ଆନ୍ତଃ ବିଦ୍ୟାଳୟ ସ୍ତରୀୟ ବକୃତା ପ୍ରତିଯୋଗୀତା

0

ଓଡ଼ଗାଁ,୨୬।୧୧(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଦେଓ୍ବାନି ଓ ଫୈ।ଜଦାରୀ ଅଦାଲତ ପରିସରର ମଧ୍ୟରେ ଓଡ଼ଗାଁ ତାଲୁକ ଲିଗାଲ ସେବା ଆନୁକୂଲ୍ୟରେ ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ଓଡ଼ଗାଁ ତାଲୁକ ଆଇନ୍ ସେବା ଅଧ୍ୟକ୍ଷ ମାନସ ରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ନଭେମ୍ବର ୨୬ ସମ୍ବିଧାନ ଦିବସ ପାଳନ ଅବସରରେ ଆନ୍ତଃ ବିଦ୍ୟାଳୟ ସ୍ତରୀୟ “ମୌଳିକ ଅଧିକାର ଓ କର୍ତ୍ତବ୍ୟ ଉଭୟ ପରସ୍ପର ପରିପୂରକ” ଶିର୍ଷକ ବକୃତା ପ୍ରତିଯୋଗୀତା ରବିବାର ଅନୁଷ୍ଠିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଓଡ଼ଗାଁ ଦେଓ୍ବାନି କନିଷ୍ଠ ଜଜ ଫୈ।ଜଦାରୀ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ହରମୋହନ ଦାସ, ଗ୍ରାମ୍ୟ ନ୍ୟାୟାଧିକାରୀ ଦେବମାଳିନୀ ଐଶ୍ୱର୍ଯ୍ୟା, ଓଡ଼ଗାଁ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ବାର ଆସୋସିଏସନ ସଭାପତି ମହାଦେବ ବିଶ୍ବାଳ, ସମ୍ପାଦକ ପାଣୁଚରଣ ବେହେରା ପୂର୍ବତନ ସଭାପତି ଇନ୍ଦୁ ଭୂଷଣ ମିଶ୍ର ପ୍ରମୁଖଙ୍କ ଉପସ୍ଥିତିରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ୧୯ ଗୋଟି ଉଚ୍ଚ ବିଦ୍ୟାଳୟରୁ ୧୯ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଓଡ଼ଗାଁ ବ୍ଳକ ଅତିରିକ୍ତ ଶିକ୍ଷାଧିକାରୀ କମଳିନୀ ବେହେରା, ଓଡ଼ଗାଁ କଲେଜ ଶିକ୍ଷା ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ବାଳ ଏବଂ ବିଡ଼ିଓ ପ୍ରମୁଖ ବିଚାରକ ମଣ୍ଡଳୀ ଦ୍ବାରା ଶିଖରପୁର ଦଧିବାମନ ଜିଉ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଜିଜ୍ଞାସା ପ୍ରିୟଦର୍ଶିନୀ ୧ମ, କୋମଣ୍ଡ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଶୁଭଶ୍ରୀ ପ୍ରଧାନ ୨ୟ ଏବଂ ସାକେରି ରାହାସ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ସୁପ୍ରିୟା ପ୍ରଧାନ ୩ୟ ସ୍ଥାନ ଅଧିକାର କରିଥିଲେ ।

ସମସ୍ତ କୃତି ପ୍ରତିଯୋଗୀ ଓଡ଼ଗାଁ ତାଲୁକ ଆଇନ୍ ସେବା ଅଧ୍ୟକ୍ଷଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ନିଜର ସାମ୍ବିଧାନିକ ଅଧିକାର ହାସଲ ପାଇଁ ଅନ୍ୟଜଣଙ୍କ ସାମ୍ବିଧାନିକ ଅଧିକାର ଯେପରି କ୍ଷୁର୍ଣ୍ଣ ନହୁଏ, ସେଥିପ୍ରତି ଆମ୍ଭେମାନେ ସର୍ବଦା ସଚେତନ ରହିଲେ ତାହାହେବ ଆମର ପ୍ରଥମ ମୌଳିକ ଦାୟିତ୍ଵ । କିନ୍ତୁ ଯଦି କୌଣସି ନାଗରିକଙ୍କ ମୌଳିକ ଅଧିକାର କ୍ଷୂର୍ଣ୍ଣ ହୁଏ ତେବେ ସେ ଏହା ବିରୁଦ୍ଧରେ ସିଧାସଳଖ ରାଜ୍ୟ ଉଚ୍ଚ ନ୍ୟାୟାଳୟ ହେଉ କିମ୍ବା ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଅଭିଯୋଗ କରିପାରିବେ । ଛାତ୍ରଛାତ୍ରୀ ମାନେ ପିତାମାତାଙ୍କ ସହିତ ବିଦ୍ୱାନ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପ୍ରତି ସମର୍ପିତ ଭାବନା ରଖିପାରିଲେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେବବୋଲି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କହିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ଗାଁ ଦେଓ୍ବାନି କନିଷ୍ଠ ଜଜ ଫୈ।ଜଦାରୀ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ହରମୋହନ ଦାସ କାର୍ଯ୍ୟକ୍ରମ ସଞ୍ଜୋଜନା କରିଥିଲେ । ଏବଂ ଶ୍ରଦ୍ଧାଞ୍ଜଳି ରଥ କାର୍ଯକ୍ରମ ସଞ୍ଚାଳନ କରିଥିଲେ ।

Leave A Reply

Your email address will not be published.