ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଉତ୍ସବ – ୨୦୨୩ ସ୍ଥାନୀୟ ଗଜପତି ଷ୍ଟାଡିୟମରେ ଆସନ୍ତା ଡିସେମ୍ବର ୧୯ ରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି।
ଏହି ଅବସରରେ ତୃତୀୟ ଦିବସ ସନ୍ଧ୍ୟାରେ ଗଜପତି ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ ଏବଂ ଅନ୍ୟାନ୍ୟ କୌଶଳ ଦକ୍ଷତା ସମ୍ପନ୍ନ ବ୍ୟକ୍ତିବିଶେଷ ଯୋଗଦାନ କରିବେ।
ଗଜପତି ଉତ୍ସବର ଅଭ୍ଯର୍ଥନା କମିଟିର ଅଧ୍ୟକ୍ଷା ତଥା ପାରଳା ପୌର ପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ଏହି ମାଟିର ରାଜ୍ୟ ତଥା ଦେଶବିଦେଶରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସର୍ବସମ୍ମତି କ୍ରମେ ଅନୁମୋଦନ କରିଛି।
ସେଥିରେ ସମ୍ବଲପୁର ଗଂଗାଧର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ଏନ୍. ନାଗରାଜୁ , ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ମାନିତ ପ୍ରଫେସର ବିପିନ୍ ନାଏକ , ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ବ୍ରହ୍ମପୁର ସରକାରୀ ଆଇ. ଟି. ଆଇକୁ ଉଚ୍ଚସମ୍ନାନର ଅନୁଷ୍ଠାନ କୃତିତ୍ୱ ହାସଲ କରାଇଥିବା ଏହାର ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ଏବଂ ମହେନ୍ଦ୍ରଗିରିକୁ ଜୈବ ମଣ୍ଡଳରେ ସ୍ଥାନ ଦେବାର ଦୀର୍ଘ ଅନୁଭୂତି ସଂପନ୍ନ ବୈଜ୍ଞାନିକ ଡ. ନିହାର ନାଏକ ତୃତୀୟ ଦିବସ ଅର୍ଥାତ୍ ୨୧ ତାରିଖ ସଂଧ୍ୟାରେ ଅତିଥି ରୂପେ ଯୋଗଦାନ କରିବେ।
ଏହି ଚୟନ ପ୍ରକ୍ରିୟାରେ ଅନ୍ୟମାନଙ୍କ ମଧ୍ୟରେ ଭାଗବତ ପାଢୀ , ଜିଲ୍ଲା ଶିକ୍ଷା ଅଧିକାରୀଗଣ ପ୍ରତିନିଧି ସୁରେନ୍ଦ୍ର ପାତ୍ର ଉପସ୍ଥିତ ଥିଲେ। ଏହାକୁ ଉପ-ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ ଅନୁମୋଦନ କରିବା ସହ ଜିଲ୍ଲାପାଳ ତଥା ଗଜପତି ଉତ୍ସବର ଅଧ୍ୟକ୍ଷଙ୍କ ଦ୍ୱାରା ଅନୁମୋଦିତ ହୋଇଯାଇଛି।
ଏଭଳି ବିରଳ ବ୍ୟକ୍ତିତ୍ୱଙ୍କୁ ପାଇ ଗଜପତି ଜିଲ୍ଲା ଧନ୍ୟ ମନେ କରୁଛି। ସେମାନଙ୍କର ଅନୁଭୂତି ଐତିହ୍ୟ ସଂପନ୍ନ ପାରଳା ମାଟି ତଥା ଆଗାମୀ ପିଢିକୁ ନିଶ୍ଚିତ ପ୍ରେରଣା ଯୋଗାଇବ ଏଥିରେ ସନ୍ଦେହ ନାହିଁ।
Sign in
Sign in
Recover your password.
A password will be e-mailed to you.