ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା ସାମାଜିକ କାର୍ଯ୍ୟାବଳୀ ର ଚତୁର୍ଥ ଦିବସ

2

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :– ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟରେ ନୂଆ-ଓ, ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉପଲକ୍ଷେ ସାମାଜିକ କାର୍ଯ୍ୟାବଳୀ ର ଚତୁର୍ଥ ଦିବସ ଅଧକ୍ଷ ଶ୍ରୀ ଲଳିତମୋହନ ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଅଛି। ଏହି ଦିବସରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଛାତ୍ରଛାତ୍ରୀ ମାନେ ନିକଟତମ ବରିକେଲ ଗ୍ରାମ କୁ ଯାଇ ରାଲି କରି ଗ୍ରାମବାସୀ ଙ୍କୁ HIV AIDS ବିଷୟରେ ସଚେତନ କରିଥିଲେ। ଏହା ପରେ ପ୍ରାକୃତିକ ବିପର୍ଯ୍ୟୟ ସହ ମୁକାବିଲା କରିବା ପାଇଁ ଶ୍ରୀ ଲଳିତ ମୋହନ ପଣ୍ଡା ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରେଇଥିଲେ। ଶ୍ରୀ ଦିଲ୍ଲୀପ କୁମାର ବହିଦାର ଅନ୍ଧବିଶ୍ୱାସ ଉପରେ ଆଲୋକପାତ କରିଥିଲେ। ଏହା ପରେ SBI ଫିଲ୍ଡ ଅଫିସର ବିତ୍ତୀୟ ସ୍ଵକ୍ଷରତା ଉପରେ ସମସ୍ତଙ୍କୁ ଅବଗତ କରେଇଥିଲେ। ଏହା ପରେ ପରେ ଅଗ୍ନିଶମ ବିଭାଗ ଦ୍ଵାରା ଅଗ୍ନି କୁ ନିୟନ୍ତ୍ରଣ କରିବା ତଥା ବିପର୍ଯ୍ୟୟ ର ମୁକାବିଲା କରିବାର ବିଧି ଉପରେ ଏକ ସଚେତନତା କାର୍ଯକ୍ରମ ହୋଇଥିଲା । ଏହି କାର୍ଯକ୍ରମରେ ମହାବିଦ୍ୟାଳୟର ଶ୍ରୀ ନବକୃଷ୍ଣ ମିଶ୍ର, ଡ଼ଃ ସରୋଜ ନାଏକ, ଡ଼ଃ ତୁଷାରକାନ୍ତ ସାହୁ, ଡ଼ଃ ବିରଞ୍ଚି ସାହୁ, ଶ୍ରୀ ତାରା ପ୍ରସାଦ ଶତପଥୀ, ଶ୍ରୀ ପ୍ରମୋଦ କୁମାର ତ୍ରିପାଠି, ଶ୍ରୀ ସନ୍ତୋଷ କୁମାର ମିଶ୍ର, ଶ୍ରୀମତୀ ବୁନୀ ସାହୁ, ଶ୍ରୀ ଜୟ କୁମାର ଭୁଏ, ଶ୍ରୀ ସଞ୍ଜୟ ଟିଗା, ଶ୍ରୀ ଦୟାନିଧି ବଗର୍ତ୍ତି, ଦେବାଶିଷ ସାହୁ, ଲଲାଟେନ୍ଦୁ ପ୍ରଧାନ, ସସ୍ମିତା ମେହେର, ଶ୍ରୀ ବ୍ରଜ କୁମ୍ଭାର, ଶ୍ରୀ ସମୀର ନାଗ, ସୁରେଶ୍ଵରୀ ପାଣ୍ଡେ ଙ୍କ ସହ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ସହଯୋଗ କରିଥିଲେ। ଏହି ଦିବସରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ-ଅଧ୍ୟାପିକା ମାନଙ୍କ ସହ ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ।

Leave A Reply

Your email address will not be published.