ଜଗତସିଂହପୁର ତା- ୧୧ .୧୧.୨୦୨୩ ସୁମନ୍ତ କୁମାର ଦାସ:.ସଞ୍ଚୟ ଓ ମିତବ୍ୟୟିତା ଆଣିଦିଏ ସମୃଦ୍ଧି, ଏଥିପାଇଁ ଅକ୍ଟୋବର 30 ତାରିଖ କୁ ବିଶ୍ଵ ମିତବ୍ୟୟିତା ଦିବସ ଭାବରେ ପାଳନ କରାଯାଏ ।ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଙ୍କ ତରଫରୁ ଅକ୍ଟୋବର 31 ତାରିଖ ଠାରୁ ନଭେମ୍ବର 11 ତାରିଖ ପର୍ଯ୍ୟନ୍ତ ସଞ୍ଚୟ ପକ୍ଷ ପାଳନ କରାଯାଉଛି। ଜିଲ୍ଲା ପ୍ରଶାସନ ଏବଂ ସ୍ବଳ୍ପ ସଞ୍ଚୟ ବିଭାଗର ମିଳିତ ଆନୁକୁଲ୍ୟ ରେ ଏହି ପକ୍ଷ ପାଳନ ଅବସରରେ ଆଜି ସ୍ଥାନୀୟ ଶ୍ରୀ କୃଷ୍ଣ ଏକାଡେମୀ ଠାରେ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା। ବରିଷ୍ଠ ବିଭାଗରେ ବିଷୟ ବସ୍ତୁ ‘ଆର୍ଥିକ ସାକ୍ଷରତା ଓ ସାଇବର ଠକେଇ ପ୍ରତି ସତର୍କତା’ ରହିଥିବାବେଳେ କନିଷ୍ଠ ବିଭାଗରେ ‘ଆର୍ଥିକ ସାକ୍ଷରତା ଓ ସ୍ଵଳ୍ପ ସଞ୍ଚୟ’ ରହିଥିଲା।ଛାତ୍ରଛାତ୍ରୀ ମାନେ ଅତି ସୁନ୍ଦର ଭାବରେ ମିତବ୍ୟୟିତା ଓ ସ୍ଵଳ୍ପ ସଞ୍ଚୟ ସମ୍ବନ୍ଧରେ ନିଜର ଚିନ୍ତାକୁ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ସଞ୍ଚୟ ର ଉପକାରିତା ବୁଝାଇବା ସହ ସାଇବର ଠକେଇ ବିଷୟରେ ସଚେତନ କାରାଇଥିଲେ। ଅଜଣା କୌଣସି ନମ୍ବର ରୁ ଆସୁଥିବା ଫୋନ ବା ମେସେଜ୍ ରେ ଓ ଟି ପି ନ ଦେବା ତଥା ଲିଙ୍କ ଉପରେ କ୍ଲିକ ନକରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଛାତ୍ରଛାତ୍ରୀ ମାନଙ୍କୁ ଆର୍ଥିକ ସାକ୍ଷରତା ର ମୂଲ୍ଯବୁଝି ଜୀବନରେ ମିତବ୍ୟୟୀ ହେବାକୁ ଉପଦେଶ ଦେଇଥିଲେ।ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ରଞ୍ଜନ କୁମାର ଦାସ ସ୍ବାଗତ ଭାଷଣ ଦେବାସହ ସରକାରଙ୍କ ସ୍ଵଳ୍ପ ସଞ୍ଚୟ ର ବିଭିନ୍ନ ଯୋଜନା ବିଷୟ ରେ କହିଥିଲେ।ଶ୍ରୀ ଦାସ ଜିଲ୍ଲା ରେ ପରିକ୍ରମା କରୁଥିବା ସ୍ବଳ୍ପ ସଞ୍ଚୟ ରଥ ଲୋକ ମାନଙ୍କୁ ସଚେତନ କରିବ ଏବଂ ସ୍ବଳ୍ପ ସଞ୍ଚୟ ଦ୍ବାରା ସେମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି କହିଥିଲେ।ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଶରତ ଚନ୍ଦ୍ର ବାରିକ, ଶ୍ରୀ ବିଜୟ କୁମାର ରଥ,ଶ୍ରୀ ନଗେନ ପଣ୍ଡା, ଶ୍ରୀ ଉମାକାନ୍ତ ନାୟକ ତଥା ଶ୍ରୀକୃଷ୍ଣ ଏକାଡେମୀର ସହକାରୀ ଶିକ୍ଷକ ଶ୍ରୀ ତ୍ରିଲୋଚନ ସାହୁ ଓ ରବିନ୍ଦ୍ର ନାଥ ମିଶ୍ର ବିଚାରକ ଭାବେ ଯୋଗଦେଇ ଦକ୍ଷତା ଭିତ୍ତିରେ ଯୋଗ୍ୟ ପ୍ରତିଯୋଗୀ ମାନଙ୍କୁ ବାଛିଥିଲେ।କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପ୍ରମାଣ ପତ୍ର ସହ ସଞ୍ଚୟ ର ପ୍ରତୀକ ସ୍ବରୁପ ଗୋଟିଏ ଲେଖାଁଏ ମାଟି ଘଡି ପ୍ରଦାନ କରିଥିଲେ।ଏହାଛଡା ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ପୁରସ୍କାର ବାବଦରେ ଯଥାକ୍ରମେ 1500,1000 ଓ 500 ଟଙ୍କା ଜମା କରାଯିବ। ପରେ ସମସ୍ତ ଅତିଥି ଏବଂ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବୃକ୍ଷରୋପଣ କରାଯାଇଥିଲା।ଏହି ସଭାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ,ଅଭିଭାବକ ଏବଂ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.