ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୋଗ ପ୍ରଶିକ୍ଷଣ ଓ ରକ୍ତ ନମୁନା ବର୍ଗିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀଙ୍କ ପରିଚାଳନାରେ ବିଶିଷ୍ଟ ଯୋଗ ଗୁରୁ ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ପାଣିଗ୍ରାହୀ ଉପସ୍ଥିତ ଛାତ୍ରୀ ମାନଙ୍କୁ ଯୋଗ ଶିକ୍ଷା ଦେଥିଲେ ଏବଂ ବାତ , ପିତ୍ତ ଓ ଖଫ କବଳରୁ ମୁକ୍ତି ପାଇବା ପାଇଁ ଓ ସୁସ୍ଥ ରହିବା ପାଇଁ ଯୋଗ ନିତ୍ୟାନ୍ତ ଆବଶ୍ୟକ ତାହା ବୁଝାଇଥିଲେ।
ଅଧ୍ୟକ୍ଷା ଶ୍ରୀମତୀ ଦେବୀ ନିଜ ବ୍ୟକ୍ତିଗତ ଜୀବନରେ ଯୋଗର ଅଭିଜ୍ଞତା ପିଲାମାନଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମ ନୂଆ ଓ ଯୁବ ଓଡ଼ିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ହୋଇଥିଲା। ନୋଡାଲ ଅଫିସର ଶ୍ରୀମତୀ ସୋଫିଆ ମଣ୍ଡଳ , ସଂଯୋଜକ ଡ଼.ନୃସିଂହ ପ୍ରସାଦ ପାଣିଗ୍ରାହୀ ଏବଂ ସମସ୍ତ ଶିକ୍ଷକ , ଅଣଶିକ୍ଷକ କର୍ମଚରୀ ସହଯୋଗ କରିଥିଲେ। ମୁଖ୍ୟ ଅତିଥି ଅଂଶୀଦାର ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।
ସେହିପରି ଶିକ୍ଷାର୍ଥୀ ମାନଙ୍କର ରକ୍ତ ନମୁନା ସଂଗ୍ରହ କାର୍ଯ୍ୟକ୍ରମ ଓ ବର୍ଗିକରଣ କରାଯାଇଥିଲା।
ଏଥିରେ ବହୁ ଛାତ୍ରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରି ନିଜ ନିଜର ବ୍ଲଡ଼ ଗ୍ରୁପ ବିଷୟରେ ଜାଣିଥିଲେ।
ସ୍ୱାସ୍ଥ୍ୟ ବିଭାଗର ଯଥା ଦୀପକ ପାଥୋଲୋଜିର ଟେକନିସିୟାନ୍ ଛାତ୍ରୀ ମାନଙ୍କର ରକ୍ତ ନମୁନା ସଂଗ୍ରହ କରିଥିଲେ। ପରିଶେଷରେ ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବରେ ସମାପ୍ତ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.