ଶରଣକୁଳ ବଡ଼ଦେଶ ହରିପୁରୁ ବିପ୍ର ସ୍ବାଇଁ ହତ୍ୟାକାଣ୍ଡର ରାୟ ପ୍ରକାଶ,

4

ବେଲରେ ଥିବା ୪ ଅପରାଧୀଙ୍କୁ ଆଜୀବନ ଜେଲ, ୧୦ ହଜାର ଜରିମାନା


ଓଡ଼ଗାଁ ୬।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ବଡ଼ଦେଶ ହରିପୁରୁ ବିପ୍ର ସ୍ବାଇଁ ହତ୍ୟାକାଣ୍ଡ ଘଟଣାର ରାୟ ଗୁରୁବାର ଅପରାହ୍ନରେ ପ୍ରକାଶ ପାଇଛି । ସାଥି, ପ୍ରତ୍ୟକ୍ଷଦର୍ଶୀ ଏବଂ ବୋମା ମାଡ଼ରେ ଆଘାତପ୍ରାପ୍ତ ବଳଭଦ୍ର ସ୍ବାଇଁ ଏହିପରି ୧୯ ଜଣଙ୍କ ବୟାନକୁ ଭିତ୍ତି କରି ଦେଓ୍ବାନି ଓ ଫୈ। ଜଦାରୀ ଅଦାଲତ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ମାନସ ରଞ୍ଜନ ରଥ ହତ୍ୟାକାଣ୍ଡରେ ସଂପୃକ୍ତ ୪ ଜଣ ଦୋଷୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିବା ସହିତ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଶୁଣାଇଛନ୍ତି । ଏବଂ ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ସଶ୍ରମ କାରାଦଣ୍ଡ ବରଣ ପାଇଁ ନିର୍ଦ୍ଦେଶ ରହିଛି । ଦଣ୍ଡିତ ମାନେ ହେଲେ ଶରଣକୁଳ ଥାନା ବଡ଼ଦେଶ ହରିପୁରୁ ଗ୍ରାମର ଚନ୍ଦ୍ରମଣି ପ୍ରଧାନ, କାଳିଆ ଦଳବେହେରା, ବାଉରୀ ସେନାପତି ଏବଂ ତ୍ରିନାଥ ପ୍ରଧାନ । ତେବେ ଘଟଣାରେ ସଂମ୍ପୃକ୍ତ ଅନ୍ୟ ୨ଜଣ ଅଭିଯୁକ୍ତ ସୁଦାମ ବେହେରା ଓ ଦୁରୁଜ ବେହେରାଙ୍କ ନାମରେ ବିଚାର ପ୍ରକିୟା ଚାଲୁ ରହିଥିବା ବେଳେ ପ୍ରମାଣ ଅଭାବରୁ ଅନ୍ୟ ୯ ଜଣ ଅଭିଯୁକ୍ତଙ୍କୁ କୋଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସୂଚନା ଥାଉକି ଅଭିଯୋଗ ଅନୁସାରେ ଶରଣକୁଳ ଥାନା ଡିମିସର ଅନ୍ତର୍ଗତ ବଡ଼ଦେଶ ହରିପୁରୁ ଗ୍ରାମରେ ୨୦୧୪ ମସିହା ଜୁନ ମାସ ୧୧ ତାରିଖ ରାତିରେ ଗ୍ରାମ ପରିଚାଳନା କମିଟିର ସଭା ଅନୁଷ୍ଠିତ ହୋଇଥିଲା । ହତ୍ୟାକାଣ୍ଡର ଶିକାର ହୋଇଥିବା ବିପ୍ର ସ୍ବାଇଁ ରାତି ପ୍ରାୟ ୧୧ ବେଳେ ଘରକୁ ଫେରିବା ସମୟରେ ସେହି ଗ୍ରାମର ଶ୍ରୀରାମ ମନ୍ଦିର ନିକଟରେ ଉପରୋକ୍ତ ହତ୍ୟାକାରୀ ମାନେ ବିଭିନ୍ନ ମାରଣାସ୍ତ୍ର ମାଧ୍ୟମରେ ମିଳିତ ଆକ୍ରମଣ କରିଥିଲେ । ଜୀବନ ବଞ୍ଚାଇବା ପାଇଁ ବିପ୍ର ଘରକୁ ଦୌଡି ପଳାଇ ଆସିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଉପରକୁ ବୋମାମାଡ଼ ହୋଇଥିଲା । ସେଠାରେ ସେ ପଡ଼ିଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ବିପ୍ରକୁ ନୟାଗଡ଼ ଡାକ୍ତର ଖାନା ଓ ପରେ ଭୁବନେଶ୍ବରକୁ ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ବିପ୍ରଙ୍କ ଭାଇ ଅପର୍ତ୍ତି ସ୍ବାଇଁ ପରଦିନ ୧୨ ତାରିଖରେ ଶରଣକୁଳ ଥାନାରେ ପହଁଞ୍ଚି ୧୫ ଜଣଙ୍କ ନାମରେ ଅଭିଯୋଗ କରିବା ପରେ ପୋଲିସ ୭୦/୨୦୧୪ ରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ । ପରବର୍ତ୍ତୀ ସମୟରେ ସମସ୍ତ ଅଭିଯୁକ୍ତ ମାନେ ବେଲରେ ଘରକୁ ଫେରିଥିଲେ । ମାମଲା ଟିକୁ ଅତିରିକ୍ତ ସରକାରୀ ଓକିଲ ଇନ୍ଦୁ ଭୂଷଣ ମିଶ୍ର ପରିଚାଳନା କରିଥିଲେ ।

Leave A Reply

Your email address will not be published.