କେନ୍ଦ୍ରାପଡ଼ା:(ଶାସକ ପ୍ରଶାସକ) ପ୍ରଫୁଲ୍ଲ କୁମାର ମଲ୍ଲ : ଭାରତୀୟ ଜନତା ପାର୍ଟି,ଡେରାବିଶ ବ୍ଲକ ତରଫରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ 23 ବର୍ଷ ବିଜେଡି ସରକାରରେ ଅଫିସର, ଠିକାଦାର , ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଘରୋଇ ପାଇଖାନା, ପାନୀୟ ଜଳ, କିଷାନ ସମ୍ମାନ ନିଧି, କାଳିଆ ଯୋଜନା, ବିଧବା /ବାର୍ଦ୍ଧକ୍ୟଭତ୍ତା ଆଦିରେ ବ୍ୟାପକ ଅନିୟମିତତା, ପ୍ରିୟାପ୍ରିତି ତୋଷଣ, ପକ୍ଷପାତିତା ଓ ବ୍ୟାପକ ଦୁର୍ନୀତି କରାଯାଉଛି l ପ୍ରତି ସରକାରୀ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର lମୋ ଓଡିଶା – ନବୀନ ଓଡିଶା କାର୍ଯ୍ୟକ୍ରମରେ ଗଣତନ୍ତ୍ରକୁ ହତ୍ୟା କରାଯାଇ ବିନା ପଲ୍ଲିସଭା, ଗ୍ରାମସଭାରେ ପ୍ରତି ଗ୍ରାମପଂଚାୟତରେ ସରକାରୀ ଅର୍ଥକୁ ଆଗାମୀ 2024 ନିର୍ବାଚନ ପାଇଁ ଦଳୀୟକର୍ମୀ ମାନଙ୍କ ପକେଟକୁ ସିଧାସଳଖ ପଠେଇବାର ବ୍ୟବସ୍ଥା କରାଯାଇଛି ବୋଲି ବିଜେପି ନେତା ତେଜେଶ୍ୱର୍ ପରିଡ଼ା କହିଥିଲେ l ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି l ଅନେକ ହତ୍ୟା, ଧର୍ଷଣ, ଅପହରଣରେ ବିଜେଡିର ଏକାଧିକ ମନ୍ତ୍ରୀ, ବିଧାୟକ ଓ କର୍ମୀ ସିଧାସଳଖ ଜଡ଼ିତ ବୋଲି ବିଜେପି ନେତା ଓ କର୍ମୀମାନେ ଅଭିଯୋଗ କରିବା ସହ ଡେରାବିଶ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ lଏହି ସରକାର ଓଡ଼ିଶାର ମହିଳା, ଶିଶୁ, କୃଷକ, ଯୁବକ, ଗରିବଙ୍କ ସହ ବିଶ୍ୱାସ ଘାତକ କାର୍ଯ୍ୟ କରିଛି ଏବଂ ଓଡ଼ିଶାରେ ଏହି ଅମଲା ଶାସନରେ ମନ୍ତ୍ରୀ ବିଧାୟକ ନିଷ୍କ୍ରିୟ ବୋଲି ବିଜେପିର ବରିଷ୍ଠ ନେତାମାନେ ଅଭିଯୋଗ ଆଣିଛନ୍ତି l
Sign in
Sign in
Recover your password.
A password will be e-mailed to you.
Prev Post