ଅଶୋକ ସାହୁ, ଶାସକ ପ୍ରଶାସକ: ଉକ୍ତ ଉତ୍ସବ ରେ ଜିଲ୍ଲାପାଳ ନବରଙ୍ଗପୂର ପ୍ରଦୀପ ପ୍ରଜ୍ଜଲନ କରି ଉଦଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ , ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀ,ଛାତ୍ରଛାତ୍ରୀ , ଦିବ୍ୟଙ୍ଗ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାପାଳ ତାଙ୍କ ଉଦ୍ବବଧନରେ ସମାଜରେ ଥିବା ଦିବ୍ୟଙ୍ଗ୍, ବରିଷ୍ଠ ନାଗରିକ, ତୃତୀୟ ଲିଙ୍ଗ ମାନଙ୍କୁ ସମବେଦନା ପ୍ରତି ବଦଳ ରେ ସହୋଜଗର ହାତ ବଢେଇବାର ଆହ୍ବାନ ଦେଇଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଆସିଥିବା ଦିବ୍ୟଙ୍ଗ ଛାତ୍ର ଛାତ୍ରୀ, କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ପ୍ରତିଯୋଗିତା ରେ ଭାଗ ନେଇ ପୁରସ୍କୃତ ହୋଇଥିଲେ। ଜିଲ୍ଲାର ଭିନ୍ନକ୍ଷମ ମାନଙ୍କ ଦ୍ଵାରା ଉତ୍ପାଦନ ହେଉଥିବା ବିଭିନ୍ନ ସାମଗ୍ରୀ କୁ ଷ୍ଟଲ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ବିଭିନ୍ନ ବ୍ଲକ ରୁ ଅଧିକାରୀ, ବି ଆର ଟି ,ସହ ନବରଙ୍ଗପୂର୍ ଜିଲ୍ଲାର ସ୍ଵତନ୍ତ୍ର ବିଦ୍ୟାଳୟ ଯୋଗଦାନ କରିଥିଲେ। ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା କୁ କ୍ରୀଡ଼ା ପ୍ରଶିକ୍ଷକ ମାନଙ୍କ ଦ୍ଵାରା ଅତି ସୁନ୍ଦର ଭାବେ ପରିଚାଳନା କରାଯାଇଥିଲା। ମାନ୍ୟବର ବିଧାୟକ ନବରଙ୍ଗପୂର ଶ୍ରୀଯୁକ୍ତ ସଦାଶିବ ପ୍ରଧାନୀ ଯୋଗଦାନ କରି ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଦିବ୍ୟଙ୍ଗ ଙ୍କୁ ପ୍ରମାଣପତ୍ର ସହ ଟ୍ରୋଫୀ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଦୁଇ ଗୋଟି ଦିବ୍ୟଙ୍ଗ ବିବାହ ପ୍ରଚ୍ଚହନ ରାଶି ବାବଦକୁ ୨,୫୦,୦୦୦। ଲେଖାଏ ପ୍ରଦାନ କରାଯାଇଥିଲା। ଏଥିରେ ସାମାଜିକ ସୁରକ୍ଷା ବିଭାଗ ର କର୍ମଚାରୀ ସହଯୋଗ କରିବା ସହ କାର୍ଯ୍ୟକ୍ରମ କୁ ଶ୍ରୀଯୁକ୍ତ ଜଗନ୍ନାଥ ବେହେରା, ପ୍ରିନସିପାଲ, ଆଶାକିରଣ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.