(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ବର ସ୍ଥିତ ସୁଭଦ୍ରା ମହତାବ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଯୁବ କ୍ରୀଡ଼ା ବିକାଶ ସଂସ୍ଥା ପକ୍ଷରୁ ସମନ୍ବିତ ଯୁବ ବିକାଶ ଯୋଜନାରେ ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଛି। କଲେଜ କ୍ରୀଡ଼ା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ଅଧକ୍ଷ ମହମ୍ମଦ ସକିଲଙ୍କ ସଭାପତିତ୍ଵରେ ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧକ୍ଷା ରୋଜି ସେଠୀ ଓ ମୁଖ୍ୟ ବକ୍ତା ଭାବେ କଲେଜ ପରିଚାଳନା କମିଟିର ସଭାପତି ଡଃ.ରମାନାଥ ସାହୁ, ସମ୍ମାନୀତି ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଛାତ୍ର ପରିଷଦର ସଭାପତି ଗିରିଶରଂଜନ ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟ ଜସ୍ମିତା ସେଠୀ, ଭୂପତି ଭୂଷଣ ଷଣ୍ଢ, ସରପ ଙ୍କ ପ୍ରତିନିଧ ଅନନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ହୋଇ କଲେଜ ପକ୍ଷରୁ ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତାକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ କବାଡ଼ି ପ୍ରତିଯୋଗିତା କରାଯାଇ ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । କ୍ରୀଡ଼ା କମିଟିର ନୋଡ଼ାଲ ଅଫିସର ଅଧାପକ ମନମୋହନ ଖଟୁଆ, ଅଧାପକ ରଂଜନ କୁମାର ସେଠୀ, ଅଧାପକ ବିଜୟ କୁମାର ପରିଡ଼ା,ଅଧାପିକା ଡଃ.ପ୍ରଣତୀ ନାୟକ, ପ୍ରାଧାପିକା ଡଃ.ସୁପ୍ରଭା ପରିଡ଼ା, ପ୍ରାଧାପକ ବିରଞ୍ଚି ନାରାୟଣ ପଣ୍ଡା, ଅଧାପକ କଳ୍ପତରୁ ପଟ୍ଟନାୟକ, କ୍ରୀଡ଼ା ଶିକ୍ଷକ ଲାଲୁ ପ୍ରସାଦ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧାପକ ସୁଧୀର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.