ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ଅଗ୍ରଣୀ ମହିଳା ସଂଗଠନ “ଆକାଂକ୍ଷା” ତରଫରୁ ପାରଳାଖେମୁଣ୍ଡି ସ୍ଥିତ ନବଜୀବନ କନ୍ୟା ଶିଶୁ ଗୃହ ଠାରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ଶ୍ରୀମତୀ ଇନ୍ଦିରା ଜମାଦାର , ଆକାଂକ୍ଷା ମହିଳା ସଂଗଠନ ର ସଭାନେତ୍ରୀ ଶ୍ରୀମତି ଆଶାଲତା ପାଣିଗ୍ରାହୀ , ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ , ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ , ଡ଼.କଲ୍ୟାଣୀ ମିଶ୍ର , ଶ୍ରୀମତି ସ୍ନିଗ୍ଧାରାଣୀ ମିଶ୍ର , ଶ୍ରୀମତି ଭାଗ୍ୟଲକ୍ଷ୍ମୀ ନାୟକ , ଶ୍ରୀମତି ସୁନୀତା ବେହେରା ଓ ନବଜୀବନ ଶିଶୁ ଗୃହ ର କେନ୍ଦ୍ର ପରିଚାଳିକା ପ୍ରଭାସିନୀ ଲୀମା ଉପସ୍ଥିତ ରହି ଶିଶୁ ଦିବସ ର ମହତ୍ଵ ଓ ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ଙ୍କ ସ୍ମୃତି ଚାରଣ କରିଥିଲେ।
ଶିଶୁ ଦିବସ ର ମହତ୍ତ୍ଵ ଓ ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ସ୍ମୃତି କୁ ନେଇ ଶିଶୁ ମାନଙ୍କ ମଧ୍ୟରେ ଭାଷଣ ପ୍ରତିଯୋଗିତା , ଗୀତ ଓ ନାଚ ର ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ବିଜୟୀ ହୋଇଥିବା ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସକାଶେ ପୁରସ୍କାର ପ୍ରଦାନ କରାଯିବା ସହିତ ସମସ୍ତ ଅନ୍ତେବାସୀ ଙ୍କୁ ମିଠା ବଣ୍ଟନ କରାଯାଇଥିଲା। ସର୍ବ ଶେଷରେ ଆକାଂକ୍ଷା ମହିଳା ସଂଗଠନ ତରଫରୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଗଲା।
Sign in
Sign in
Recover your password.
A password will be e-mailed to you.
Next Post