ଜଗତସିଂହପୁର,ତା-୦୭.୧୨.୨୦୨୩/ସୁମନ୍ତ କୁମାର ଦାସ: ଜିଲ୍ଲାପାଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାର ପ୍ରତ୍ୟେକ ବ୍ଳକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଅଭିଯାନ ଶିବିର ଆୟୋଜନ କରାଯାଉଅଛି। ଏହି ଅଭିଯାନ ଅନ୍ତର୍ଗତ ଆଜି ବିରିଡ଼ି ବ୍ଳକ କାର୍ଯ୍ୟାଳୟ ଠାରେ ତିର୍ତ୍ତୋଲ ବିଧାୟକ ଶ୍ରୀ ବିଜୟ ଶଙ୍କର ଦାସ ,ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜିକ ସୁରକ୍ଷା ବିଭାଗ ର ମିଳିତ ଆନୁକୁଲ୍ୟ ରେ ଆୟୋଜିତ ହୋଇଥିବା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ର ଉଦଘାଟନ କରିଥିଲେ। ଏହି ଶିବିରରେ ମୋଟ 290 ଜଣ ପଞ୍ଜୀକରଣ କରିଥିଲେ। ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ ତତ୍ତ୍ଵାବଧାନ ରେ ବିରିଡ଼ି ମେଡ଼ିକାଲ ର ମୁଖ୍ୟ ଓ ଅନ୍ୟ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ସେମାନଙ୍କ ର ବିଭିନ୍ନ ପରୀକ୍ଷା କରାଯାଇ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଅସ୍ଥି ଶଲ୍ୟ ବର୍ଗ ରେ 89 ଜଣ, ଚକ୍ଷୁ ବର୍ଗରେ 26ଜଣ,କର୍ଣ୍ଣ, ନାସା ଓ ଗଳାରେ 16ଜଣ ,ମାନସିକ ଅନଗ୍ରସର ବର୍ଗ ରେ 39 ଜଣ, ରକ୍ତହୀନତା ବର୍ଗ ରେ 1 ଜଣ ଏହିପରି ମୋଟ171 ଜଣ ଙ୍କୁ ଭିନ୍ନକ୍ଷମ ଭାବେ ଚିହ୍ନଟ କରାଯାଇଥିଲା। 107 ଜଣ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ମେଡିକାଲ କୁ ପଠାଯାଇଥିଲା ଏବଂ 12 ଜଣ ଙ୍କୁ ବିଭିନ୍ନ କାରଣ ଯୋଗୁଁ ନାକଚ କରାଯାଇଥିଲା। ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଶ୍ରୀ ଦାସ ଭିନ୍ନକ୍ଷମ ମାନଙ୍କୁ ସାହସ ର ସହିତ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମମତା ପାତ୍ର ଯୋଗଦେଇ ସମସ୍ତ ଜନସାଧାରଣ ଙ୍କୁ ସମ୍ବୋଧିତ କରିବା ସହ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସୁବିଧା ଗୁଡିକୁ ଉପଲବ୍ଧ କରିବା ପାଇଁ ଉପଦେଶ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ପିନାକୀ ପ୍ରିୟଦର୍ଶିନୀ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଦୀପ୍ତିମୟୀ ରାଏ, ସମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁନୀଲ କୁମାର ନାୟକ, ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀମତୀ ବବିତା ମଞ୍ଜରି ନାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଶ୍ରୀ ଜ୍ୟୋତିର୍ମୟୀ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ। ଜୁନିଅର ଆସିସ୍ଟାଣ୍ଟ ବିଶ୍ବଜିତ ବିଶ୍ବାଳ,ସ୍ବାଗତ ରଂଜନ ଦାସ,ପି ଏ ଶର୍ମିଷ୍ଠା ଓଝା, ପଞ୍ଚାୟତ ସମିତି କର୍ମଚାରୀ, ଅଙ୍ଗନବାଡି କର୍ମୀ ମାନେ ଏହି ଶିବିରର ସଫଳ ଆୟୋଜନ କରିଥିଲେ। ଆସନ୍ତା କାଲି ଏହି ଶିବିର ଜଗତସିଂହପୁର ବ୍ଲକ ଓ ମ୍ୟୁନିସିପାଲିଟି ପାଇଁ ସ୍ଥାନୀୟ ଶ୍ରୀ କୃଷ୍ଣ ଏକାଡେମୀ ଠାରେ ଆୟୋଜିତ ହେବ।
Sign in
Sign in
Recover your password.
A password will be e-mailed to you.