ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ ସମୟ ପ୍ରତିନିଧି ତଥା ଯୁବ ସାମ୍ବାଦିକ ଏବଂ ବେଲଗୁଣ୍ଠା ପ୍ରେସ୍ କ୍ଳବର ଅନ୍ୟତମ ସଦସ୍ୟ ଜଗନ୍ନାଥ ନାୟକଙ୍କ ଅକାଳ ବିୟୋଗରେ ବେଲଗୁଣ୍ଠା ପ୍ରେସ୍ କ୍ଳବ ସମେତ ଅଞ୍ଚଳର ବିଭିନ୍ନ ମହଲରେ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ଦୁଃଖଦ ଖବର ପାଇବା ପରେ ଏକ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ବରେ ଜରୁରୀ ବୈଠକ ଡକାଯାଇ ମୃତ ଜଗନ୍ନାଥଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଅମରାତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ସହିତ ତାଙ୍କ ପରିବାରବର୍ଗକୁ ଗଭୀର ସମବେଦନା ଜଣାଯିବା ସହିତ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ପାରିପାର୍ଶ୍ବିକ ପରିସ୍ଥିତିରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ସନ୍ଦେହ ହେଉଛି ଏବଂ ଯଦି ଏହା ସତ୍ୟ ତାହେଲେ ତୁରନ୍ତ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସଦସ୍ୟ ମାନେ ଦାବି କରିଥିଲେ । ଜଗନ୍ନାଥ ଜଣେ ମିଷ୍ଟଭାଷୀ, ପରୋପକାରୀ, ଆମାୟିକ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁ ବେଲଗୁଣ୍ଠା ପ୍ରେସ୍ କ୍ଳବ ପାଇଁ ଅପୂରଣୀୟ କ୍ଷତି ବୋଲି ଆଲୋଚନା ହୋଇଥିଲା ।ଏଥି ସହିତ ତାଙ୍କ ମୃତ୍ୟୁରେ ମାଁ ବୁଢାକେନ୍ଦୁ ଆଞ୍ଚଳିକ ଯୁବକ ସଂଘ ସଭାପତି ପଞ୍ଚାନନ ନାୟକ, ୨୦୧୯ ସୋରଡ଼ା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ସଂଗ୍ରାମ ମହାନ୍ତି, ବଣିକ ସଂଘ ସଭାପତି ସନ୍ନତ କୁମାର ସୁବୁଦ୍ଧି, ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ସଭାପତି ମୋତିଲାଲ୍ ପତି, ଗଞ୍ଜାମ ଜିଲ୍ଲ ଉତ୍କଳ ସାମ୍ବାଦିକ ସଂଘ ସଭାପତି ଅନୀଲ୍ ପଟ୍ଟନାୟକ, ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ସଭାପତି ଅମରେନ୍ଦ୍ର ପଟ୍ଟନାୟକ, ରୋଟାରୀ କ୍ଳବ୍ ଉପ ପ୍ରାନ୍ତପାଳ ଭି.ଦେବୀ ପ୍ରସାଦ ପାତ୍ର, ସଙ୍ଗଠକ ସୁଶାନ୍ତ କୁମାର ନାୟକ,ପୁର୍ବତନ ଉପ ନଗରପାଳ ପ୍ରଶାନ୍ତ କୁମାର ସାହୁ,ପ୍ରେସ୍ କ୍ଳବ ଆଇନ ପରାମର୍ଶଦାତା ଓଁ ପ୍ରକାଶ ସାହୁ,ପ୍ରେସ୍ କ୍ଳବ ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ସହ ସମ୍ପାଦକ ସରୋଜ ଶତପଥୀ, ମାଧବ ଆପଟ,ସୁଶାନ୍ତ କୁମାର ବେହରା, ଚନ୍ଦନ ସାହୁ, ସନ୍ତୋଷ ବିଷୋୟୀ,ସୁଧାଂଶୁ ଶେଖର ବିଷୋୟୀ, ଶିଶିର ସ୍ୱାଇଁ, ନାରାୟଣ ପଣ୍ଡା,ନିଲୁ ପାତ୍ର,ତୋଫାନ୍ ସାହୁ, ପ୍ରଦୀପ କୁମାର ଚୌଧୁରୀ, କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ମନୋରଞ୍ଜନ ମହାରଣା,ଶିବ ମହାପାତ୍ର,ଶିବରାମ ଚୌଧୁରୀ, ନାରାୟଣ ପଣ୍ଡା, ପଞ୍ଚାନନ ସାହୁ,ସଚିନ୍ ପୁରୋହିତ, ରାଜେଶ ପାତ୍ର, ସନ୍ତୋଷ ଡାକୁଆ,ଅକ୍ଷୟ ଶତପଥୀ ପ୍ରମୁଖ ଉପସ୍ଥିତ ରହି ଶୋକବ୍ୟକ୍ତ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.