ଧାମରାରେ “ବୋଇତ ବନ୍ଦାଣ” ଉତ୍ସବ

0

‘ବୈଭବଶାଳୀ ଓଡିଶାର ପୁନଃନିର୍ମାଣ’ ହେଉଛି ଓଡିଆଜାତି ପାଇଁ ସବୁଠୁ ବଡ ଆହ୍ୱାନ: ମନମୋହନ ସାମଲ

ଭୁବନେଶ୍ୱର/ଧାମରା (ଭଦ୍ରକ),ତା.୨୭/୧୧: ଆଜି ପବିତ୍ର କାର୍ତିକ ପୂର୍ଣ୍ଣିମା । ଗାଁରୁ ସହର ସବୁଠି ଚଳଚଂଚଳ । ଏହି କାର୍ତିକ ମାସରେ ସବୁ ନଦୀ ପାଲଟି ଯାଆନ୍ତି ଗଙ୍ଗା । କାର୍ତିକ ପୂର୍ଣ୍ଣିମାରେ ଅନୁଷ୍ଠିତ ବୋଇତବନ୍ଦାଣ ଉତ୍ସବ ପ୍ରାଚୀନ ଉତ୍କଳ ତଥା କଳିଙ୍ଗର ସାଧବ ପୁଅମାନଙ୍କର ବାଣିଜ୍ୟ ସାମର୍ଥ୍ୟର ଜୟଗାନ କରେ । ଐତିହ୍ୟ, ପରମ୍ପରା, ସଂସ୍କୃତିକୁ ନେଇ ପ୍ରାଚୀନ ଉତ୍କଳର ଓଡିଆ ସାଧବ ପୁଅମାନେ ଏହି ସମୟରେ ସୁଦୂର ବାଲି, ଜାଭା, ବୋର୍ଣ୍ଣିଓ ଦ୍ୱୀପପୁଞ୍ଜକୁ ବଣିଜ ବେପାର କରିବାକୁ ଯାଉଥିଲେ । ଶିକ୍ଷା, ଦୀକ୍ଷା, ସଂସ୍କୃତି, ପରମ୍ପରା, କାରିଗରୀ, ବୈଜ୍ଞାନିକ ବ୍ୟବସ୍ଥାକୁ ଓଡ଼ିଶାର ସାଧବପୁଅମାନେ ସବୁ ଜାଗାରେ ପଂହଚାଉଥିଲେ ଫଳରେ ସାରା ବିଶ୍ୱ ଆମ ଦ୍ୱାରା ଆଲୋକିତ ହେଉଥିଲା । ସେ ସମୟରେ ଉତ୍କଳରେ ଶିକ୍ଷାର ମାନ ଯଥେଷ୍ଟ ଉଚ୍ଚକୋଟିର ଥିଲା । ଓଡ଼ିଶାର ସାଧବ ପୁଅଙ୍କ ଗାଥା ଆଜିର ଯୁବପିଢ଼ୀଙ୍କୁ ପ୍ରେରଣା ଯୋଗାଉଛି । ‘ବୈଭବଶାଳୀ ଓଡିଶାର ପୁନଃନିର୍ମାଣ’ ହେଉଛି ଓଡିଆଜାତି ପାଇଁ ସବୁଠୁ ବଡ ଆହ୍ୱାନ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଏବେ ସଂସ୍କୃତି ସ୍ୱରୂପ ଲୋକେ କଦଳୀ ପଟୁଆ ତିଆରି ଡଙ୍ଗାରେ ଦୀପ ଜାଳି, ପାନଗୁଆ ଥୋଇ ନଦୀ ବା ପୁଷ୍କରିଣୀରେ ଭସାଇ ଥାଆନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ ଭଦ୍ରକ ଜିଲ୍ଲା ଧାମରେଇ ପୀଠରେ ଅନୁଷ୍ଠିତ ୭ତମ “ବୋଇତ ବନ୍ଦାଣ” ଉତ୍ସବରେ ଯୋଗ ଦେଇ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟ ଉପସଭାପତି ବିରଂଚିନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ଅଭିମନ୍ୟୁ ସେଠୀ, ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପିଙ୍କି ପ୍ରଧାନ, ବରିଷ୍ଠ ନେତା କାହ୍ନୁଚରଣ ବେହେରା, ଜିନା ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.