ଡିସେମ୍ବର ୧୨ରେ ପାଳିତ ହେବ ମହୋଦଧି ଦିବସ ଓ ମହୋଦଧି ସମ୍ମାନ

4

ପୁରୀ (ଅନିମେଶ ପଟ୍ଟନାୟକ): ଭୂଭାଗର ୭୦ ପ୍ରତିଶତ ହେଉଛି ଜଳ । ଏହାର ୯୬ ପ୍ରତିଶତ ହେଉଛି ସମୁଦ୍ର । ସମୁଦ୍ର ଓ ସାମୁଦ୍ରିକ ଜୀବନର ପ୍ରଭାବ ଗଭୀର ଭାବରେ ଜଳବାୟୁ ଉପରେ ରହିଛି । ସମୁଦ୍ର କିମ୍ବା ସାମୁଦ୍ରିକ ଜୀବନ କୁ ସୁରକ୍ଷିତ ରଖିବା ପାଇଁ ବର୍ତ୍ତମାନ ସୁଦ୍ଧା ସମସ୍ତେ ସଚେତନ ନୁହନ୍ତି। ଅଧିକାଂଶ ଲୋକ ସମୁଦ୍ରକୁ ମନୋରଞ୍ଜନ ଓ ଜୀବନ ଜୀବିକା ପାଇଁ ବ୍ୟବହାର କରନ୍ତି । ଏହାର ସୁରକ୍ଷା ପାଇଁ ଧ୍ୟାନ ଦିଅନ୍ତି ନାହିଁ। ରାଷ୍ଟ୍ରୀୟ ସ୍ତରରେ ଓ ଅନ୍ତଃରାଷ୍ଟ୍ରୀୟ ପରେରେ ବିଭିନ୍ନ ପ୍ରକାର ଦିବସ ପାଳନ କରାଯାଉଥିଲା । ସମୁଦ୍ର ସୁରକ୍ଷା ସଚେତନତା ସୃଷ୍ଟି ପାଇଁ କୌଣସି ଦିବସ ନ ଥିଲା । ବିଶ୍ଵବ୍ୟାପୀ ସଚେତନତା ପାଇଁ ବିଶେଷ ଭାବରେ ସମୁଦ୍ରକୂଳିଆ ଲୋକମାନଙ୍କୁ ସମୁଦ୍ର ବିଷୟରେ ଜଣାଇବା ଓ ସଚେତନ କରାଇବା ଉଦ୍ଦେଶ୍ୟରେ ୨୦୨୧ ମସିହାରୁ ପୁରୀ ଜିଲ୍ଲା ସ୍ୱେଚ୍ଛାସେବୀ ସଂଗଠନ ସାମୁଖ୍ୟ ଦି ବେଲ୍‌ ତରଫରୁ ଡିସେମ୍ବର ୧୨ ତାରିଖକୁ ମହୋଦଧୂ ଦିବସ ରୂପେ ପାଳନ କରାଯାଉଛି। ପୁରୀ ବଡ ଦାଣ୍ଡ ସ୍ଥିତ ଟି ପି ହୋଟେଲ ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସ ସମ୍ପର୍କରେ ସୂଚନା ଦେଇ ଦି ବେଲର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ କହିଛନ୍ତି ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ମହୋଦଧୂ ଦିବସ ଅନୁଷ୍ଠାନ ତରଫରୁ ଡିସେମ୍ବର ୧୨ ତାରିଖରେ ପାଳନ କରାଯିବ। ଏ ବର୍ଷ କୋଣାର୍କ ବେଳାଭୂମି ଠାରେ ମଧ୍ୟ ବିଭିନ୍ନ ଅନୁଷ୍ଠାନ ସହିତ ମିଳିତ ହୋଇ ସମାନ୍ତରାଳ ଭାବେ ମହୋଦଧୂ ଦିବସ ପାଳନ ହେବ। ସେହି ପରି ପୁରୀ ନୀଳାଦ୍ରି ବିଚ୍ ରେ ସକାଳ ଘ.୬.୩୦ମି. ରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ। ଏହି ଦିବସ କୁ ଏ ବର୍ଷ ଅଧ‌ିକ ଲୋକାଭିମୁଖୀ କରିବା ପାଇଁ ବିଡ଼ ଫଟୋଗ୍ରାଫି, ବିଚ୍ ୱାଳ, ଆର୍ଟ ଏକଜିଟିସନ୍, ଲାଇଫ ସେର୍ଡିଙ୍ଗ ସ୍ପୋର୍ଟସ ଇତ୍ୟାଦି ଆୟୋଜିତ ହେବ। ସେହିପରି ଏ ବର୍ଷ ମହୋଦଧୂ ସମ୍ମାନ ୨୦୨୩ ପାଇଁ ଶ୍ରୀ ଶ୍ରୀ ୟୁନିଭରସିଟି ର ଅଧ୍ୟାପକ ଡ.ଆଶୁତୋଷ ମହାନ୍ତିଙ୍କ ନାମ ଚୟନ କରାଯାଇଛି। ସାମୁଦ୍ରିକ ଜୀବନ ଓ ଗ୍ଲୋବାଲ ୱାର୍ମିଙ୍ଗ ପାଇଁ ତାଙ୍କର ଗବେଷଣା ଓ କାର୍ଯ୍ୟ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଏହି ବର୍ଷ ମହୋଦଧୂ ଦିବସର ଥିମ୍ ରହିଛି ‘ସେଭ ଆୱାର ମେରାଇନ ଲାଇଫ’ । ପ୍ରୋମସନାଲ ପୋଷ୍ଟର ରିଲିଜ୍ କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସୁକାନ୍ତ ପଣ୍ଡା, ରାଜକିଶୋର ପାତ୍ର, ବନିତା ଦୀକ୍ଷିତ, ସତ୍ୟନାରୟାଣ ସାହୁ, ସଞ୍ଜୟ ପ୍ରଧାନ, ବ୍ରଜକିଶୋର ପାତ୍ର, ଦେବରାଜ ଦାସ, ରତିକାନ୍ତ ପଢ଼ିଆରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.