ତୁମ୍ଭାଅଣ୍ଡେଇସାହି ଗ୍ରାମପଞ୍ଚାୟତ ରାହୁରା ଗ୍ରାମରେ ହରି ନାମ ଯଜ୍ଞ ସଂକୀର୍ତ୍ତନ

0

ଜଗତସିଂହପୁର,ତା-୨୭.୧୧.୨୦୨୩/ସୁମନ୍ତ କୁମାର ଦାସ: ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ଅବସରରେ ଆଜି ୨୭.୧୧.୨୦୨୩ ସୋମବାର ଦିନ ତୁମ୍ଭାଅଣ୍ଡେଇସାହି ଗ୍ରାମପଞ୍ଚାୟତ ରାହୁରା ଗ୍ରାମରେ ହଜାର ହଜାର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଅଛି ଚତୁର୍ଥପ୍ରହରୀ ହରିନାମ l ଏହି କାର୍ତ୍ତିକ ପୂର୍ଣ୍ଣିମା ଚତୁର୍ଥପ୍ରହରୀ ସଂକୀର୍ତ୍ତନ ସହିତ ଘୃତଜଜ୍ଞ, ଅନ୍ନଯଜ୍ଞ ଏବଂ ପ୍ରସାଦ ବଣ୍ଟନ କରାଯାଇଅଛି l ଏହା ସହିତ ସୁମନ୍ତ କୁମାର ଦାସଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଛି l ଏହି ଉତ୍ସବରେ ଅନେକ ଗୁଣୀ, ଜ୍ଞାନୀ, ପଣ୍ଡିତ, ସାଧୁସନ୍ଥ ରହି ଉତ୍ସବରେ ସାମିଲ ହୋଇଥିଲେ l ଏଥିରେ ସୁରେଶ ଦାସ, ଅଶୋକ ଦାସ,ସୁଶୀଲ ଦାସ,କାଳନ୍ଦୀ ଦାସ, ସୁନୀଲ ଦାସ, ବାପୁ ଦାସ, ସୂର୍ଯ୍ୟକାନ୍ତ ଦାସ ,କାହ୍ନା ଦାସ , ରାହୁଲ ଦାସ , ଵିଶାଲ ଦାସ , ସାହିଲ ଦାସ ସମେତ ଅନେକ ଗ୍ରାମବାସୀ ସହଯୋଗ କରିଥିଲେ।L

Leave A Reply

Your email address will not be published.