ଭୁବନେଶ୍ୱର : ଅଲ ଇଣ୍ଡିଆ ରିଜିଓନାଲ ରୂରାଲ ବ୍ୟାଙ୍କ ଏମ୍ପ୍ଲଇଜ ଆସୋସିଏସନ (AIRRBEA) ର ଜେନେରାଲ କାଉନସିଲ ମୀଟିଙ୍ଗ, ୨୦୨୩ ଭୁ ବନେଶ୍ୱର ସ୍ଥିତ ଭଞ୍ଜ କଳା ମଣ୍ଡପ ଠାରେ ୨୪/୧୧/୨୩ ରୁ ୨୬/୧୧/୨୩ ମଧ୍ୟରେ ଅନୁଷ୍ଠିତ କରା ଯାଇଥିଲା | ହୋଷ୍ଟ ୟୁନିଟ ଭାବେ ଆସୋସିଏସନ ଅଫ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ (AOGBO), ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଏମ୍ପ୍ଲଇଜ ଆସୋସିଏସନ (OGBEA), ଓଡିଶା ଗ୍ରାମ୍ୟ ବ୍ୟାଙ୍କ ରୀଟଆଇରୀଶ ଆସୋସିଏସନ(OGBRA), ଉତ୍କଳ ଗ୍ରାମ୍ୟ ଗ୍ରାମୀଣ ଅଫି ସର୍ସ ଆସୋସିଏସନ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲଇଜ ଆସୋସିଏସନ ଏବଂ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ରୀଟଆଇରୀଶ ଵେଲଫର ଆସୋସିଏସନ ଏବଂ ଅଲ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଏମ୍ପ୍ଲଇଜ ଫେଡେରେସନ (AOGBEF) ଏହିକାର୍ଯ୍ୟକ୍ରମ ର ସମସ୍ତ ଦାୟିତ୍ୱ ସୁଚାରୁ ରୂପେ ତୁଲାଇଥିଲେ | ଉକ୍ତ କାର୍ଯ୍ୟକ୍ରମ ରେ ଦେଶ ରବିଭିନ୍ନ ରାଜ୍ୟ ରୁ ୪୦୦ ରୁ ଉର୍ଧ କର୍ମଚାରୀ ଯୋଗଦାନ କରିଥିଲେ | କାର୍ଯ୍ୟକ୍ରମ ର
ପ୍ରଥମଦିନ ରେ AIRRBEA ର ସେଣ୍ଟ୍ରାଲ କମିଟି ମୀଟିଙ୍ଗ ଅନୁଷ୍ଠିତ ହୋଇଥିଲା | ସେଣ୍ଟ୍ରାଲ କମିଟି ମୀଟିଙ୍ଗ ରେ AIRRBEA ର ସେକ୍ରେଟାରୀ ଜେନେରାଲ କମ୍ରେଡ ଏସ. ଭେଙ୍କଟେଶ୍ୱର ରେଡି, ପ୍ରେସିଡେଣ୍ଟ କମ୍ରେଡ ସି. ରାଜୀବନ, NFRRBO ର ଜେନେରାଲ ସେକ୍ରେଟାରୀ କମ୍ରେଡ ଅବଦୁଲ ସୟିଦ ଖାଁ, ପ୍ରେସିଡେଣ୍ଟ କମ୍ରେଡ ସଗୁନ ଶୁକ୍ଳା, NFRRBE ରଜେନେରାଲ ସେକ୍ରେଟାରୀ କମ୍ରେଡ ସିବକରଣ ଦ୍ବିବେଦୀ, ପ୍ରେସିଡେଣ୍ଟ କମ୍ରେଡ ପ୍ରଶାନ୍ତ ଚୌଧରୀ, NFRRBS ର ଜେନେରାଲ ସେକ୍ରେଟାରୀ କମ୍ରେଡ ଗଣପତି ହେଗଡେ, ପ୍ରେସିଡେଣ୍ଟ କମ୍ରେଡ ମହେନ୍ଦ୍ର ସିଂ, AIRRBEA ର ଜଏଣ୍ଟ ସେକ୍ରେଟାରୀ କମ୍ରେଡ ମହେଶ୍ୱର ମହାରଣା, NFRRBS ର ଜୋଇଁଟ ସେକ୍ରେଟାରୀ ଶ୍ରୀ ଶରତ ହୋତା, BEFI, ଓଡିଶା ୟୁନିଟ ର ସେକ୍ରେଟାରୀ ଶ୍ରୀ ତ୍ରିଲୋଚନ ସାହୁ ସମେତ ୟୁନିଟ ର ଅନ୍ୟ ସେଣ୍ଟ୍ରାଲ କମିଟି ମେମ୍ବରମାନେ ଯୋଗଦାନ କରିଥିଲେ |
କାର୍ଯ୍ୟକ୍ରମ ର ଦ୍ବୀତୀୟ ଦିନ ରେ Women Convention ମୀଟିଙ୍ଗ ର ଆୟୋଜନକରାଯାଇଥିଲା | Women Convention ମୀଟିଙ୍ଗ ରେ ଚିଫ ଗେଷ୍ଟ ଭାବେ ଭୁବନେଶ୍ୱରର ମେୟର ଶ୍ରୀମତୀ ସୁଲୋଚନା ଦାସ, ଚିଫ ସ୍ପିକର ଭାବେ ପ୍ରଫେସର ଆଶା ହଂସ, ସ୍ପେସିଆଲ ଗେଷ୍ଟ ଭାବେ ଶ୍ରୀମତୀ ସତ୍ୟବତୀ ସାହୁ, ଜେନେରାଲ ମ୍ୟାନେଜେର, ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଗେଷ୍ଟ ଅଫ ଅନର ଭାବେ ଶ୍ରୀ ବାସୁଦେବ ରାଉତରାୟ, ଜେନେରାଲ ମ୍ୟାନେଜେର, ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଯୋଗଦେଇ ନାରୀ ସଶକ୍ତିକରଣ ବିଷୟରେ ଆଲୋଚନା କରିବା ସହ ନାରୀ ସଶକ୍ତିକରଣ ରେ ଗ୍ରାମ୍ୟ ବ୍ୟାଙ୍କ ର nଭୂମିକା କୁ ପ୍ରଶଂସା କରିଥିଲେ | ଅନ୍ୟ ଗେଷ୍ଟ ମାନଙ୍କ ମଧ୍ୟ ରେ AIRRBEA ଉମେନ ସବ କମିଟି ର ଚେରପର୍ଶନ କମ୍ରେଡ ଏଲ. ପଚାଉ, କନଭେନର କମ୍ରେଡ ମୀରା ନାୟର, ଜଏଣ୍ଟ କନଭେନର କମ୍ରେଡ ଓଡ଼ିସୀ ଚକ୍ରବର୍ତି, NFRRBE ର ଭାଇସ ପ୍ରେସିଡେଣ୍ଟ କମ୍ରେଡ ନୀତା ହୋର, ଉମେନ ସବ କମିଟି କନଭେନର, ଓଡିଶା କମ୍ରେଡ ଖିଆଲୀ ଦାସ ନାରୀ ସଶକ୍ତିକରଣ ଉପରେ ନିଜର ମତ ଉପସ୍ଥାପନା କରିଥିଲେ ଏବଂ ବ୍ୟାଙ୍କିଙ୍ଗ ସେକଟର ରେ ନାରୀ ମାନଙ୍କ ଯୋଗଦାନ ଉପରେସମସ୍ତଙ୍କୁ ଅବଗତ କରାଇଥିଲେ | ଦ୍ବୀତୀୟ ଦିନ ମାଧ୍ୟାନ୍ନ ରେ ଏକ ବିଶାଳ ରାଲି ରଆୟୋଜନ କରାଯାଇଥିଲା |
ଅପରାହ୍ନ ରେ AIRRBEA ର ଜେନେରାଲ କାଉନସିଲ ମୀଟିଙ୍ଗ ଅନୁଷ୍ଠିତ ହୋଇଥିଲା ଏବଂ ଉକ୍ତ ସଭା ରେ AIRRBEA ର ସେକ୍ରେଟାରୀ ଜେନେରାଲ କମରଏଡ ଏସ. ଭେଙ୍କଟେଶ୍ୱର ରେଡି ନିଜ ଭାଷଣ ଦେଇ ସଭା ରେ ଉପସ୍ଥିତ ଥିବା ୟୁନିଟ ର ସମସ୍ତ କମରଏଡ ମାନଙ୍କୁ ଅନୁମୋଦିତ କରିବା ସହ ଆଶ୍ସୋସିଏସନ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ | ଏହା ପରେ NFRRBO ର ଜେନେରାଲ ସେକ୍ରେଟାରୀ କମରଏଡ ଅବଦୁଲ ସୟିଦ ଖାଁ ଆଶ୍ସୋସିଏସନ ରଜେନେରାଲ ରିପୋର୍ଟ କୁ ଉପସ୍ଥାପନ କରିଥିଲେ |
ଦ୍ବୀତୀୟ ଦିନ ଶେଷ ରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲାଯେଉଁଥିରେ କି ଓଡିଶା ର ସଂସ୍କୃତି ଏବଂ କଳା କୁ ଦେଶ ର ବିଭିନ୍ନ ରାଜ୍ୟ ରୁ ଆସିଥିବା ଅତିଥି ମାନଙ୍କ ସାମ୍ନା ପରିବେଷ୍ଟିତ କରାଯାଇଥିଲା | ଶ୍ରୀମତୀ ରଶ୍ମି ରେଖା ପୁହାଣ ଏବଂ ତାଙ୍କ ଟିମ ନିଜ ସୁନ୍ଦର ସ୍ୱର ଏବଂ ତାଳ ରେ “ବନ୍ଦେ ଉତ୍କଳ ଜନନୀ” ସଂଗୀତ ରପରିବେଷଣ କରି ସାଂସ୍କୃତିକ ସନ୍ଧ୍ୟା ର ଶୁଭାରମ୍ଭ କରିଥିଲେ | ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆମ ରାଜ୍ୟ ର ସୁନାମଧନ୍ୟ ଓଡିଶୀ ନୃତ୍ୟ ଟିମ ଗୁରୁ ହରେକୃଷ୍ଣ ଧଳ ଏବଂ ତାଙ୍କ ଟିମଆକର୍ଷଣୟ ନୃତ୍ୟ ର ପ୍ରଦର୍ଶନ କରିଥିଲେ ଏବଂ ଉପସ୍ଥିତ ଦର୍ଶକ ମାନେ ମଧ୍ୟ ଉଚ୍ହାହ ସହଅଲୌକିକ ନୃତ୍ୟ ପ୍ରଦର୍ଶନ ର ଆନନ୍ଦ ନେଇଥିଲେ | ବରଗଡ଼ ଜିଲ୍ଲା ର ବିଶ୍ବ ପ୍ରତିଷ୍ଠିତ ସମ୍ବଲପୁରୀ ନୃତ୍ୟ ଅନୁଷ୍ଠାନ “କଳାଜୀବି” ଶ୍ରୀ ଦିଲ୍ଲୀପ ସାହୁ ଏବଂ ତାଙ୍କ ଟିମ ଚମତ୍କାର ନୃତ୍ୟପ୍ରଦର୍ଶନ କରି ଦେଶ ର ବିଭିନ୍ନ ରାଜ୍ୟ ରୁ ଆସିଥିବା ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରିବାସହ ସେମାନଙ୍କୁ ନିଜ ତାଳ ରେ ବାନ୍ଧିଦେଇଥିଲେ | ଅନ୍ୟତମ ନୃତ୍ୟ ପ୍ରଦର୍ଶନ ମଧ୍ୟ ରେଲିଟିଲ କିଡ଼ ଷ୍ଟାର ସ୍ୱୟଂ ସଂଚିତ ନନ୍ଦ ଏବଂ ଆୟେସା ପ୍ରିୟଦର୍ଶିନୀ ନିଜ ନୃତ୍ୟ ପ୍ରଦର୍ଶନ କରିସମସ୍ତ ଦର୍ଶକଙ୍କ ମନ ମୋହି ଦେଇଥିଲେ | ଶେଷ ରେ ଶ୍ରୀମତୀ ଆଦ୍ୟାଶା ପ୍ରିୟଦର୍ଶିନୀ ଏବଂଅନିଶା ଅଭିସିକ୍ତା ରାଉତ ଅତି ସୁନ୍ଦର ଓଡିଶୀ ନୃତ୍ୟ ର ପ୍ରଦର୍ଶନ କରି ଆମ ଓଡିଶା ର କଳାଏବଂ ସଂସ୍କୃତି ର ପରିଚୟ ସମଗ୍ର ଦେଶ ରୁ ଆସିଥିବା ଅତିଥି ମାନଙ୍କ ସମ୍ମୁଖ ରେ ପରିବେଷଣ କରିଥିଲେ | ସାଂସ୍କୃତିକ କାର୍ଯ୍ୟକ୍ରମ ଶେଷ ରେ ମୁଖ୍ୟ ଅତିଥି ମାନେ ଭାଗ ନେଇଥିବା ସମସ୍ତ କଳାକାର ମାନଙ୍କୁ ପୁରସ୍କୃତ କରିଥିଲେ |
ସଭା ର ତୃତୀୟ ଦିନ ରେ AIRRBEA ର ଜେନେରାଲ କାଉନସିଲ ମୀଟିଙ୍ଗ ର ଓପନ ସେସନ ଅନୁଷ୍ଠିତ ହୋଇଥିଲା ଏବଂ ଉକ୍ତ ସଭା ରେ AIRRBEA ର ଅନ୍ୟ ମୁଖ୍ୟ ପଦଧାରୀ ବ୍ୟକ୍ତି ମାନେ ଆସୋସିଏସନ ର ବିଭିନ୍ନ ପ୍ରସଙ୍ଗ ଉପରେ ନିଜ ମତ ରଖିଥିଲେ | ଶେଷ ରେ AIRRBEA ର ସେକ୍ରେଟାରୀ ଜେନେରାଲ କ. ଏସ. ଭେଙ୍କଟେଶ୍ୱର ରେଡି ସମସ୍ତ ଆଲୋଚନା ର ବିବରଣୀ ସଭା ସମୁଖ ରେ ରଖିଥିଲେ ଏବଂ ଶୃଙ୍ଖଳିତ ଭାବେ ସଭା କୁଆୟୋଜନ କରିଥିବା Odisha AIRRBEA ର ସମସ୍ତ ୟୁନିଟ କୁ ଧନ୍ୟବାଦ ଜଣାଇଥିଲେ|
Odisha AIRRBEA ୟୁନିଟ ତରଫ ରୁ ଆସୋସିଏସନ ଅଫ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଅଫି ସର୍ସ (AOGBO) ର ପ୍ରେସିଡେଣ୍ଟ ଶ୍ରୀ ଅସିତ କୁମାର ଖଣ୍ଡାଇ, ଜେନେରାଲ ସେକ୍ରେଟାରୀ ଶ୍ରୀ ସାଗର ଗୁରୁ , ଚିଫଏଡ଼ଭାଇଜର ଶ୍ରୀ ସତ୍ୟବ୍ରତ ନନ୍ଦ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଏମ୍ପ୍ଲଇସ ଆସୋସିଏସନ(OGBEA) ର ପ୍ରେସିଡେଣ୍ଟ ଶ୍ରୀ ପ୍ରିତମ ପୁହାଣ, ଜେନେରାଲ ସେକ୍ରେଟାରୀ ଶ୍ରୀ କୈବଲ୍ୟପ୍ରସାଦ ନାୟକ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ ରୀଟଆଇରୀଶ ଆସୋସିଏସନ (OGBRA) ର ପ୍ରେସିଡେଣ୍ଟ ଶ୍ରୀ ନୀଳକଣ୍ଠ ବିଶ୍ୱାଳ, ଜେନେରାଲ ସେକ୍ରେଟାରୀ ଶ୍ରୀ ପ୍ରଫୁଲ୍ଲ କୁମାର ଭଞ୍ଜ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଅଫି ସର୍ସ ଆସୋସିଏସନର ଜେନେରାଲ ସେକ୍ରେଟାରୀ ଶ୍ରୀ ଶିତିକଣ୍ଠ ମିଶ୍ର, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲଇସ ଆଶ୍ସୋସିଏସନ ର ପ୍ରେସିଡେଣ୍ଟ ଶ୍ରୀ ପୁଳିନ ବିହାରୀମିଶ୍ର, ଜେନେରାଲ ସେକ୍ରେଟାରୀ ହୃଷିକେଶ ପାତ୍ର, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ରୀଟଆଇରୀଶ ଵେଲଫର ଆସୋସିଏସନର ପ୍ରେସିଡେଣ୍ଟ ଶ୍ରୀ ଦ୍ୱାରିକା ନାଥ ପଟେଲ ଏବଂ ଜେନେରାଲ ସେକ୍ରେଟାରୀ ଶ୍ରୀ ଯୁଗଳ କିଶୋର ପଟେଲ, ଅଲ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଏମ୍ପ୍ଲଇସ ଫେଡେରେସନ ର ପ୍ରେସିଡେଣ୍ଟ ଶ୍ରୀ ଅକ୍ଷୟ କୁ ସାହୁ ସଭା ରେ ଉପସ୍ଥିତ ରହି ଉକ୍ତ ସଭା କୁ ଶୃଙ୍ଖଳା ଏବଂ ସଫଳତା ର ସହ ଆୟୋଜନ କରିଥିଲେ |
Sign in
Sign in
Recover your password.
A password will be e-mailed to you.
Prev Post