କେନ୍ଦ୍ରାପଡ଼ା ବିଧାନସଭା ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ ।

2

କେନ୍ଦ୍ରାପଡ଼ା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ: ଆଜି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଶ୍ରୀ ବଳଦେବଜୀଉ ମନ୍ଦିର ଇଚ୍ଛାପୁର ଠାରେ ଆୟୋଜନ କରାଯାଇଛି । ଜିଲ୍ଲା କାର୍ଯ୍ୟାଳୟଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା।ବଳଦେବଜୀଉଙ୍କ ଦର୍ଶନ କରିବା ପରେ କେନ୍ଦ୍ରାପଡ଼ା ବିଧାନସଭା ବୁଥ ସ୍ତରୀୟ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା ଓ ରାଜ୍ୟ ସଭାପତି ମନମୋହନ ସାମଲ, ଲୋକସଭା ପ୍ରଭାରୀ ବିନୋଦ ଦାସ, ସଂଯୋଜକ ସୁନାକର ବେହେରା,ଜିଲ୍ଲା ପ୍ରଭାରୀ ଡ.ଯତୀନ ମହାନ୍ତି,ରାଜ୍ୟ ସମ୍ପାଦକ ସରୋଜ କର, ରାଷ୍ଟ୍ରୀୟ ପରିଷଦ ସଭ୍ୟ ବୈଦ୍ୟନାଥ ଚାଟାର୍ଜୀ,ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଚ୍ଛାୟତ, ଶଶାଙ୍କ ଶେଖର ସେଠୀ,ଅନୁପ କୁମାର ପରିଡା,ସଲିମ୍ ଖାଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା ,ଦୁର୍ଯ୍ୟୋଧନ ସାହୁ, ବିଷ୍ଣୁ ଦାସ, କଳ୍ପନା ମଲ୍ଲିକ, ଉମାକାନ୍ତ ପଟ୍ଟନାୟକ,କୃଷକ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ବିକ୍ରମ ରାଉତରାୟ,ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିକଶିତ ଭାରତର ସଫଳ ରୂପାୟନ ନିମନ୍ତେ ବୁଥ ସ୍ତରରେ ସଂଗଠନକୁ ମଜଭୁତ କରିବା ସହିତ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମସ୍ତ ଜନହିତକର ଯୋଜନା ଗୁଡ଼ିକୁ ସମାଜର ଶେଷ ବର୍ଗଙ୍କ ପାଖରେ ପହଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା କରିବା ପାଇଁ ପ୍ରୟାସ ଜାରି ରଖିବା ପାଇଁ ବକ୍ତବ୍ୟ ପ୍ରଦାନ କରିଥଲେ।

ଜିଲ୍ଲା ସମ୍ପାଦକ ଅମିତାଭ ସୁଆର, ନେହେରୁ କୁମାର ସାହୁ,ବିକ୍ରମାଦିତ୍ୟ ସାହୁ,ବିକ୍ରମ ରାଉତରାୟ ପ୍ରଜେଶ ନାୟକ,କୋଷାଧ୍ୟକ୍ଷା ପ୍ରତିମା ନାୟକ, ମୋର୍ଚ୍ଚା ସଭାପତି ବିନ୍ଦୁସାଗର ଦାସ,ଶ୍ରୀଧର ପ୍ରଧାନ, ପ୍ରିୟଦର୍ଶିନୀ ନନ୍ଦ, ଅନ୍ତର୍ଯ୍ୟାମୀ ମଲ୍ଲିକ,ପ୍ରମୁଖ ନେତୃମଣ୍ଡଳୀଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି, ଶକ୍ତିକେନ୍ଦ୍ର ପ୍ରମୁଖ ଓ ବୁଥ ସଭାପତି ଉପସ୍ଥିତ ଥିଲେ।

 

Leave A Reply

Your email address will not be published.