କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ:ସରପଞ୍ଚଙ୍କ ବିରୁଦ୍ଧରେ ବିଡ଼ିଓଙ୍କୁ ପ୍ରତିବାଦ ଜଣାଇବାର ନିଆରା ଦୃଶ୍ୟ ।ଅସନ୍ତୁଷ୍ଟ ୱାର୍ଡ ସଭ୍ୟ ସଭ୍ୟା ବିଡିଓଙ୍କ ଜନ ଶୁଣାଣି ଆଗରେ ଆଣ୍ଠେଇ ନିଜ ଦାବି ଜଣାଇଲେ । ଡେରାବିଶ ବ୍ଲକ ଏଣ୍ଡର ପଂଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟାଙ୍କ ସମର୍ଥନରେ ଜିତିଥିବା ସରପଞ୍ଚ ଦୁର୍ଯ୍ୟୋଧନ ମଳିକ ଓ ପଂଚାୟତର ପିଇଓ ଙ୍କ ମଧୁଚନ୍ଦ୍ରିକା ଦ୍ୱାରା ପଞ୍ଚାୟତରେ ଚାଲିଥିବା ବିଭିନ୍ନ ଦୁର୍ନୀତି ଓ ଚଞ୍ଚକତା କୁ ବିରୋଧ କରି ପଞ୍ଚାୟତର କୋଡିଏ ୱାର୍ଡ ମଧ୍ୟରୁ ସତର ୱାର୍ଡର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଆଜି ପଞ୍ଚାୟତ ଅଫିସ ଆଗରେ ଧାରଣା ଦେଇଥିଲେ ।ଏଣ୍ଡର ପଞ୍ଚାୟତରେ ‘ପଲ୍ଲୀରେ ପ୍ରଶାସନ” କାର୍ଯ୍ୟକ୍ରମ ଥିବା ବେଳେ ଡେରାବିଶ ବିଡ଼ିଓ ଓ ସମସ୍ତ ବ୍ଲକ ସ୍ତରୀୟ ପଞ୍ଚାୟତ ଅଧିକାରୀ ପଞ୍ଚାୟତ ଗୃହରେ ଉପସ୍ଥିତ ରହିଥିଲେ । ବିଡ଼ିଓ ଧାରଣା ରତ ୱାର୍ଡ ସଭ୍ୟା ଙ୍କୁ ଡାକି ଘଟଣା ସମ୍ପର୍କୀତ ପଚାରିବାରୁ ସେମାନେ ନିଜ ଅଭିଯୋଗ ଜଣାଇବା ସମୟରେ ଆଣ୍ଠେଇ ଆଣ୍ଠେଇ ହାତ ଯୋଡି ନିଜ ଦାବି ପୁର୍ଣ ପାଇଁ ଅଭିଯୋଗ କରିଥିଲେ । ଏଣ୍ଡର ପଞ୍ଚାୟତର ସରପଞ୍ଚ ଓ ତାଙ୍କ ପିଇଓଙ୍କ ସହ ମିଶି ସରକାରୀ ସୁବିଧା ଓ ଯୋଜନା କୁ ବାଟ ମାରଣା କରୁଥିବା ଅଭିଯୋଗ ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲପାଳଙ୍କ ନିକଟରେ ହୋଇଛି ଓ ଏନେଇ ଖୁବ ଶୀଘ୍ର ତଦନ୍ତ ହେବ ବୋଲି ଡେରାବିଶ ବିଡ଼ିଓ ଦାସରଥୀ ଜେନା ପ୍ରତିଶୃତି ଦେଇଛନ୍ତି ।ତେବେ ଦୀର୍ଘ ସମୟ ଧାରଣା ପରେ ଡେରାବିଶ ଏବିଡ଼ିଓ ଧାରଣା ସ୍ଥଳକୁ ଯାଇ ଧାରଣା ରତ ୱାର୍ଡ ସଭ୍ୟ ସଭ୍ୟାଙ୍କୁ ବୁଝାଇ ସୁଝାଇ ଧାରଣା ରୁ ଉଠାଇ ଥିଲେ ।
Sign in
Sign in
Recover your password.
A password will be e-mailed to you.