ସଂସ୍କୃତ ମହାବିଦ୍ୟାଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ

4

ଓଡ଼ଗାଁ,୭।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୂତନ ଉନ୍ନତ ଅଭିଳାଷା ଓଡ଼ିଶା ଆନୁକୁଲ୍ୟରେ ଡିସେମ୍ବର ୨ତାରିଖରୁ ଓଡ଼ଗାଁ ବ୍ଲକ କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ ଚାଲୁ ରହିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଗୁରୁବାର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ଡ.ଗୋପୀନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ଗାଁ ସାମ୍ବାଦିକ ସଂଘର ବରିଷ୍ଠ ସାମ୍ବାଦିକ ସାରସ କୁମାର ମିଶ୍ର ମୂଖ୍ୟଅତିଥି ଭାବେ ଅଂଶଗ୍ରହଣ ସହ ପ୍ରଦୀପ ପ୍ରଜ୍ବଳନକରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବର୍ତ୍ତମାନ ସମୟରେ ଉତ୍କଳୀୟ କଳା, ସଂସ୍କୃତି, ପରମ୍ପରା ଦିନକୁ ଦିନ ବିଲୁପ୍ତ ହେବାକୁ ବସିଥିବା ବେଳେ ସରକାରଙ୍କ କ୍ରିଡ଼ା ଓ ଯୁବ ବ୍ୟାପାର ବିଭାଗ ଦ୍ବାରା ନୂଆ ଓଡ଼ିଶା ଯୁବ ନବୀନ ଓଡ଼ିଶା ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପାରମ୍ପରିକ କଳା ଯଥା ରଙ୍ଗୋଲୀ, ସଙ୍ଗୀତଗାନ, ନୃତ୍ୟ, ବକୃତା, ସ୍ବରଚିତ କବିତା ଇତ୍ୟାଦି ପ୍ରତିଯୋଗୀତା ଦ୍ବାରା ସେଗୁଡ଼ିକୁ ପୁନଃ ଉଦଜିବିତ ହୋଇପାରିବ ବୋଲି ମତ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମୂଖ୍ୟବକ୍ତା ଭାବେ ସାମ୍ବାଦିକ ନାରାୟଣ ପାଣିଗ୍ରାହୀ ଓ ସମ୍ମାନୀତ ଅତିଥିଭାବେ ସାମ୍ବାଦିକ ଫକିର ମୋହନ ମହାରଣା, କୁରାଳ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ରାମେଶ୍ବର ପଣ୍ଡା, ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ସାଂସ୍କୃତିକ କାର୍ଯ୍ୟକ୍ରମ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ମାଝୀ, ସାମ୍ବାଦିକ ଗଣେଶ୍ୱର ସାହୁ ପ୍ରମୁଖ ଯୋଗଦେଇ ଉତ୍କଳୀୟ କଳା, ସଂସ୍କୃତି, ପରମ୍ପରା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଭାବଗ୍ରାହୀ କରଙ୍କ ଦ୍ବାରା ମଞ୍ଚ ପରିଚାଳିତ ହୋଇଥିଲା । ମହାବିଦ୍ୟାଳୟର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କେ ଅତିଥିମାନେ ବହୁ ବକ୍ତବ୍ୟ ରଖିଥିବା ବେଳେ ସଂସ୍କୃତ ମହାବିଦ୍ୟାଳୟ ଓଡ଼ଗାଁ ଅଞ୍ଚଳରେ ଏକ ଆଦର୍ଶସ୍ଥାନ ଗ୍ରହଣ କରିପାରିଛି ବୋଲି ମଞ୍ଚାସିନ ଅତିଥି ମାନେ କହିଥିଲେ । ନିଜର ଛାତ୍ରଜୀବନରୁ ଏଯାବତ୍ ସଂଶ୍ଳିଷ୍ଟ ରହିଥିବା ସାମ୍ବାଦିକ ଗଣେଶ୍ୱର ସାହୁ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିବା ବେଳେ ଅନୁଷ୍ଠାନର ଉତ୍ତୋରତ୍ତର ଉନ୍ନତିପାଇଁ ସମସ୍ତେ ପ୍ରାୟାସ କରିବାକୁ ଆହ୍ଵାନ ଦେଇଥିଲେ । ଅଧ୍ୟାପକ ବିଜୟାନନ୍ଦ ଶତପଥି ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଅବନୀ କାନ୍ତ ପାତ୍ର, କୃଷ୍ଣଚନ୍ଦ୍ର ସାହୁ, ସୁଶାନ୍ତ ବିଶୋଇ ସହଯୋଗ କରିଥିଲେ। ସମସ୍ତ କାର୍ଯ୍ୟକୁ ପୋଗ୍ରାମ ଅଫିସର ଅଧ୍ୟାପିକା ସୁଷମା ମଞ୍ଜରୀ ପାଣିଗ୍ରାହୀ ପରିଚାଳନା କରିଥିଲେ ।

Leave A Reply

Your email address will not be published.