କୁଲାଡ ଭାଗବତ ମନ୍ଦିରରେ ହରି ନାମ ଯଜ୍ଞ ସଂକୀର୍ତ୍ତନ।

0

ଭଞ୍ଜନଗର \ଉଦୟନାଥ ପଣ୍ଡା: ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ଅବସରରେ ଆଜି ୨୭/୧୧/୨୩ ସୋମବାର ଦିନ କୁଲାଡ ଗ୍ରାମରେ ହଜାର ହଜାର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଅଛି ଅଷ୍ଟପ୍ରହର ହରିନାମ ସଂକୀର୍ତ୍ତନ ସହିତ ଘୃତଜଜ୍ଞ ଓ ଅନ୍ନଯଜ୍ଞ।

କୁଲାଡ ଗ୍ରାମର ବଡରମୁଣି ସାହିରେ, ପୁରୋହିତ ଶ୍ରୀ କୌଶିକ କିଶୋର ପତି ଙ୍କ ପୌରହିତ୍ୟରେ ମହାଆଡମ୍ବରରେ ପାଳିତ ହୋଇଛି ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଉତ୍ସବ। ଏଠାରେ ଥିବା ଭାଗବତ ମନ୍ଦିରରେ ଆଜକୁ ପ୍ରାୟ ୭୦ ବର୍ଷ ହେବ ଏହି ଉତ୍ସବ ପ୍ରତିବର୍ଷ ଏଠାରେ ସମସ୍ତ ଗ୍ରାମବାସୀ ଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇ ଆସୁଛି। ହରିନାମ ଯଜ୍ଞ ସହିତ ଅନ୍ନଯଜ୍ଞ ରେ ଆଖପାଖ ଅଞ୍ଚଳ ବାର ହଜାର ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥାଏ। ଏହି ଉତ୍ସବ ରେ ନାମ ସଂକୀର୍ତ୍ତନ ମଣ୍ଡଳୀ ଙ୍କ ସୁଲଳିତ ହରିନାମ କୃଷ୍ଣ ସଂଗିତ ଓ ନୃତ୍ୟ ଅନେକ ଶ୍ରଦ୍ଧାଳୁ ଓ ଜନସାଧାରଣ ଙ୍କୁ ଆକୃଷ୍ଟ କରିପାରିଛି। ସୁଦୂର ଫୁଲବାଣୀ କନ୍ଧମାଳ ତେଗେଡା ପଥର ର ମହିଳା ମଣ୍ଡଳୀ, ଫୁଲବାଣୀ କନ୍ଧମାଳ ରାଜିକା ଖୋଲ ର ମହିଳା ମଣ୍ଡଳୀ, ଚକାପାଦ କନ୍ଧମାଳ କାମ୍ବାଗୁଡା ର ମହିଳା ମଣ୍ଡଳୀ ଓ ସ୍ଥାନୀୟ ରଘୁନାଥ ସାହି ର ପୁରୁଷ ମଣ୍ଡଳୀ ଏଥିରେ ଅଂଶ ଗ୍ରହଣ କରିଛନ୍ତି। ଏହାସହିତ ସମଗ୍ର କାର୍ଯ୍ୟକ୍ରମ କୁ ଶ୍ରୀ ଶିବ ପ୍ରସାଦ ସାହୁ ପରିଚାଳନା କରିଥିଲେ। ଏଥିରେ ମୁଖ୍ୟ ସହଯୋଗୀ ଆଦିତ୍ୟ କୁମାର ସାହୁ, ନିରଞ୍ଜନ ସେନାପତି, ସାହିବ ସାହୁ, ରବିନ୍ଦ୍ର ସାହୁ, ରବିନ୍ଦ୍ର ମହାରଣା, ରଞ୍ଜନ ସାହୁ, ଓ ପ୍ରକାଶ ଡାକୁଆ ଙ୍କ ସମେତ ଅନେକ ଗ୍ରାମବାସୀ ସହଯୋଗ କରିଥିଲେ।

Leave A Reply

Your email address will not be published.