ଚୋରା ମଦ ଜବତ, ୦୬ ଅଭିଯୁକ୍ତ କୋର୍ଟ ଚାଲାଣ ।

8

କେନ୍ଦ୍ରାପଡ଼ା:୦୯/୧୦(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ, କେନ୍ଦ୍ରାପଡ଼ା ଶ୍ରୀ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜକନିକା, ମାର୍ଶାଘାଇ ଓ ପାଟକୁରା ଥାନା ଅଧୀନ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ପାତ୍ରପୁର ଗ୍ରାମର ସରତ କୁମାର ସାହୁ (୪୨)ଙ୍କ ନିକଟରୁ ୨୮ ଲିଟର ବିଦେଶୀ ମଦ ଏବଂ କଟନବଣିଆ ଗ୍ରାମର ଉମେଶ ଚନ୍ଦ୍ର ବେହେରା (୫୭)ଙ୍କ ନିକଟରୁ ୨୪ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା। ସେହିପରି, ମାର୍ଶାଘାଇ ଗ୍ରାମର ଭାସ୍କର ଚନ୍ଦ୍ର ଜେନା (୩୯)ଙ୍କ ନିକଟରୁ ୨୭ ଲିଟର ଦେଶୀ ମଦ, ବେଣୁପଳା ଗ୍ରାମର ସଂଯୁକ୍ତା ସ୍ୱାଇଁ (୬୦)ଙ୍କ ନିକଟରୁ ୨୧ ଲିଟର ବିଦେଶୀ ମଦ ଏବଂ ମଙ୍ଗରାଜପୁର ଗ୍ରାମର ଗିରିଧାରୀ ଦାସ (୪୩)ଙ୍କ ନିକଟରୁ ୧୮ ଲିଟର ବିଦେଶୀ ମଦ ସହିତ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଥିଲା। ଏଥିସହ ଜଗଦୀଶ ସାହୁ (୩୨)ଙ୍କ ନିକଟରୁ ୩୨ ଲିଟର ବିଦେଶୀ ମଦ ଜବତ ହୋଇଥିଲା। ଏହି ଚଢ଼ାଉରେ ମୋଟ ୧୫୦ ଲିଟର ମଦ ଓ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଥିବାବେଳେ ଏ ସଂକ୍ରାନ୍ତରେ ବିଭିନ୍ନ ଅବକାରୀ ମାମଲା ରୁଜୁ କରାଯାଇଛି। ଏହି ମାମଲାଗୁଡ଼ିକରେ ୦୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଇନାନୁଯାୟୀ ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ ମିସ୍ ଋତୁପ୍ରଭା ସ୍ୱାଇଁ, ଶ୍ରୀମତୀ ତ୍ରିବେଣୀ ମହନ୍ତ, ଶ୍ରୀ ରଞ୍ଜନ କୁମାର ପାତ୍ରଙ୍କ ସମେତ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସକ୍ରିୟ ଭାବେ ସାମିଲ ହୋଇଥିଲେ।

Leave A Reply

Your email address will not be published.