ଶ୍ରୀ ରଘୁନାଥ ଜିଉଙ୍କ ପଂଚୁକ ପର୍ବର ଅନ୍ତିମ ଦିବସ

0

କଳା ଧଳା ଘୋଡାରେ ପ୍ରଭୁଙ୍କ କାଂଚି ଅଭିଯାନ ବେଶ ଦର୍ଶନ କଲେ ଶ୍ରଦ୍ଧାଳୁ

ଓଡ଼ଗାଁ,୨୭।୧୧(ଶ୍ରୀକାନ୍ତ କୁମାର ମିଶ୍ର) : ସୋମବାର ପବିତ୍ର କାର୍ତିକ ମାସ ପଂଚୁକ ଯାତ୍ରାର ଅନ୍ତିମ ସନ୍ଧ୍ୟାରେ ଓଡଗାଁ ବିଜେ ପ୍ରଭୁ ଶ୍ରୀ ରଘୁନାଥଜୀଉଙ୍କ କାଞ୍ଚି ଅଭିଯାନ ବେଶ ଦର୍ଶନର ସୈଭାଗ୍ୟ ଅର୍ଜନ କଲେ ଶହଶ୍ରାଦ୍ଧିକ ଶ୍ରଦ୍ଧାଳୁ । ପ୍ରତିବର୍ଷ ସକାଳର ଦୈନନ୍ଦିନ ନୀତି ସରିବା ପରେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ କାଞ୍ଚିଅଭିଯାନ ବେଶ ଦର୍ଶନ ଲଭିଥିଲେ । ପ୍ରସିଦ୍ଧ ସୁବର୍ଣ୍ଣ କଳଶ କ୍ଷେତ୍ର ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ସମସ୍ତ ନୀତି କାନ୍ତି ପୁରୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରିତିନୀତି ସହିତ ଅନେକ ସାମଞ୍ଜସ୍ୟ ରହିଥିବା ବେଳେ ରଘୁନାଥଙ୍କ ମଧ୍ୟରେ ଜଗନ୍ନଥଙ୍କ ଲୀଳା ସ୍ୱରୁପକୁ ଦର୍ଶନ କରିବାଲାଗି ଭିଡ ଲାଗିରହିଥିବା ଦେଖା ଯାଇଥିଲା । ପ୍ରଭୁ ରଘୁନାଥ କଳାଘୋଡା ଏବଂ ଲକ୍ଷଣ ଠାକୁର ଧଳାଘୋଡାରେ କୃଷ୍ଣ ବଳରାମ ବେଶରେ ଯୁଦ୍ଧ ଅଭିଯାନରେ ବାହାରି ପଥରେ ମାଣିକ ଗୈାଡୁଣି ଠାରୁ ଦହିଖିଆ ଘଟଣାର ଦୃଶ୍ୟଥିଲା ଆଜି ବେଶର ମହାତ୍ମ୍ୟ । ଆଜିର ପାଳିଆପଣ୍ଡା ସନ୍ତୋଷ କୁମାର ମହାପାତ୍ର, ପୂଜକ ପରିଷଦ ସଭାପତି ପ୍ରଫୁଲ ମହାପାତ୍ରଙ୍କ ସହିତ ସମସ୍ତ କର୍ମକର୍ତା, ମନ୍ଦିର ପରିଚ୍ଛା ହରିବନ୍ଧୁ ଷଡଙ୍ଗୀ, ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଦ୍ୱାରା ସମସ୍ତ ନୀତି ସମାପନ ହୋଇଥିବା ବେଳେ ଆଇଆଇସି ରଶ୍ମିରଞ୍ଜନ ସାହୁଙ୍କ ତତ୍ୱାବଧାନରେ ଯାତ୍ରୀମାନଙ୍କ ଉତ୍ତମ ଦର୍ଶନ ନିମିତ୍ତ ଶାନ୍ତି ଶୃଙ୍ଖଳାର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.