ଲୁହୁରାକୋଟ ଚୋରି ଘଟଣା ର ପର୍ଦାଫାଶ : ତିନି ଚୋର ଙ୍କୁ ଧରିଲା ଜଗଦଳପୁର ପୋଲିସ l

0 2

ଝାରବନ୍ଧ -ମନୋହର ଦାଶ:ବରଗଡ଼ ଜିଲ୍ଲା ଜଗଦଲପୁର ଥାନା ଲୁହୁରାକୋଟ ଗ୍ରାମ ର ଜଗତରାମ ପ୍ରଧାନ ଙ୍କ ଘରୁ ଗତ 5/11 ଦିନ ଚୋରି ହୋଇଥିବା ଘଟଣା ରେ ତିନି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିବା ଜଗଦଳପୁର ଥାନା ଅଧିକାରୀ ବିପିନ ବାଗ ସୂଚନା ଦେଇଛନ୍ତି l ଗିରଫ ଅଭିଯୁକ୍ତ ମାନେ ହେଲେ ଖଗେଶ୍ୱର ଭୋଇ, ସୁରୁବାବୁ ସରାଫ, ଏବଂ ମହାରାଷ୍ଟ୍ର ରାଜ୍ୟ ସୋଲପୁର ଜିଲ୍ଲା ର ଅଜିତ ମଧୁକର ଜାରେ କେସ ନଂ.169/023 ଧାରା ଦଫା 454 /380,120(B),457/411 ରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଶ୍ରୀ ବାଗ କହିଛନ୍ତି l
  ଅଭିଯୁକ୍ତ ଙ୍କ ଠାରୁ 1050 ନଗଦ ଟଙ୍କା, ଗୋଟିଏ କାଠ ବାକ୍ସ, ସୁନା 24.130 ଗ୍ରାମ, ଏକ ବାଇକ କୁ ଜବତ କରିଛି ପୋଲିସ l
ଜଗତରାମ ପ୍ରଧାନ ଙ୍କ ଏତଲା କ୍ରମେ ଜଗଦଳପୁର ପୋଲିସ ତଦନ୍ତ ଚଲାଇଥିଲା l ଗ୍ରାମ ର ଲୋକଙ୍କୁ ପଚାରିବାରୁ ଗିରଫ ଅଭିଯୁକ୍ତ ଙ୍କ ନାମ ସନ୍ଦେହ ଘେର କୁ ଆସିଥିଲା l ସନ୍ଦେହ ଘେର ରେ ଥିବା ଅଭିଯୁକ୍ତ ଙ୍କ ଘର କୁ ପୋଲିସ ଯାଇ ଥାନା କୁ ଆଣି ପୋଲିସ ପଚରା ଉଚରା କରିବାରୁ ସେମାନେ ଚୋରି କରିଥିବା ସ୍ୱୀକାର କରିଥିଲେ ଏବଂ ଚୋରି ସାମଗ୍ରୀ ପୋଲିସ କୁ ଦେଇଥିଲେ l

Leave A Reply

Your email address will not be published.