ପାଇକମାଳ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ : ବିଧାୟିକା ଙ୍କ ଯୋଗଦାନ l

2

ପଦ୍ମପୁର : ପାଇକମାଳ ବ୍ଲକ ଅଧିନସ୍ଥ ପାଇକମାଳ ଉଚ୍ଚ ବିଦ୍ୟାଳୟ ରେ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ବାଳବୈଜ୍ଞାନିକ ପ୍ରଦର୍ଶନୀ ୨୦୨୩-୨୪ ଅନୁଷ୍ଠିତ ହୋଇଯାଇଛି । ପାଇକମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜ୍ୟୋତିକାନ୍ତ ସାହୁ, ଜିଲ୍ଲା ବିଜ୍ଞାନ ଶିକ୍ଷା ନିରୀକ୍ଷକ ଧୀରଜ ପଟ୍ଟନାୟକ ,ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁଭମ ପତି,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର,ଧଳେନ୍ଦ୍ର ବାରିକ,ଅବସର ପ୍ରାପ୍ତ ତହସିଲଦାର ରାଜେନ୍ଦ୍ର କୁମାର ରାଉତ ପାଇକମାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନ ଯୋଗଦାନ କରି ବିଜ୍ଞାନ ଉପରେ ଆଲୋଚନା କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ତ୍ରିଲୋଚନ ନାଏକ। ଉଦଘାଟନୀ କାର୍ଯ୍ୟକ୍ରମ ରେ ପାଇକମାଳ ଉଚ୍ଚ ବିଦ୍ୟାଳୟ ଛାତ୍ରୀଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା l ମୁଖ୍ୟ ଅତିଥି ଏହି ପ୍ରଦର୍ଶନୀ ର ଉଦଘାଟନ କରିଥିଲେ । ସମଗ୍ର ବ୍ଲକରୁ ବିଭିନ୍ନ ବିଷୟ କୃଷି ରୁ ୪୧, କମ୍ପ୍ୟୁଟର ରୁ ୧୦, ଗମନାଗମନ ରୁ ୨୦, ପରିବେଶ ରୁ ୭୧, ସ୍ୱାସ୍ଥ୍ୟ ସମ୍ବନ୍ଧିତ ମୋଟ ପ୍ରକଳ୍ପ ୧୬୧ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଉଦଘାଟନୀ କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା । ଏଥିସହିତ ଅତିଥି ମାନେ ବିଜ୍ଞାନ ଭିତ୍ତିକ ବିଭିନ୍ନ ପ୍ରକଳ୍ପକୁ ପରିଦର୍ଶନ କରିବା ସହି କୁନି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥି ବା ବେଳେ ସୁଦାମ ପାଣ୍ଡେ, ଅମିତ କୁମାର ସାହୁ, ରଜତ କୁମାର ସାହୁ ପ୍ରମୁଖ
ସହଯୋଗ କରିଥିଲେ l

Leave A Reply

Your email address will not be published.