ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ଲଳିତ କଳା ଏକାଡେମୀ ର ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଜିଲ୍ଲାପ୍ରଶାସନ ଗଜପତି ସହଯୋଗରେ ରାଜ୍ୟରେ ଚିତ୍ରକଳା ପ୍ରଚାର ପ୍ରସାର ନିମନ୍ତେ ଲଳିତ ଏକାଡେମୀ ଦ୍ବାରା ସଂଗୃହିତ ଚିତ୍ରକଳା ଗୁଡ଼ିକୁ ନେଇ ଏକ ଭ୍ରାମ୍ୟମାଣ ପ୍ରଦର୍ଶନୀର ଉତ୍ସବ ଆଜି (ସୋମବାର ଦିନ) ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛି।
ଏହି ପ୍ରଦର୍ଶନୀ ମେଳାକୁ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ , ଅତିରିକ୍ତ ଜିଲ୍ଲାପାଳ ଗଜପତି ଯୋଗ ଦେଇଥିଲେ। ଓଡ଼ିଶା ଲଳିତ କଳାର ବହୁଳ ପ୍ରଚାର ପ୍ରସାର ପାଇଁ ତଥା ଶିଳ୍ପୀ ମାନଙ୍କର କଳା କୃତି ଯେପରି ରାଜ୍ୟର ଜନସାଧାରଣ ଅନ୍ୟ ଶିଳ୍ପୀ ତଥା ଛାତ୍ରଛାତ୍ରୀ ମାନେ ଦେଖିବାର ସୁଯୋଗ ପାଇ ପାରିବେ ଏବଂ ଓଡ଼ିଶାର ସବୁ ଜିଲ୍ଲାରେ ଚିତ୍ରକଳାର ପ୍ରଚାର ପ୍ରସାର କିପରି ଅଧିକ ହୋଇପାରିବ ସେଥିନିମନ୍ତେ ଏକାଡେମୀ ତରଫରୁ ଏକ ପ୍ରୟାସ କରାଯାଇଛି।
ଉକ୍ତ ପ୍ରଦର୍ଶନୀରେ ଓଡ଼ିଶାର ଖ୍ୟାତନାମା ଦିବଙ୍ଗତ ଓ ବରିଷ୍ଠ ଚିତ୍ରଶିଳ୍ପୀ ବିମ୍ବାଧର ବର୍ମା , ବସନ୍ତ ପଣ୍ଡା , ଅନନ୍ତ ପଣ୍ଡା , ଯତୀନ ଦାସ , ଅଜିତ ଖେଶରୀ ରାୟ , ବିଭୂତି କାନୁନଗୋ ଓ ରବିନାରାୟଣ ନାୟକ ପ୍ରମୁଖ ସହ ବହୁ ଯୁବ ଚିତ୍ର ଶିଳ୍ପୀଙ୍କ ମୋଟ ୪୦ ଗୋଟି ଚିତ୍ରକଳା ସ୍ଥାପନ ପାଇଛି। ଉକ୍ତ ପ୍ରଦର୍ଶନୀ ଆଜି ଠାରୁ ଆସନ୍ତା ୬ ଡିସେମ୍ବର ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୧୧ ଘଟିକାରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ପ୍ରଦର୍ଶନ କରାଯିବ।
ଉକ୍ତ ପ୍ରଦର୍ଶନୀରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ପ୍ରମୁଖ ଉପସ୍ଥିତ ଥିବା ବେଳେ ଏକାଡେମୀର ସଚିବ ଶ୍ରୀ ପଞ୍ଚାନନ ସାମଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.