ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଜିଲ୍ଲାପାଳ ଗଜପତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି.ତିରୁପତି ରାଓ , ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଡ଼.ଗୁଣନିଧି ନାୟକ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି , ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସୁନୀଲ ମହାନ୍ତି ଓ ଶ୍ରୀଯୁକ୍ତ ସୁଭଳ କୁମାର ଜେନାମଣି , ଉପନିର୍ଦ୍ଦେଶକ , ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓରମାସ୍ , ଗଜପତି ପ୍ରମୁଖ ମଞ୍ଚାସୀନ ଥିଲେ।
ଜିଲ୍ଲାସ୍ତରୀୟ ପଲ୍ଲୀଶ୍ରୀ ମେଳା ଆସନ୍ତା ତା.୧୯.୧୨.୨୦୨୩ ରିଖ ଠାରୁ ତା.୨୩.୧୨.୨୦୨୩ ରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଗଜପତି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ। ପଲ୍ଲୀଶ୍ରୀ ମେଳା ଦ୍ୱାରା ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ଲାଭବାନ ହେବା ସହ ସେମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ସାମଗ୍ରୀ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବାରେ ସହାୟକ ହୋଇପାରିବ।
ଏହି ମେଳାରେ ପ୍ରଦର୍ଶନୀ ନିମନ୍ତେ ୧୫୦ ରୁ ଉର୍ଦ୍ଧ ଗୋଟି ଷ୍ଟଲ ଖୋଲାଯିବାକୁ ସ୍ଥିର କରାଯାଇଛି। ଏହି ମେଳାରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ଦ୍ୱାରା ବିଭିନ୍ନ ସାମଗ୍ରୀ ସମେତ ବିଭିନ୍ନ ଘରୋଇ ଉପକରଣ , ବସ୍ତ୍ରଳାୟ ଇତ୍ୟାଦି ପ୍ରଦର୍ଶନ ଏବଂ ବିକ୍ରୟ ପାଇଁ ରଖାଯିବ। ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ବନବିଭାଗ , ମତ୍ସ୍ୟବିଭାଗ , ଓରମାସ , ସମ୍ମନ୍ୱିତ ଆଦିବାସୀ ସଂସ୍ଥା , କୃଷି ବିଭାଗ , ଉଦ୍ୟାନ , ସ୍ୱାସ୍ଥ୍ୟ , ବ୍ୟାଙ୍କ , ଶିଶୁ ସୁରକ୍ଷା , ଜିଲ୍ଲା ଶିଳ୍ପ କେନ୍ଦ୍ର ଇତ୍ୟାଦି ବିଭିନ୍ନ ବିଭାଗର ଷ୍ଟଲ ଖୋଲାଯିବ। ଏହା ସହିତ ସ୍ଥାନୀୟ କଳାକାରମାନଙ୍କୁ ନେଇ ସାଂସ୍କୃତିକ ଓ ଜିଲ୍ଲାର ପାରମ୍ପାରିକ ଅଧିବାସୀ ନୃତ୍ୟର କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି।
ଏହି ପ୍ରସ୍ତୁତି ବୈଠକରେ ଶ୍ରୀଯୁକ୍ତ ଟିମନ୍ ବରା , ଜିଲ୍ଲା ପ୍ରକଳ୍ପ ସଂଯୋଜକ , ମିଶନ ଶକ୍ତି ଗଜପତି , ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଇରାନୀୟସ୍ ପ୍ରଧାନ , ଶ୍ରୀ ଦିଲ୍ଲୀପ କୁମାର ସାହୁ ଓ ଲାଇନ୍ ବିଭାଗୀୟ ସମସ୍ତ ଅଧିକାରୀଗଣ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post