦସ୍ୟ ଶଙ୍କର ଦାସ, ସଦସ୍ୟ ଯୁବ ଆଇନଜୀବୀ ସରୋଜ ବିଶ୍ବାଳ, ନିଃସ୍ବାର୍ଥପର ସେବା ସଂଗଠନ ସଭାପତି ସୁଦର୍ଶନ ଦାସ, ଆଶୀର୍ବାଦ ସେବା ସଂଗଠନ ସଭାପତି ଜଗନ୍ନାଥ ବେହେରା, ଯୁବ ସମାଜସେବ ଲୋକନାଥ ସ୍ବାଇଁ, ୧୬ ନମ୍ବର ୱାର୍ଡର ପାରିଷଦ ଅନାମ ସେଠୀ, ଯୁବ ସଂଗଠକ ଦେବାଶିଷ ମାଣିଅ ଓ ସ୍ଥାନୀୟ ବୁଦ୍ଧିଜୀବୀ ସାମିଲ ହୋଇଥିଲେ |

Leave A Reply

Your email address will not be published.